ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ରୁ ଲୁଟିନେଲେ ୩୨ଲକ୍ଷ

ନନ୍ଦପୁର/ କୋରାପୁଟ (ସ୍ବ.ପ୍ର.), ୧୨।୨: କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଶନିବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। କେତେଜଣ ଦୁର୍ବୃତ୍ତ ବ୍ଲକର ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ୍‌ ବ୍ୟାଙ୍କ ସମ୍ମୁଖରେ ଥିବା ଷ୍ଟେଟ୍‌ବ୍ୟାଙ୍କର ଏଟିଏମ୍‌ରୁ ଶନିବାର ଭୋର ସମୟରେ ୩୨ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଭୋର ସାଢେ ୩ଟାରୁ ୩ଟା୪୫ ମଧ୍ୟରେ ଏହି ଲୁଟ ହୋଇଛି। ବନ୍ଧୁକଧାରୀ ଦୁର୍ବୃତ୍ତମାନେ ଗ୍ୟାସ୍‌ କଟରରେ ଏଟିଏମ୍‌କୁ କାଟି ଉପରୋକ୍ତ ପରିମାଣର ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ପରେ ପ୍ରମାଣ ନଷ୍ଟ ପାଇଁ ସେମାନେ ଏଟିଏମ୍‌କୁ ନିଆଁ ଲଗାଇ ପୋଡ଼ିଦେଇଛନ୍ତି। ଏଭଳି ଲୁଟ ଘଟଣା ସମସ୍ତଙ୍କୁ ଚକିତ କରିଛି।
ଖବରରୁ ଜଣାପଡ଼ିଛି, ଶୁକ୍ରବାର ସନ୍ଧ୍ୟାରେ ସବୁଦିନ ଭଳି ବ୍ୟାଙ୍କ କର୍ତ୍ତୃପକ୍ଷ ଏଟିଏମ୍‌ରେ ଟଙ୍କା ଗଚ୍ଛିତ ରଖିଥିଲେ। ତେବେ ଭୋର ସମୟରେ ୨ କାର୍‌ରେ କେତେ ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ଆସି ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ସେଥିରେ ଥିବା ଟଙ୍କା ବାକ୍ସ ଧରି ଚାଲିଯାଇଥିଲେ। ଯିବା ପୂର୍ବରୁ ସେମାନେ ପ୍ରମାଣ ନଷ୍ଟ କରିବାକୁ ଏଟିଏମ୍‌ରେ ନିଆଁ ଲଗାଇ ପୋଡ଼ିଦେଇଥିଲେ। ୩/୪ କି.ମି. ଯିବା ପରେ ସବୁଲାର ଗ୍ରାମ ନିକଟସ୍ଥ ରାସ୍ତା କଡ଼ରେ ବାକ୍ସରୁ ଟଙ୍କା କାଢ଼ି ନେଇ ଖାଲି ବାକ୍ସ ଫୋପାଡ଼ି ଦେଇଥିଲେ। ସକାଳୁ ଏହା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ବ୍ୟାଙ୍କ କର୍ମଚାରୀଙ୍କୁ ଖବର ଦେଇଥିଲେ। ବ୍ୟାଙ୍କ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇଥିଲା। ଖବରପାଇ ଏସ୍‌ଡିପିଓ ସଞ୍ଜୟ ମହାପାତ୍ର, ପାଡୁଆ ଥାନା ଅଧିକାରୀ ସବ୍ୟସାଚୀ ଶତପଥୀ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। କୋରାପୁଟରୁ ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ପହଞ୍ଚତ୍ ଘଟଣାର ଛାନ୍‌ଭିନ୍‌ କରୁଛି। ତଦନ୍ତ ବେଳେ ଦୁର୍ବୃତ୍ତମାନେ ବାଟରେ ଫିଙ୍ଗିଦେଇଥିବା ଖାଲି ବାକ୍ସକୁ ପୋଲିସ ଜବତ କରିଛି।
ଅନ୍ୟପକ୍ଷରେ ବ୍ୟାଙ୍କରେ ଥିବା ସିସିଟିଭିରେ ବନ୍ଧୁକଧାରୀ ଦୁର୍ବୃତ୍ତମାନଙ୍କ ଏଟିଏମ୍‌ରୁ ଟଙ୍କା ଲୁଟ କରିବା, ଏଟିଏମ୍‌ରେ ନିଆଁ ଲଗାଇ ପାଡୁଆ ପଟକୁ ଚାଲିଯିବାର ଭିଡିଓ ରେକର୍ଡ ରହିଛି। ଏହାକୁ ପୋଲିସ ଯାଞ୍ଚ କରୁଛି। ଟଙ୍କା ଲୁଟ୍‌ ପରେ ଦୁର୍ବୃତ୍ତମାନେ ଶୋଭାପୁଟ ବ୍ରିଜ୍‌ ଦେଇ ଆନ୍ଧ୍ରପ୍ରଦେଶର ପେଦାବାଇଲି ଅଞ୍ଚଳକୁ ଚାଲିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ସୀମାନ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି ହୋଇଛି। ପୂର୍ବରୁ ବାଲେଶ୍ୱର, ନବରଙ୍ଗପୁର ଆଦି ଅଞ୍ଚଳରେ ଏଭଳି ସମାନ ଢଙ୍ଗରେ ଘଟଣା ଘଟାଇ ଦୁର୍ବୃତ୍ତମାନେ ଖସିଯିବାରେ ସଫଳ ହୋଇଥିବାରୁ ସେହି ସମାନ ଢଙ୍ଗରେ ବାଲଡ଼ା ଏଟିଏମ୍‌ରୁ ଲୁଟ କରିଥିବାରୁ ସମ୍ପୃକ୍ତ ଗ୍ୟାଙ୍ଗ୍‌ର ଏଥିରେ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ପାଡୁଆ ଥାନାରେ ମାମଲା (ନଂ.୨୧/୨୩) ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଏସ୍‌ଡିପିଓ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri