ଅବସର ସମୟ

”What is this life if full of care, we have no time to stand and stare. W.H. Davies (Leisure).“ପ୍ରଖ୍ୟାତ ଇଂରାଜୀ କବି ଉଇଲିୟମ ହେନେରି ଡେଭିସ୍‌ଙ୍କ ଭାଷାରେ ଯେଉଁ ଜୀବନରେ ଦଣ୍ଡେ ଠିଆ ହେବା ଏବଂ କିଛି ଦେଖିବା ପାଇଁ ଫୁର୍‌ସତ ନାହିଁ ସେଭଳି ଜୀବନରେ କି ଲାଭ ?
ଏଥିରୁ ବ୍ୟସ୍ତବହୁଳ ଜୀବନରେ ଉଦ୍‌ବୃତ୍ତ ସମୟ, ଅବସର ବା ଫୁର୍‌ସତର ତାତ୍ପର୍ଯ୍ୟ ସହଜରେ ଅନୁମେୟ। ସମୟ ଯେତିକି ମୂଲ୍ୟବାନ୍‌ ଅବସର ସେତିକି ଅପରିହାର୍ଯ୍ୟ। ଅବସର ବିନା ସମୟ ଅସମ୍ପୂର୍ଣ୍ଣ ଏବଂ ଜୀବନ ଅର୍ଥହୀନ। ସେଥିପାଇଁ ତ ରାତି ଓ ଦିନର ସୃଷ୍ଟି। କର୍ମକ୍ଷେତ୍ରରେ ବି ଏହାର ଆବଶ୍ୟକତା ସମ୍ୟକ୍‌ ଉପଲବ୍ଧ I ତେଣୁ ଶିକ୍ଷାୟତନ, ଶିଳ୍ପାୟନ, ବ୍ୟବସାୟିକ ସଂସ୍ଥା, ସରକାରୀ ଦପ୍ତର, ଘରୋଇ ସଂସ୍ଥାନ, ସାମାଜିକ ଅନୁଷ୍ଠାନ ଏ ପ୍ରତ୍ୟେକ କ୍ଷେତ୍ରରେ ସପ୍ତାହାନ୍ତ ଅବକାଶ ପାଇଁ ବ୍ୟବସ୍ଥା କରାଯାଇଅଛି। ଏପରି କି କାରାଗାରର ଶୃଙ୍ଖଳା ଭିତରେ ବି ଅନ୍ତେବାସୀଙ୍କର ଅବସର ବିନୋଦନ ପାଇଁ କେତେକ ବନ୍ଦୋବସ୍ତ କରାଯାଇଥାଏ। କର୍ମଜୀବୀଙ୍କ ପାଇଁ ମଧ୍ୟାହ୍ନ ବିରତି ଏହାର ଅନ୍ୟ ଏକ ଦୃଷ୍ଟାନ୍ତ। ଅବସରର ଅନ୍ୟତମ ଉଦ୍ଦେଶ୍ୟ ହେଲା ଏହା କ୍ଳାନ୍ତି ଓ ଅବସାଦ ଦୂର କରେ ଏବଂ କାର୍ଯ୍ୟରେ ଦକ୍ଷତା ବୃଦ୍ଧି ପାଇଁ ସହାୟକ ହୁଏ I ତେଣୁ ଧରାବନ୍ଧା ଜଞ୍ଜାଳରୁ ଟିକିଏ ତ୍ରାହି ପାଇଁ ଛୁଟିଦିନକୁ ସମସ୍ତେ ଚାତକ ପରି ଚାହିଁ ରହିଥାନ୍ତି ଏବଂ ସେ ଦିନ ଆସିଗଲେ ବିଭିନ୍ନ ଉପାୟରେ ମନୋରଞ୍ଜନ ଲାଗି ଲାଗିପଡ଼ନ୍ତି। ବଣଭୋଜି, ବନ୍ଧୁ ଦର୍ଶନ, ସିନେମା ଥିଏଟର, ରିୟଲିଟି ଶୋ’, ପ୍ରବଚନ, ପାର୍କ ଭ୍ରମଣ, ଦର୍ଶନୀୟ ସ୍ଥାନ ଭ୍ରମଣ, ଅବସର ବିନୋଦନ କେନ୍ଦ୍ର, ବାର୍‌, ହୋଟେଲ, ରେସ୍ତୋରାଁ, କ୍ଲବ, ପାର୍ଟି, ଭୋଜିଭାତ, ଜିମ୍‌, ସ୍ପୋଟର୍‌ସ କ୍ଲବ, ସାଇବର ହବ୍‌, ସଙ୍ଗୀତ, ନାଇଟ୍‌ କ୍ଲବ(ରାଗା ଡବ୍‌ ଫେଷ୍ଟ୍‌ ଇତ୍ୟାଦି) ଏବଂ ସାଂସ୍କୃତିକ କେନ୍ଦ୍ର ଏ ପ୍ରତ୍ୟେକ ମନୋରଞ୍ଜନ ପାଇଁ ଖୋରାକ ଯୋଗାଇଥାଏ। ଖେଳ କସରତ ମଧ୍ୟ ଏ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପାରମ୍ପରିକ ପଶାପାଲି, ଲୁଡୁ, ପୁଚି, କବାଡ଼ିଠାରୁ ଆଧୁନିକ ଖେଳ ଯାଏ ମଣିଷକୁ ଭରପୂର ଆନନ୍ଦ ଦେଇଥାଏ I ବୈଦ୍ୟୁତିକ ସରଂଯାମ ଯଥା ଟିଭି, ଭିଡିଓ, ମୋବାଇଲ, କମ୍ପ୍ୟୁଟର ଇତ୍ୟାଦି ବି ଆମୋଦପ୍ରମୋଦର ଅନ୍ୟ ଏକ ଉତ୍ସ। କିନ୍ତୁ ଅବସର ବିନୋଦନ ପାଇଁ ପୁସ୍ତକ ହିଁ ସର୍ବଶ୍ରେଷ୍ଠ ଉପାଦାନ। ବହି ମଣିଷର ଚିରସହଚର I
ଯେତେ ବେଳେ ଅନ୍ୟମାନେ ତା’ଠାରୁ ଦୂରେଇଯାଆନ୍ତି ବହି ହିଁ ତା’ ପାଖେ ପାଖେ ରହିଥାଏ ଏବଂ ତା’ର ସଦୁପଯୋଗ ମଣିଷର ସମସ୍ତ ଅବସାଦ ଦୂର କରିଦିଏ। ସୂଚନାଯୋଗ୍ୟ, ସଂପ୍ରତି ଦିଲ୍ଲୀରେ ଏକ ଅଭିନବ ସଂସ୍ଥା ପ୍ରତିଷ୍ଠିତ ହୋଇଛି, ଯାହାର ନାମ ବିୱାଇଓବି (BYOB) ଅର୍ଥାତ୍‌ ‘ବ୍ରିଙ୍ଗ୍‌ ଇଓର୍‌ ଓନ୍‌ ବୁକ୍‌’ କ୍ଲବ। ଏଠାରେ ପ୍ରତ୍ୟେକେ ନିଜ ନିଜର ବହି ଆଣି ପଢ଼ନ୍ତି ଏବଂ ଅନ୍ୟମାନଙ୍କ ସହିତ ବହି ଅଦଳବଦଳ କରନ୍ତି। ତାରି ମାଧ୍ୟମରେ ପରସ୍ପର ସହିତ ଭାବ ଆଦାନପ୍ରଦାନ କରନ୍ତି। ମାତ୍ର ଗଭୀର ପରିତାପର ବିଷୟ, ସମୟ ଭଳି ଏକ ଦୁର୍ଲଭ ସମ୍ପଦର ମୂଲ୍ୟ ବୁଝି ନ ପାରି ଅନେକେ ତା’ର ଅପଚୟ କରନ୍ତି ଏବଂ ଟିକିଏ ଫୁର୍‌ସତ୍‌ ମିଳିଲେ ପରଚର୍ଚ୍ଚା, ପରଛିଦ୍ର, ପରର ଦୁର୍ବଳତା, କୁତ୍ସାରଟନା, ପରଶ୍ରୀକାତରତା ଇତ୍ୟାଦି ନକାରାତ୍ମକ ଚିନ୍ତାଧାରାରେ ମଗ୍ନ ହୋଇଯା’ନ୍ତି। ବିଶେଷକରି ଗାଁ ଗହଳିର ଗୃହିଣୀମାନେ ବୃଥା ଗପସପରେ ଯେତିକି ସମୟ ନଷ୍ଟ କରନ୍ତି ତା’ର ହିସାବ ନାହିଁ। ସେ ଗାଧୁଆତୁଠରେ ହେଉ, ଦାଣ୍ଡଦୁଆରେ ହେଉ, ସମ୍ମିଳିତ ଉପାସନା ସ୍ଥଳୀ ହେଉ କିମ୍ବା ସାହିପଡ଼ିଶାଙ୍କ ସହିତ ହେଉ ସେମାନେ ଗପରେ ଏମିତି ମଜ୍ଜିଯାଆନ୍ତି ଯେ ସମୟ କେମିତି କଟିଯାଏ ଜଣାପଡ଼େନା। ଅଳସୁଆମାନଙ୍କ ପାଇଁ ତ ସମୟ ଏକ ବୋଝ ସଦୃଶ। କିଛି କାମଦାମ ନ ଥିବାରୁ ତାଙ୍କ ମନରେ ନାନା ପ୍ରକାରର ଅସାର ଓ ଅବାସ୍ତବ କଳ୍ପନା ରୂପ ନିଏ, ଯାହା ବେଳେବେଳେ ଧ୍ବଂସାତ୍ମକ ସାବ୍ୟସ୍ତ ହୁଏ I ତେଣୁ କୁହାଯାଏ ”ଖାଲି ମସ୍ତିଷ୍କ ସୈତାନ୍‌ର ଘର(କର୍ମଶାଳା) I“ ଅବସର ସମୟର ସଦୁପଯୋଗ ପାଇଁ ଆମର ପୁରାଣ ଶାସ୍ତ୍ରରେ ଅନେକ ଉପଦେଶ ଦିଆଯାଇଅଛି I ତନ୍ମଧ୍ୟରୁ ନିମ୍ନୋକ୍ତ ଆପ୍ତବାଣୀଟି ପ୍ରଣିଧାନଯୋଗ୍ୟ। ”କାବ୍ୟଶାସ୍ତ୍ର ବିନୋଦେନ କାଳୋ ଗଚ୍ଛତି ଧୀମତାଂ, ବ୍ୟସନେନ ଚ ମୂର୍ଖାଣାଂ ନିଦ୍ରୟା କଳହେନ ବା I“ ଅର୍ଥାତ୍‌ ଗୁଣୀଜନମାନଙ୍କର ସମୟ କାବ୍ୟଶାସ୍ତ୍ର ଆଲୋଚନାରେ କଟିଯାଏ। କିନ୍ତୁ ମୂର୍ଖମାନଙ୍କର ସମୟ ବିଳାସବ୍ୟସନ (ଅଳସୁଆମି), ନିଦ୍ରା କିମ୍ବା କଳହ ମାଧ୍ୟମରେ କଟେ I
ସାରଦାଶ୍ରୀ, ୯୦୪, ଶାସ୍ତ୍ରୀନଗର,
ୟୁନିଟ୍‌-୪,ଭୁବନେଶ୍ୱର,
ମୋ:- ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri