Odisha Elections 2024

କ୍ବାର୍ଟର୍ସ ନିର୍ମାଣ ନେଇ ପ୍ରଶାସନ ଜନତା ମୁହାଁମୁହିଁ

ସୁନ୍ଦରଗଡ଼,୨୫।୩(ଡି.ଏନ.ଏ.): ଦିନକୁ ଦିନ ସୁନ୍ଦରଗଡ଼ ସହରରେ ଲୋକସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାସ୍ତାଘାଟ ଓ ଛକ ସ୍ଥାନଗୁଡିକରେ ଟ୍ରାଫିକ ସମସ୍ୟା ମଧ୍ୟ ଜଟିଳ ହେବାକୁ ଲାଗିଲାଣି। ଦୋକାନ ବଜାର ବଢିଚାଲିଥିବାବେଳେ ପୂଜା ପାର୍ବଣ ସମୟରେ ଅଣଓସାରିଆ ରାସ୍ତାଘାଟ ଓ ସଙ୍କୁଚିତ ଛକ ସ୍ଥାନଗୁଡିକରେ ପରିସ୍ଥିତି ଅଧିକ ଜଟିଳ ହେଉଛି। ଫଳରେ ପୁରୁଣା ବସଷ୍ଟାଣ୍ଡ ଛକ ନିକଟରେ ନିର୍ମାଣାଧୀନ ଏକ ସରକାରୀ କ୍ବାର୍ଟର୍ସକୁ ନେଇ ସ୍ଥାନୀୟ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ଅବସ୍ଥା ହେବା ଦେଖାଯାଇଛି। ପୁରୁଣା ବସଷ୍ଟାଣ୍ଡ ପାଲ ହୋଟେଲ ସାମ୍ନାରେ ଅତିରିକ୍ତ ଜିଲାପାଳଙ୍କ ଦ୍ବିତୀୟ କ୍ବାର୍ଟର୍ସ ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ବିରୋଧ କରିଛନ୍ତି। ଏହାକୁ ନେଇ ବିଗତ କିଛିଦିନ ହେବ ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ମୁହାଁମୁହିଁ ଅବସ୍ଥାକୁ ଆସିଥିବାବେଳେ ଏହି କିସମ ନଜୁଲ ଥିବା ଓ କିଛିଦିନ ଆଗରୁ ଏହାର କିସମକୁ ଘରବାରି କରାଯାଇଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରି ଏହାର ନିର୍ମାଣ କାର୍ଯ୍ୟକୁ ଶୁକ୍ରବାର ବନ୍ଦକରି ଏନେଇ ଏକ ପ୍ରତିନିଧି ଦଳ ଜିଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଏହି ନିର୍ମାଣାଧୀନ ଜାଗାଟି ପୁରୁଣା ବସଷ୍ଟାଣ୍ଡ ଛକ ସାମ୍ନାରେ ଥିବାରୁ ଏହି ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ତିଆରି କରାଗଲେ ସ୍ଥାନୀୟ ବେକାର ଯୁବକମାନେ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଇ ପାରନ୍ତେ। ଏହି ଦାବି ନେଇ ପୁରୁଣା ବସଷ୍ଟାଣ୍ଡ ଅଞ୍ଚଳର ଜନସାଧାରଣ ଜିଲାପାଳଙ୍କ ସମେତ ପୌରାଧ୍ୟକ୍ଷା, ଉପପୌରାଧ୍ୟକ୍ଷଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରି କୌଣସି ପ୍ରକାରେ ଏହି ସ୍ଥାନରେ ସରକାରୀ କ୍ବାର୍ଟର୍ସ ତିଆରି କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ପୌରାଧ୍ୟକ୍ଷା ତନୟା ମିଶ୍ର, ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡା, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ ଓ ସ୍ଥାନୀୟ କାଉନସିଲରମାନେ ନିର୍ମାଣଧୀନ ସ୍ଥାନ ପରିଦର୍ଶନ କରି ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟର ତାଲିକାରେ ନାହିଁ ନାଁ, କଂଗ୍ରେସର ନିଆଳି ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ

ଭୁବନେଶ୍ୱର,୧୭।୫: ଭୋଟର ତାଲିକାରେ ତାଙ୍କ ନାମ ନ ଥିବାରୁ କଂଗ୍ରେସର ନିଆଳି ବିଧାୟକ ପ୍ରାର୍ଥୀ ଜ୍ୟୋତି ରଂଜନ ମଲ୍ଲିକଙ୍କ ନାମାଙ୍କନ ଖାରଜ କରାଯାଇଛି। ଦୁଇ ଦିନ...

କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ

ବାରିପଦା,୧୭।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ସ୍ଥିତ ବୁଢିଖମାରୀ ଠାରେ ଆତଂକ ଖେଳାଉଥିବା କଲରାପତରିଆ ବାଘକୁ ବନବିଭାଗ କାବୁ କରିଛି ।...

ବାରିପଦା ସହରରେ ବୁଲୁଛି ବାଘ

ବାରିପଦା,୧୭ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରସ୍ଥିତ ବୁଢ଼ିଖମାରୀଠାରେ କଲରାପତରିଆ ବାଘ ଆତଙ୍କ ଖେଳାଇବାରେ ଲାଗିଛି। ବାଘଟି ଏକ ସ୍କୁଲ ମଧ୍ୟରେ ପଶିଯାଇଥିବାରୁ ଧରିବା...

ଏହି ଦିନ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ

କଟକ,୧୭।୫: ମେ’ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫରୀକ୍ଷାଫଳ। ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ ବୋଲି...

ନିର୍ବାଚନ ଆସିଲେ ଭାଜପା ନେତା ଆସନ୍ତି: ପାଣ୍ଡିଆନ

ବଲାଙ୍ଗୀର/ସଇଁନ୍ତଲା,୧୭ା୫ (ବୀରେନ୍ଦ୍ର କୁମାର ଝାଙ୍କର/ରାଖାଲ ପ୍ରସାଦ ଶତପଥୀ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ଟିଟିଲାଗଡ ନିର୍ବାଚନମଣ୍ଡଳୀର ସଇଁତଲା, କଣ୍ଟାବାଞ୍ଜି...

ସହରରୁ ଉଜୁଡ଼ିଗଲା ସବୁଜିମା

ନବରଙ୍ଗପୁର,୧୭।୫(ସଦାଶିବ ପ୍ରହରାଜ): ଜାତୀୟ ରାଜପଥ କଡ଼ରୁ କଟିଲା ଅତି ପୁରୁଣା ବିରାଟକାୟ ଗଛ। ନବରଙ୍ଗପୁର ସହର ଅସ୍ଥାୟୀ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଗଛ...

ଆଦିବାସୀଙ୍କୁ ମିଳୁନି ମହୁଲର ଉଚିତ ମୂଲ୍ୟ

ରାୟଗଡ଼ା,୧୭।୫(ଆଶିଷ ରଞ୍ଜନ ପଣ୍ଡା): ଜଙ୍ଗଲଜାତ ଦ୍ରବ୍ୟ ମହୁଲ ପାଇଁ ରାୟଗଡ଼ା ଜିଲାର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ମହୁଲ କ୍ରୟ ଉପରେ କୌଣସି ବିଭାଗର ନିୟନ୍ତ୍ରଣ...

ଦାଦନ ରୋକିବାକୁ ପ୍ରୟାସ କରିବି: ଗୋକୁଳାନନ୍ଦ

ବ୍ରହ୍ମପୁର,୧୭ା୫(ଅଶୋକ କୁମାର ସାହୁ):: ଆସିକା ସଂସଦୀୟ କ୍ଷେତ୍ର ଅଧୀନ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯ଜଣ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଓ ଭାଜପା ପୁରୁଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri