୬୦% ଜବ୍‌କାର୍ଡଧାରୀ କାମ ପାଇଁ ଇଚ୍ଛୁକ ନୁହନ୍ତି

ଫୁଲବାଣୀ ଅଫିସ, ୨୨।୨: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏହି ଯୋଜନାରେ ବ୍ଲକ ସମେତ ଅନ୍ୟ ବିଭାଗରେ କାମ କରାଯାଉଛି। ବିଶେଷ କରି କୋଭିଡ ପରେ ଏମ୍‌ଜିଏନ୍‌ଆରଇଜିଏସ୍‌କୁ ଅଧିକ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତି ବିନା ସର୍ଭେରେ ହେଲା ଭଳି କାର୍ଯ୍ୟରୁ ସ୍ପଷ୍ଟ ବାରିହେଉଛି। ଜବକାର୍ଡଧାରୀ ପଞ୍ଚାୟତରେ କାମ ପାଇଁ ଆବେଦନ କଲେ ସେମାନଙ୍କୁ ଏହି ଯୋଜନାରେ କାମ ଦିଆଯିବା କଥା ା କିନ୍ତୁ ଏବେ ସବୁ ଓଲଟା ା କନ୍ଧମାଳ ଜିଲାରେ ଯେତିକି ପ୍ରକଳ୍ପ ଏବେ କାର୍ଯ୍ୟକାରୀ ହେଉଛି, ସେହି ଅନୁସାରେ ଜବକାର୍ଡଧାରୀ କାମ ମାଗି ନାହାନ୍ତି ା ଅପରପକ୍ଷେ ବ୍ଲକ ସମେତ ଅନ୍ୟ ବିଭାଗରେ ଅଧିକାଂଶ କାର୍ଯ୍ୟ ଏହି ଯୋଜନାରେ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି ା ବର୍ତ୍ତମାନ କାମ କରିବା ପରେ ଖାଲି ମଜୁରୀ ମିଳୁଥିବା ବେଳେ ମ୍ୟାଟେରିଆଲ ବିଲ୍‌ ମିଳୁନାହିଁ ା ସ୍ଥିତି ଏପରି ହୋଇଛି କାମ କରି ସାରିବା ପରେ ସମସ୍ତେ ହଇରାଣ ହେଉଛନ୍ତି ା ଫଳରେ ଯେତିକି କାର୍ଯ୍ୟ ହେବା କଥା ତାହା ହୋଇପାରୁନାହିଁ ା
ଏମ୍‌ଜିଏନ୍‌ଆରଇଜିଏସ୍‌ର ମୂଳ ଲକ୍ଷ୍ୟ ଅଣକୁଶଳୀ ଶ୍ରମିକମାନଙ୍କୁ ବର୍ଷକୁ ୧୦୦ ଦିନର କାମ ଯୋଗାଇ ଦେବା ା ଦିନକୁ ମଜୁରୀ ୨୨୨ ଟଙ୍କା ହିସାବରେ ଯଦି ଜଣେ ୧୦୦ ଦିନର କାମ କରିବ ତାଙ୍କୁ ୨୨ ହଜାର ୨୦୦ ଟଙ୍କା ମିଳିବା ଅନୁସନ୍ଧାନରୁ ଜଣାପଡିଛି ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜବ କାର୍ଡଧାରୀ କାମ କରିବାକୁ ଇଚ୍ଛୁକ ନୁହନ୍ତି କି ସେମାନେ କାମ କରିବା ପାଇଁ ଆବେଦନ କରୁନାହାନ୍ତି ା ଜିଲାରେ ଚାଲିଥିବା ଅଧିକାଂଶ କାର୍ଯ୍ୟରେ ମେସିନ ବ୍ୟବହୃତ ହେଉଛି ା
୨୦୨୨-୨୩ ଆର୍ଥିକ ବର୍ଷରେ ରୁରାଲ ଇନଫ୍ରାଷ୍ଟ୍ରକଚରରେ ଅଙ୍ଗନୱାର୍ଡି ଗୃହ, ରୋଷେଇ ଗୃହ, ଗ୍ରାମୀଣ ପାର୍କ, ସ୍କୁଲ ଖେଳ ପଡିଆ, ଲାଇବ୍ରେରି, କମ୍ପାଉଣ୍ଡ ୱାଲ ଆଦି କାର୍ଯ୍ୟ ହେଉଛି ା ଜିଲାର ୧୨ଟି ବ୍ଳକରେ ଆଜି ପର୍ଯ୍ୟନ୍ତ ମାତ୍ର ୧୮୬ଟି କାର୍ଯ୍ୟ ଶେଷ ହୋଇଥିବା ବେଳେ ୮୧୫ଟି କାର୍ଯ୍ୟ ଅଧାପନ୍ତରିଆ ହୋଇରହିଛି ା ଜମି ଉନ୍ନତିକରଣ ସ୍କିମରେ ୧୭୪୦ ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୭୯୩ କାର୍ଯ୍ୟ ଅଧାପନ୍ତରିଆ, ଜଳ ସେଚନ ଲାଗି ମାଟି ଖୋଳା, କେନାଲ ଆଦି କାର୍ଯ୍ୟରେ ୧୯୩୮ଟି ସମ୍ପୂର୍ଣ୍ଣ, ୬୫୩୮ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି ା ନିଜସ୍ବ ଜମିରେ କାର୍ଯ୍ୟକୁ ଅନୁଧ୍ୟାନ କଲେ ଯୋଜନାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି। ଏହି ସ୍କିମରେ ଜବକାର୍ଡଧାରୀମାନେ ନିଜସ୍ବ ଜମିରେ ଫାର୍ମ ପଣ୍ଡ, କୂଅ, ଗୁହାଳ ଆଦି କରିଛନ୍ତି ା ସେଥି ମଧ୍ୟରୁ ଆଜି ପର୍ଯ୍ୟନ୍ତ ୨୫୬୦ଟି କାର୍ଯ୍ୟ ଶେଷ ହୋଇଛିା ୬୦୨୯ କାର୍ଯ୍ୟ ଅଧାପନ୍ତରିଆ ହୋଇପଡିଛି ା ମ୍ୟାଟେରିଆଲ ବିଲ ମିଳୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ା ଧାର ଉଧାର କରି କାମ କରିଥିବା ଜବକାର୍ଡଧାରୀ ବର୍ତ୍ତମାନ କେଉଁ ପରିସ୍ଥିତିରେ ଥିବେ ତାହା ସହଜରେ ଅନୁମେୟ ା ମୋଟ ଉପରେ ଦେଖିବାକୁ ଗଲେ ଜିଲାରେ ବର୍ତ୍ତମାନ ସୁଦ୍ଧା ୧୦ ହଜାର ୫୧୬ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୩ ହଜାର ୭୪୮ କାର୍ଯ୍ୟ ଅଧାପନ୍ତରିଆ ହୋଇପଡିଛି ା ୨୦ ହଜାର ୩୧୭ଟି କାର୍ଯ୍ୟ ମଞ୍ଜୁର ହୋଇଛି, କିନ୍ତୁ କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ। ୩୬ ହଜାର ୪୭୨ଟି ପ୍ରକଳ୍ପ ଲାଗି ପ୍ରସ୍ତାବ ଦିଆଯାଇଛି, ଯାହା ମଞ୍ଜୁର ପାଇବାକୁ ଅଛି। ଏ ସଂକ୍ରାନ୍ତରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ପଚାରିବାରୁ ମ୍ୟାଟେରିଆଲ ବିଲ୍‌ ଆସିବାରେ ବିଳମ୍ବ ହେଉଛି ା ଯେତେବେଳେ ଆସୁଛି ବାକି ଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି ା ଶୀଘ୍ର ଏହି ବିଲ ଆସିଲେ କାର୍ଯ୍ୟରେ ଅସୁବିଧା ହୁଅନ୍ତା ନାହିଁ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri