Posted inଜାତୀୟ

ଭାଜପାର ୨୦୨୪ ନିର୍ବାଚନ ପ୍ରସ୍ତୁତି: ଚର୍ଚ୍ଚ ପରେ ଏବେ ଦରଘା ଉପରେ ନଜର, ଇଦ ପରେ କୱାଲି ଶୁଣିବେ ନେତା…

ନୂଆଦିଲ୍ଲୀ,୧୦।୪ : ଆସନ୍ତା ୨୦୨୪ ବର୍ଷରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ଏବେ ‘ସବକା ସାଥ, ସବକା ବିଶ୍ୱାସ ଲୋଡୁଛି। ଏହ ମର୍ମରେ ରବିବାର, ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ‘ସ୍କାର୍ଡ ହାର୍ଟ କ୍ୟାଥେଡ୍ରାଲ’ ଚର୍ଚ୍ଚରେ ପହଞ୍ଚିଥିଲେ। ତାଙ୍କ ଭଳି ତାଙ୍କ ଦଳର ନେତା ତଥା କେନ୍ଦ୍ର ମନ୍ତ୍ରୀ ଭି ମୁରଲୀଧରନ କେରଳରେ ବିଶପଙ୍କୁ ଭେଟିଥିଲେ। ଇଷ୍ଟରରେ ବିଶଫଙ୍କୁ ଭେଟିଥିବା ଭାଜପା ନେତାଙ୍କ ମଧ୍ୟରେ ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସଭାପତି ପି.କେ କୃଷ୍ଣଦାସ ମଧ୍ୟ ଅଛନ୍ତି।

ସଂଖ୍ୟାଲଘୁମାନଙ୍କ ସହ ଭାଜପା ନେତାମାନେ ନିରନ୍ତର ଯୋଗାଯୋଗ କରୁଛନ୍ତି। ଭାଜପାର କେରଳ ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ଶନିବାର ନେଥମାରସେରୀର ଆର୍କବିଶପ ମାର୍‌ ରେମିଗିୟସ ପଲ ଇନଚାନାଇଲ ସେମୁଙ୍କୁ ଭେଟିଛନ୍ତି। ଅନ୍ୟ ଜଣେ ବରିଷ୍ଠ ନେତା ତଥା ଭାଜପା ରାଜ୍ୟ ଉପ-ସଭାପତିି ଏନ ରାଧାକ୍ରିଷ୍ଣନ ମଧ୍ୟ ଗୁରୁଗାଓଁରେ ମାଲାୟାଟୋର ଚର୍ଚ୍ଚ ମହୋତ୍ସବରେ ଅଂଶଗ୍ରହଣ କରିଥିଲେ।

ଏହା ନୁହେଁ ଯେ କର୍ନାଟକର ପଡୋଶୀ ରାଜ୍ୟ କେରଳରେ କେବଳ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ବିଶ୍ୱାସ ଜିତିବା ପାଇଁ ଭାଜପା ଚେଷ୍ଟା କରୁଛି। ୨୦୨୪ ନିର୍ବାଚନକୁ ଦୃଷ୍ଟରେ ରଖି
ଭାଜପା ନେତା ଚର୍ଚ୍ଚ ସହିତ ଦରଘା ଉପରେ ମଧ୍ୟ ନଜର ରଖିଛନ୍ତି। ଦେଶର ବୃହତ ସଂଖ୍ୟାଲଘୁ ମୁଦଲମାନ ସମ୍ପ୍ରଦାୟଙ୍କ ବିଶ୍ୱାସ ହାତେଇବା ପାଇଁ ଭାଜପା ନେତା ଉଦ୍ୟମ ଜାରି ରଖିଛନ୍ତି। ଏହି ମର୍ମରେ ଉତ୍ତର ପ୍ରଦେଶରେ ଭାଜପା ଚାରିଜଣ ମୁସଲମାନଙ୍କୁ ଏମଏଲସି କରିସାରିଛି।

ଏହି ଅଭିଯାନ ଅନ୍ତର୍ଗତ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ଭାଜପାର ମୁସଲମାନ ନେତାମାନେ ଇଦ ପରେ କୱାଲି ଶୁଣିବା ପାଇଁ ଦରଘା ଯିବେ। କାୱାଲି କାର୍ଯ୍ୟକ୍ରମ ମାଧ୍ୟମରେ ଭାଜପା ନେତାମାନେ ମୁସଲମାନମାନଙ୍କ ବିଶ୍ୱାସ ଜିଣିବାର ଚେଷ୍ଟା କରିବେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କର ସମସ୍ତ ଯୋଜନାର ଲାଭ ମୁସଲମାନମାନଙ୍କୁ କୌଣସି ଧାର୍ମିକ ଭେଦଭାବ ବିନା ଦିଆଯାଉଛି ବୋଲି ମୁସଲମାନଙ୍କୁ ସୂଚନା ପ୍ରଦାନ କରାଯାଉଛି।

ଉତ୍ତରପ୍ରଦେଶ ପୌର ପରିଷଦ ନିର୍ବାଚନ ପରେ ସମସ୍ତ ସହରରେ ସୁଫି ସଂଳାପ ଆୟୋଜନ କରାଯିବ ବୋଲି ଯୋଜନା କରାଯାଇଛି। ଏଥିପାଇଁ ଭାଜପା ମାଇନରିଟି ମୋର୍ଚ୍ଚ ପକ୍ଷରୁ ସୁଫି ଦରଘା ଏବଂ ସେମାନଙ୍କ ଖାଦିମଙ୍କର ତାଲିକା ମାଗିଛି।

୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାଜପା ୪୦୦ ଲୋକସଭା ଆସନର ଟାର୍ଗେଟ କରିଛି। ଏଥିପାଇଁ ଭାଜପା ନେତାମାନେ ସମସ୍ତ ସମ୍ପ୍ରଦାୟକୁ ଏକାଠି କରି ସମସ୍ତଙ୍କ ଭୋଟ ପାଇବାକୁ ଚେଷ୍ଟା କରୁଛନ୍ତି।
ନିକଟରେ କର୍ନାଟକର କଳାକାର ଶାହ ରସିଦ ଅହମ୍ମଦ କାଦ୍ରିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କାଦ୍ରି କହିଥିଲେ ଯେ ସେ କେବେ ଭାବି ନ ଥିଲେ ଯେ ଭାଜପା ସରକାରଙ୍କ ଦ୍ୱାରା ସେ ଏପରି ସମ୍ମାନ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri