Posted inଖେଳ

ଦୁର୍ଘଟଣାରେ ରେସର କୁମାରଙ୍କ ମୃତ୍ୟୁ

ଚେନ୍ନାଇ,୯ା୧(ପି.ଟି.): ସ୍ଥାନୀୟ ମାଡ୍ରାସ ଇଣ୍ଟରନ୍ୟାଶନାଲ ସର୍କିଟରେ ରବିବାର ଅନୁଷ୍ଠିତ ଏମ୍‌ଆର୍‌ଏଫ୍‌ ଏମ୍‌ଏମ୍‌ଏସ୍‌ସି ଏଫ୍‌ଏମ୍‌ଏସ୍‌ସିଆଇ ଇଣ୍ଡିଆନ ନ୍ୟାଶନାଲ କାର୍‌ ରେସିଂ ଚାମ୍ପିୟନଶିପ୍‌ର ଦ୍ୱିତୀୟ ରାଉଣ୍ଡରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ରେସ୍‌ର କେ.ଇ. କୁମାରଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୫୭ବର୍ଷ ବୟସ ହୋଇଥିଲା। ସକାଳେ ସାଲୁନ୍‌ କାର୍‌ ରେସ୍‌ ବେଳେ କୁମାରଙ୍କ କାର୍‌ ଜଣେ ପ୍ରତିଯୋଗୀଙ୍କ କାର୍‌ ସହ ଧକ୍କା ହୋଇଥିଲା। କାର୍‌ଟି ଟ୍ରାକ୍‌ ବାହାରକୁ ଖସିଯାଇ ବାଡରେ ଧକ୍କା ଦେବାପରେ ଓଲଟିପଡ଼ିଥିଲା।

ରେସ୍‌କୁ ତୁରନ୍ତ ବନ୍ଦ (ରେଡ୍‌ ଫ୍ଲାଗ୍‌) ରଖାଯାଇଥିଲା। କୁମାରଙ୍କୁ ପ୍ରଥମେ ଦୁର୍ଘଟଣାଗ୍ରସ୍ତ କାର୍‌ରୁ ବାହାର କରାଯାଇ ଟ୍ରାକ୍‌ର ମେଡିକାଲ ସେଣ୍ଟରରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ କୁମାରଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇପାରି ନ ଥିଲେ। ମିଟ୍‌ ଚେୟାରମ୍ୟାନ ଭିକି ଚାଣ୍ଡୋକ୍‌ ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। କୁମାର ଜଣେ ଅଭିଜ୍ଞ ରେସର। ଜଣେ ପ୍ରତିଯୋଗୀ ଓ ବନ୍ଧୁ ହିସାବରେ ତାଙ୍କୁ ବହୁଦିନ ହେଲା ସେ ଜାଣନ୍ତି। ତା

ଙ୍କ ବିୟୋଗରେ ସମଗ୍ର ରେସିଂ ସମୁଦାୟ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି। ଚାଣ୍ଡୋକ୍‌ କହିଛନ୍ତି, କ୍ରୀଡ଼ାର ଜାତୀୟ ପରିଚାଳନା ପରିଷଦ ଏଫ୍‌ଏମ୍‌ଏସ୍‌ସିଆଇ ଏବଂ ଆୟୋଜକଗଣ ଏମ୍‌ଏମ୍‌ଏସ୍‌ସି ତରଫରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଅନ୍ୟପକ୍ଷରେ କୁମାରଙ୍କୁ ସମ୍ମାନ ଜଣାଇ ଏମ୍‌ଏମ୍‌ଏସ୍‌ସି ଦିନର ଅବଶିଷ୍ଟ କାର୍ଯ୍ୟସୂଚୀକୁ ବାତିଲ କରଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri