ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭୂତି ଦେବ ‘ଏକାମ୍ର ଓ୍ବାକ୍‌’

ଭୁବନେଶ୍ୱର, ୧୧।୧ (ବ୍ୟୁରୋ): ‘ଡଟ୍‌ ଫେଷ୍ଟ’ର ଦ୍ୱିତୀୟ ସଂସ୍କରଣ ସହ ପୁଣିଥରେ ସହରକୁ ଫେରିଛି ‘ଏକାମ୍ର ଓ୍ବାକ୍‌’। ଐତିହ୍ୟ ଓ ମନ୍ଦିରମାଳିନୀ ସହର ଭୁବନେଶ୍ୱରର ଆଉଏକ ପରିଚୟ ଏକାମ୍ର କ୍ଷେତ୍ର ହୋଇଥିବାରୁ ସେହି ଅନୁସାରେ ଏହାର ନାମକରଣ କରାଯାଇଛି। ‘ଏକାମ୍ର ଓ୍ବାକ୍‌ରେ’ ସାମିଲ ହୋଇ ଲୋକମାନେ ଏକାମ୍ର ଅଞ୍ଚଳ ଓ ଏହାର ଆଖପାଖରେ ଥିବା ବିଭିନ୍ନ ଏତିହ୍ୟ, ପରିବେଶ ଓ ଅନ୍ୟାନ୍ୟ ବିଷୟରେ ଜାଣିବାକୁ ପାଇବେ। ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ‘ଏକାମ୍ର ଓ୍ବାକ୍‌’ ଫେବୃୟାରୀ ୧୦ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ୧୧ଟି ‘ଟ୍ରେଲ୍‌ସ୍‌’ର ମଜା ଉଠାଇପାରିବେ ସହରବାସୀ। ଏହି ଟ୍ରେଲସ୍‌କୁ ୩ଟି ଭାଗରେ ବିଭକ୍ତ କରାଯାଇଛି। ନେଚର୍‌ ଟ୍ରେଲ୍‌, ଫୁଡ୍‌ ଟ୍ରେଲ୍‌ ଏବଂ ମ୍ୟୁଜିୟମ୍‌ ଟ୍ରେଲ୍‌। ନେଚର ଟ୍ରେଲ୍‌ ମାଧ୍ୟମରେ ୫ଟି କାଟାଗୋରିର ଲୋକମାନେ ପର୍ଯ୍ୟଟନ ସ୍ଥଳ ଡେରାସର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଯୋଗ, ନନ୍ଦନକାନନରେ ବାର୍ଡ ଓ୍ବାଚିଂ, ଏକାମ୍ରକାନନରେ ଔଷଧୀୟ ବୃକ୍ଷ ଚିହ୍ନଟ କରିବା ଏବଂ ଭରତପୁରର ଜଙ୍ଗଲ ସଫାରିର ମଜା ନେଇପାରିବେ। ସେହିପରି ଫୁଡ୍‌ ଟ୍ରେଲ୍‌ରେ ମନ୍ଦିର ଖାଦ୍ୟ ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଭୁବନେଶ୍ୱରର ପ୍ରସିଦ୍ଧ ଷ୍ଟ୍ରିଟ୍‌ଫୁଡ୍‌ର ସୁଆଦ ପାଇବେ ପଦଯାତ୍ରାକାରୀ। ମ୍ୟୁଜିୟମ୍‌ ଟ୍ରେଲ୍‌ରେ ସାମିଲ ଲୋକେ ରାଜ୍ୟ ସଂଗ୍ରହାଳୟ ସହିତ ଟ୍ରାଇବାଲ ସଂଗ୍ରହାଳୟ ଏବଂ କଳାଭୂମି ପରିଦର୍ଶନ କରିବାରେ ସୁଯୋଗ ପାଇବେ। ଏକାମ୍ର ହାଟରୁ ପ୍ରତିଦିନ ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ଓ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଏକାମ୍ର ଓ୍ବାକ୍‌ ବାହାରିବ। ଏଥିରେ ଛାତ୍ରୀଛାତ୍ର, ବୟସ୍କ, ପର୍ଯ୍ୟଟକ, ସାଧାରଣ ଲୋକ ସବୁ ବର୍ଗର ଲୋକ ସାମିଲ ହୋଇ ପାରିବେ। ତେବେ ଏଥିପାଇଁ ସେମାନଙ୍କୁ ekamrawalks.comକୁ ଯାଇ ରେଜିଷ୍ଟ୍ରେଶନ କରିବାକୁ ପଡିବ। ମଙ୍ଗଳବାର ସନ୍ଧ୍ୟାରେ ଏହାର ପ୍ରି ରେଜିଷ୍ଟ୍ରେଶନ ଖୋଲା ଯାଇଥିବାବେଳେ ୨ଦିନ ମଧ୍ୟରେ ସର୍ବସାଧାରଣଙ୍କ ପାଇଁ ଓ୍ବେବ୍‌ସାଇଟ୍‌ ଖୋଲାଯିବ। ଅପରପକ୍ଷେ ଏକାମ୍ର ହାଟରେ ୧୪ ତାରିଖରୁ ଏକ କାଉଣ୍ଟର ରହିବ। ଯେଉଁମାନେ ଚାହିଁବେ ସେଠାକୁ ଆସି ସିଧାସଳଖ ଭାବେ ରେଜିଷ୍ଟ୍ରେଶନ କରି ଏଥିରେ ଅଂଶଗ୍ରହଣ କରିପାରିବେ। ପ୍ରତି ଟ୍ରେଲସରେ ଏକାଥରକେ ସର୍ବାଧିକ ୨୦ଜଣ ଯାଇପାରିବେ। ସେହିପରି ଟ୍ରେଲ ପାଇଁ ୫୦ଟଙ୍କାରୁ ଆରମ୍ଭ ହୋଇ ସର୍ବାଧିକ ୨୫୦ଟଙ୍କା ଦେୟ ଦେବାକୁ ପଡିବ। ନେଚର୍‌ ଟ୍ରେଲ୍‌ ପାଇଁ ୫୦ ଟଙ୍କା, ମ୍ୟୁଜିୟମ୍‌ ଟ୍ରେଲ୍‌ ୭୫ଟଙ୍କା ଏବଂ ଫୁଡ୍‌ ଟ୍ରେଲ୍‌ ପାଇଁ ୨୫୦ଟଙ୍କା ରହିଛି। ଏକାମ୍ରଓ୍ବାକ୍‌ ପାଇଁ ସ୍ବତନ୍ତ୍ର ଭାବେ ଗାଡ଼ିର ବ୍ୟବସ୍ଥା କରାଯିବ। ଏକାମ୍ର ହାଟରୁ ଲୋକମାନଙ୍କୁ ନେବା ସହିତ ସେହିଠାରେ ଆଣି ଗାଡ଼ି ଛାଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri