ଏପ୍ରିଲ ସୁଦ୍ଧା ସବୁ ତହସିଲରେ ଭର୍ଚୁଆଲ କୋର୍ଟ: ମନ୍ତ୍ରୀ

ଭୁବନେଶ୍ବର, ୧୯।୩(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ଆଣିଥିବା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବଜେଟ ବିଧାନସଭାରେ ଶନିବାର ଗୃହୀତ ହୋଇଯାଇଛି। ରାଜସ୍ବ ବିଭାଗ ଲାଗି ମୋଟ୍‌ ୧୫୮୬ କୋଟି ୪୧ ଲକ୍ଷ ୭୦ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଖର୍ଚ୍ଚଦାବି ଆଲୋଚନା ପରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ତାଙ୍କ ଉତ୍ତରରେ କହିଛନ୍ତି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଅନ୍‌ଲାଇନରେ ଭୂ-ରାଜସ୍ବ ପଇଠ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଭୂ-ରାଜସ୍ବ ମଧ୍ୟ ପାଉତି ମୋବାଇଲ ଆପ୍‌ ଜରିଆରେ ପଇଠ କରିହେବ। ୨୦୧୮-୧୯ ସର୍ବେକ୍ଷଣ ଅନୁଯାୟୀ ୫୭,୧୧୭ ଘରଡିହ ଶୂନ୍ୟ ପରିବାର ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫୦,୫୨୮ ପରିବାରଙ୍କୁ ବସୁନ୍ଧରା ଯୋଜନାରେ ଗତ ୪ ବର୍ଷ ମଧ୍ୟରେ ଘରଡିହ ଯୋଗାଇ ଦିଆଯାଇଛି। ଇ-ଷ୍ଟାମ୍ପିଂ କ୍ଷେତ୍ରରେ ଥିବା ସର୍ବନିମ୍ନ ସିଲିଂକୁ ସରକାର ଉଠାଇ ଦେଇଛନ୍ତି। ପୂର୍ବ ପ୍ରଚଳିତ ଇ-ଷ୍ଟାମ୍ପ ସାର୍ଟିଫିକେଟ ପ୍ରଦାନ ପାଇଁ ଧାର୍ଯ୍ୟ ସର୍ବନିମ୍ନ ୧୦୦୦ ଟଙ୍କା ବ୍ୟବସ୍ଥା ଉଠାଯାଇଛି। ରାଜ୍ୟର ସମସ୍ତ ରେଜିଷ୍ଟ୍ରେଶନ କାର୍ଯ୍ୟାଳୟଗୁଡ଼ିକୁ କମ୍ପ୍ୟୁଟରୀକରଣ କରାଯାଇଛି। ଜମି କିଣାବିକା ସବୁ କିଛି ଅନ୍‌ଲାଇନ ଜରିଆରେ କରାଯାଉଛି। ଆବେଦନକାରୀମାନେ ରେଜିଷ୍ଟ୍ରି ଡାକ ମାଧ୍ୟମରେ ପଟ୍ଟା ପଠାଉଛନ୍ତି। ୨୦୨୨ ନଭେମ୍ବରରୁ ୮୦ଟି ତହସିଲରେ ଭର୍ଚୁଆଲ କୋର୍ଟ ଆରମ୍ଭ ହୋଇଛି। ଏପ୍ରିଲ ୨୦୨୩ ସୁଦ୍ଧା ସବୁ ତହସିଲରେ ଭର୍ଚୁଆଲ କୋର୍ଟ ଆରମ୍ଭ ଲାଗି ଜିଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ୨୦୧୨ ଏକ ଯୁଗାନ୍ତକାରୀ ପଦକ୍ଷେପ। ଜନସାଧାରଣଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ଅଧିକାର ପ୍ରଦାନ କରିବା ପାଇଁ ଏହି ବିଭାଗର ୩୪ଟି ସେବାକୁ ଓଡ଼ିଶା ଗେଜେଟ୍‌ରେ ଅଧିସୂଚିତ କରାଯାଇଛି। ଏହି ବିଭାଗ ଗତ ୪ ବର୍ଷରେ ୨,୪୪,୫୬,୮୭୭ ଗୋଟି ଲୋକସେବା ଯୋଗାଇଛି। ଆସନ୍ତା ୬ ମାସ ମଧ୍ୟରେ ବିଭିନ୍ନ ପଦପଦବୀରେ ମୋଟ ୨୯୯୮ ଲୋକଙ୍କୁ ନିଯୁକ୍ତ କରିବାକୁ ଯାଉଛନ୍ତି। ଏହି ବର୍ଷରେ ରାଜସ୍ବ ବିଭାଗ ଦ୍ୱାରା ଅଣ ଆବାସିକ ଓ ଆବାସିକ ଗୃହ ନିର୍ମାଣ ପାଇଁ ୨୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜସ୍ବ କାର୍ଯ୍ୟାଳୟଗୁଡ଼ିକରେ ଆସବାବ ଓ ସଂଲଗ୍ନ ଉପକରଣ ନିମନ୍ତେ ଏହି ବର୍ଷ ୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସରକାରୀ ଜମିର ସୁରକ୍ଷା ଲାଗି ୨୦ କୋଟି ଟଙ୍କାର ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି। ସେହିପରି କେନ୍ଦ୍ରୀୟ ଜନଗଣନା କାର୍ଯ୍ୟକ୍ରମ ଲାଗି ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୫୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri