ରଙ୍ଗହୀନ ପ୍ରବାଳ ‘ଫିସ୍‌ ଫାଇଟ୍‌’ର କାରଣ

ଲଣ୍ଡନ,୬।୧: ସମୁଦ୍ରରେ ଅନେକ ପ୍ରଜାତିର ପ୍ରାଣୀ ବାସ କରନ୍ତି। କିଛି ପ୍ରାଣୀ ନିଜଠାରୁ କ୍ଷୁଦ୍ର ଜୀବଙ୍କୁ ଶିକାର କରନ୍ତି ତ ଆଉ କିଛି ସାମୁଦ୍ରିକ ପ୍ରବାଳ ଉପରେ ନିର୍ଭର କରନ୍ତି। ସମୁଦ୍ରରେ ରହୁଥିବା କ୍ଷୁଦ୍ରମାଛ ବଟର୍‌ଫ୍ଲାଏ ଫିସ୍‌ ବିଶେଷ ଭାବେ ଆକ୍ରୋପୋରା ପ୍ରବାଳକୁ ଖାଦ୍ୟ ଭାବେ ଗ୍ରହଣ କରନ୍ତି। ବିଭିନ୍ନ ରଙ୍ଗର ପ୍ରବାଳ ସମୁଦ୍ରରେ ଦେଖାଯାଉଥିବାବେଳେ ଜଳବାୟୁ ପରିବର୍ତ୍ତନ କାରଣରୁ ଏହା ବର୍ଣ୍ଣହୀନ ହେବାରେ ଲାଗିଛି। ଫଳରେ ବଟରଫ୍ଲାଏ ପ୍ରଜାତିର ମାଛଙ୍କ କ୍ଷେତ୍ରରେ ଖାଦ୍ୟାଭାବ ଦେଖାଯାଇଛି। ଅନ୍ୟପକ୍ଷେ ଏହି ବର୍ଣ୍ଣହୀନ ପ୍ରବାଳ ଯୋଗୁ ସମୁଦ୍ରରେ ଫିସ୍‌ ଫାଇଟ ବା ମାଛମାନଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳୁଥିବା ବ୍ରିଟେନ୍‌ର ଲାନ୍‌କାଷ୍ଟର ୟୁନିଭର୍ସିଟିର ମେରାଇନ୍‌ ଇକୋଲୋଜିଷ୍ଟ ସାଲି କେଥ୍‌ କହିଛନ୍ତି।
ଜଳବାୟୁ ପରିବର୍ତ୍ତନ ଯୋଗୁ ସାମୁଦ୍ରିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ସମୁଦ୍ରର ଗଭୀର ଜଳର ପଥର ଚଟାଣରେ ସୃଷ୍ଟ ପ୍ରବାଳ ବର୍ଣ୍ଣହୀନ ହେବାରେ ଲାଗିଥିବା ବିଶେଷଜ୍ଞମାନଙ୍କ ଅଧ୍ୟୟନରୁ ଜଣାପଡ଼ିଛି। ଅଧିକାଂଶ ପ୍ରବାଳ ରଙ୍ଗହୀନ ହେବା ଦ୍ୱାରା ପାଖାପାଖି ୩୮ ପ୍ରଜାତିର ବଟରଫ୍ଲାଏ ଫିସ୍‌ଙ୍କ ମଧ୍ୟରେ ସଂଘର୍ଷ ଦେଖାଯାଇଛି। ମେରାଇନ୍‌ ଇକୋଲୋଜିଷ୍ଟଙ୍କ ଏକ ଦଳ ସମୁଦ୍ର ମଧ୍ୟକୁ ଯାଇ ଅତି ନିକଟରୁ ମାଛମାନଙ୍କ ଗତିବିଧିକୁ ଲକ୍ଷ୍ୟ କରିଛନ୍ତି। ଏ ନେଇ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ମୁତାବକ କିଛି ମାଛ ପ୍ରବାଳ ଖାଉଥିବାବେଳେ ତାଙ୍କୁ ଅନେକ ମାଛ ଘେରିଯାଉଛନ୍ତି। ଖାଲି ସେତିକି ନୁହେଁ ପ୍ରବାଳ ଖାଉଥିବା ମାଛକୁ ସେଠାରୁ ହଟାଇବା ଲାଗି ଅନ୍ୟମାଛ ନିଜ ନାକ ଏବଂ ଡେଣାର ବ୍ୟବହାର କରୁଥିବା ଦେଖାଯାଇଛି।
୨୦୧୬ରେ ପ୍ରଥମ କରି ଗବେଷଜ୍ଞଙ୍କ ଦ୍ୱାରା ଫିଲିପାଇନ୍ସ, ଇଣ୍ଡୋନେସିଆ ଏବଂ ଖ୍ରୀଷ୍ଟମାସ ଦ୍ୱୀପର ରଙ୍ଗହୀନ ସାମୁଦ୍ରିକ ପ୍ରବାଳଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା। କିନ୍ତୁ ସେ ସମୟରେ ଏହା ପଛର କାରଣ ସେମାନେ ଖୋଜି ବାହାର କରିବାରେ ଅସଫଳ ହୋଇଥିଲେ। ତେବେ ଏ ପ୍ରକାର ସଙ୍କଟର ମୁକାବିଲା ପାଇଁ ବଟରଫ୍ଲାଏ ଫିସ୍‌ ପାଖରେ କୌଣସି ବିକଳ୍ପ ଅଛି କି ନାହିଁ ତାକୁ ନେଇ ଗବେଷଣା ଚାଲିଛି। ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ପଦକ୍ଷେପ ନ ନିଆଗଲେ ବର୍ଣ୍ଣହୀନ ପ୍ରବାଳ ପୁଣିଥରେ ପୂର୍ବାବସ୍ଥାକୁ ଫେରିପାରିବେ ନାହିଁ। ଏହାଦ୍ୱାରା ଭବିଷ୍ୟତରେ ସମୁଦ୍ରରେ ଖାଦ୍ୟଚକ୍ରକୁ ନେଇ ବଡ଼ ସମସ୍ୟା ଦେଖାଯିବ ବୋଲି କେଥ୍‌ ସତର୍କ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri