ରୁଷିଆ ଉପରେ ଅଧିକ କଟକଣା ହେବ ଲାଗୁ, ଜି-୭ ଦେଶ ୟୁକ୍ରେନକୁ କଲେ ସମର୍ଥନ…

ମସ୍କୋ,୧୯।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗୋଟିଏ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୨ ଫେବୃଆରୀ ୨୪ ରେ, ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା। କେହି ଆଶା କରି ନ ଥିଲେ ଯେ ୟୁକ୍ରେନ ରୁଷିଆ ସାମ୍ନାରେ ଠିଆ ହୋଇପାରିବ ଏବଂ ଏହି ଯୁଦ୍ଧ ଏକ ବର୍ଷ ଧରି ହେବ। ୟୁକ୍ରେନ ସୁପର ପାୱାର ଦେଶଙ୍କ ସହଯୋଗରେ ରୁଷିଆକୁ କଡ଼ା ଟକ୍କର ଦେଉଛି।

ତେବେ ରୁଷିଆ ଉପରେ ଅଧିକ କଟକଣା ହେବ ଲାଗୁ ହେବା ନିଶ୍ଚିତ ହୋଇଛି। ଜି-୭ଦେଶର ବୈଦେଶିକ ମନ୍ତ୍ରୀମାନେ ୟୁକ୍ରେନକୁ ସମର୍ଥନ ଜାରି ରଖିବା ଏବଂ ରୁଷିଆ ଉପରେ ଅଧିକ କଟକଣା ଲାଗୁ କରିବାକୁ ସହମତ ହୋଇଛନ୍ତି। ଏକ ଅନ୍ତର୍ଜାତୀୟ ସୁରକ୍ଷା ସମ୍ମିଳନୀରେ ଆଲୋଚନା ପାଇଁ ଜାପାନ ୧୮ ଫେବୃଆରୀରେ ଜର୍ମାନୀର ମ୍ୟୁନିକରେ ଜି-୭ ବୈଠକ ଆୟୋଜନ କରିଥିଲା।

ଏହି ବୈଠକକୁ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ସେ ଟୁଇଟ କରି କହିଛନ୍ତି, ଜାପାନର ବୈଦେଶିକ ମନ୍ତ୍ରୀ ହାୟାଶି ୟୋସିମାସାଙ୍କ ନିମନ୍ତ୍ରଣରେ ମୁଁ ଜି-୭ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେଇଥିଲି। ୨୦୨୩ ରେ ୟୁକ୍ରେନର ବିଜୟ ପାଇଁ ଆମେ ଆବଶ୍ୟକ କରୁଥିବା ସମସ୍ତ ବିଷୟ ଉପରେ ଧ୍ୟାନ ଦେଇଥିଲୁ। ଅସ୍ତ୍ରଶସ୍ତ୍ରର ଶୀଘ୍ର ଯୋଗାଣ ଏବଂ ନୂତନ ପ୍ରତିବନ୍ଧକ ଜାରି ଉପରେ ଆଲୋଚନା ହୋଇଥିଲା। ରୁଷିଆ ହୃଦୟଙ୍ଗମ କରିବା ଉଚିତ ଯେ ଏହାର ଆକ୍ରୋଶର ମୁକାବିଲା କରିବାରେ ଆମେ କ୍ଲାନ୍ତ ହେବୁ ନାହିଁ।

ଏହାକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

ଚାଷୀଙ୍କୁ ଶୋଷଣ ଚଳିବ ନାହିଁ, ନଚେତ୍‌ ନିଆଁ ଜଳିବ: ପ୍ରଦୀପ ମାଝୀ

ଝରିଗାଁ, ୨୩।୧୨ (କିଶୋର ଚନ୍ଦ୍ର ମଣ୍ଡଳ):ନବରଙ୍ଗପୁର ଜିଲାର ଝରିଗାଁ, ଉମରକୋଟ ଓ ରାଇଘର, ଚନ୍ଦାହାଣ୍ଡି ବ୍ଲକ ଠାରେ ଚାଷୀ ମହାସଂଘ ପକ୍ଷରୁ ବ୍ଳକ ବନ୍ଦ କରାଯାଇଛି।...

କେନ୍ଦ୍ରାପଡ଼ାରେ ନାବାଳିକାଙ୍କ ସହ ଘଟିଗଲା ଏପରି ଅଘଟଣ: କଡା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା,୨୩।୧୨: କେନ୍ଦ୍ରାପଡ଼ା ଜିଲା ସାତଭାୟା ଗ୍ରାମରେ ଘଟିଥିବା କଥିତ ନାବାଳିକା ବିବାହ ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri