ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ହେବ ହକି ବିଶ୍ୱକପ୍‌

ଭୁବନେଶ୍ବର,୨ା୧(ବ୍ୟୁରୋ):ଓଡ଼ିଶାରେ ହକି ବିଶ୍ୱକପ୍‌ ଆୟୋଜନରେ ଯେପରି ଟିକେ ବି ଭୁଲ୍‌ ନ ହୁଏ, ସେନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛନ୍ତି। ଗତ ୨ ବର୍ଷ ହେଲା କୋଭିଡ୍‌ ଯୋଗୁ ସାରା ଦେଶରେ କରୋନା କଟକଣା ରହିଥିଲା। ତେବେ ଚଳିତ ଥର ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ଚାଇନା ଏବଂ ଅନ୍ୟାନ୍ୟ ଦେଶରେ କରୋନା ବୃଦ୍ଧି ପାଉଥିବା ବେଳେ ଭାରତ ତଥା ଓଡ଼ିଶାରୁ ମଧ୍ୟ ନୂଆ ଭାରିଏଣ୍ଟର କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତଥାପି ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ହକି ବିଶ୍ୱକପ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିଶ୍ୱକପ୍‌ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡ୍‌ ଲାଇନ ରହିବ ନାହିଁ। ହକି ବିଶ୍ୱକପ୍‌ ରୂପରେଖ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ ଏହା କହିଛନ୍ତି। ହକି ମହାକୁମ୍ଭ ପାଇଁ ରାଜ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ସମସ୍ତ ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରି ଓଡ଼ିଶା ଇତିହାସ ରଚିବ ବୋଲି ସେ ସୂଚନା ଦେଇଛନ୍ତି। ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱକପ୍‌ ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବ। ରାଉରକେଲା ଷ୍ଟାଡିୟମରେ ୧୬ଟି ଅଂଶଗ୍ରହଣକାରୀ ଦଳ ରହିବେ। ତେବେ ହୋଟେଲ ତାଜ୍‌ ଗ୍ରୁପ୍‌ ସେଠାରେ ପରିଚାଳନାରେ ନିୟୋଜିତ ହେବ। ଖେଳାଳି, କୋଚ୍‌, ଅଫିସିଆଲଙ୍କ ଚାକଚକ୍ୟ ରହଣି ସାଙ୍ଗକୁ ଖାଦ୍ୟ ପରଷିବ ତାଜ୍‌ ହୋଟେଲ। ତେବେ ୭ ମାସ ତଳେ ରାଉରକେଲାରେ ଭଲ ହୋଟେଲ, ଏପରିକି ଅନ୍ୟ ଦେଶର ଖେଳାଳିମାନେ ରହିପାରିଲା ଭଳି ନ ଥିଲା। ହେଲେ ୭ ମାସ ମଧ୍ୟରେ ବହୁତ ଭଲ ହୋଟେଲ ପ୍ରସ୍ତୁତ କରାଗଲା। ଏହାର ପରିଚାଳନା ଦାୟିତ୍ୱ ତାଜ୍‌ ହୋଟେଲ ହାତରେ ଦିଆଯାଇଛି। ମୁଖ୍ୟତଃ ଛାତ୍ର, ଯୁବକ ଏବଂ ସ୍ଥାନୀୟ ଲୋକମାନେ ଯେପରି ଅଧିକ ମାତ୍ରାରେ ଏହି ବିଶ୍ୱକପ୍‌ରେ ମ୍ୟାଚ୍‌ ଦେଖିବା ଲାଗି ସାମିଲ ହେବେ, ସେନେଇ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଅନ୍ୟପକ୍ଷରେ ଭାରତ ଖେଳିବାକୁ ଥିବା ସମସ୍ତ ହକି ମ୍ୟାଚ୍‌ର ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ଟିକେଟ୍‌ ବିକ୍ରି ହୋଇଯାଇଛି। ତେଣୁ ହକି ବିଶ୍ୱକପ୍‌ ଦେଖିବାକୁ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ରହିଥିବା ଜଣାପଡ଼ିଛି।
ଟ୍ରାଫିକ୍‌ ପରିଚାଳନା, ଖେଳାଳିଙ୍କ ସୁରକ୍ଷା ଚ୍ୟାଲେଞ୍ଜିଂ ରହିବ: ଡିଜି
ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି, ହକି ବିଶ୍ୱକପ୍‌ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିବ। ଏହା ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ ହୋଇଥିବାରୁ ରାଜ୍ୟ ନିମନ୍ତେ ପ୍ରତିଷ୍ଠାର ବିଷୟ। ଦେଶୀବିଦେଶୀ ହକିପ୍ରେମୀମାନେ ଖେଳ ଦେଖିବାକୁ ଆସିବେ। ତେଣୁ ବିଶ୍ୱକପ୍‌ ସୁପରିଚାଳନା ଯଥା ଖେଳାଳିଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପୋଲିସ ପାଇଁ ଚ୍ୟାଲେଞ୍ଜିଂ ରହିବ। ସେହିପରି ଚଳିତବର୍ଷ ସାଇବର କ୍ରାଇମ୍‌, ନକ୍ସଲ ଦମନ, ନିଶା ଚୋରାଚାଲାଣ ରୋକିବା, ଅପରାଧ ନିୟନ୍ତ୍ରଣ ପୋଲିସ ପାଇଁ ପ୍ରାଥମିକତା ରହିବ ବୋଲି କହିଛନ୍ତି ସୁନୀଲ ବଂଶଲ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri