ଗୀତ ଗାଇବା ନଁ।ରେ ବାର୍‌ରେ ନୃତ୍ୟ ପ୍ରଦର୍ଶନ: ୧୦ ବାର୍‌ରେ ପୋଲିସ ଚଢ଼ାଉ, ୩୦ ଯୁବତୀ ଅଟକ

କଟକ ରୋଡ,୨୭ା୭(ଡି.ଏନ୍‌.ଏ.): ରାଜଧାନୀର ଅଧିକାଂଶ ବାରରେ ଯୁବତୀ ଗୀତ ଗାଇବା ପାଇଁ କେତେଜଣ ବାର ମାଲିକ ଅନୁମତି ପାଇଛନ୍ତି। କିନ୍ତୁ ଏଭଳିସ୍ଥଳେ ଗୀତ ଗାଇବା ନଁ।ରେ ବାରରେ ଯୁବତୀଙ୍କ ନୃତ୍ୟ ପ୍ରଦର୍ଶନ ଲୋକଙ୍କୁ ଚିନ୍ତାରେ ପକାଇଛି। ନିର୍ଦ୍ଦିଷ୍ଟ ସମୟସୀମାକୁ କେତେଜଣ ବାର ମାଲିକ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଯୁବତୀଙ୍କୁ ନିୟୋଜିତ କରୁଛନ୍ତି। ଏଭଳି ସୂଚନା କମିଶନରେଟ ପୋଲିସଙ୍କ ବରିଷ୍ଠ ଅଧିକାରୀ ତଥା ସ୍ଥାନୀୟ ପୋଲିସ ବାର୍‌ ମାଲିକଙ୍କ ସହ ଉତ୍ତମ ବୁଝାମଣା ସ୍ଥାପନ କରି ଆଇନକୁ ଅଣଦେଖା କରୁଛନ୍ତି। ଏଥିସହ ଅବକାରୀ ବିଭାଗ ମଧ୍ୟ ସବୁ ଜାଣି ନୀରବ ରହିଛି। ବିଳମ୍ବରେ ହେଲେ ମଧ୍ୟ ଦୀର୍ଘଦିନ ଧରି କମିଶନରେଟ ପୋଲିସର ଚେତା ପଶିଛି। ଶୁକ୍ରବାର ରାତି ପ୍ରାୟ ସାଢେ ୧୧ଟା ବେଳେ ଡିସିପି ଅନୁପ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ମୀସାଗର ପୋଲିସ ସହ ବିଭିନ୍ନ ଥାନା ଅଧିକାରୀଙ୍କୁ ନେଇ ଗଠନ ହୋଇଥିବା ଟିମ କଟକ ରୋଡ ଅଞ୍ଚଳରେ ଥିବା ୧୦ରୁ ଊଦ୍ଧ୍ୱର୍ର୍ ବାରରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ବାରରେ ଥିବା ୩୦ରୁ ଊର୍ଦ୍ଧ୍ୱ ଯୁବତୀଙ୍କୁ ଥାନାକୁ ଅଣାଯାଇ ସେମାନଙ୍କ ପରିଚୟପତ୍ର ଯାଞ୍ଚ କରାଯାଉଛି ବୋଲି ଲକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକ କହିଛନ୍ତି। ସୂଚନାଥାଉକି,ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କେତେକ ବାରରେ ଯୁବତୀ ନୃତ୍ୟ ପ୍ରଦର୍ଶନ କରିବା ନେଇ ଏହି ଅଞ୍ଚଳରେ ଥିବା ବାରରେ ଲୋକଙ୍କ ଭିଡ ଲାଗୁଛି। ବିଭିନ୍ନ ସମୟରେ ବାରରେ ମାରପିଟ ଘଟଣା ଘଟୁଥିବା ସହ ଅନେକ ପୁରୁଣା ମାମଲାରେ ମାରପିଟ ଘଟଣାରେ ଜଡିତ ଥିବା ଅପରାଧୀଙ୍କୁ ପୋଲିସ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri