Posted inଖେଳ

ରାଉରକେଲାରେ ଭବ୍ୟ ସ୍ବାଗତ

ରାଉରକେଲା ଅଫିସ,୨୮ା୧୨: ରାଉରକେଲାରେ ପ୍ରଥମ ଥର ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଦର୍ଶକଙ୍କ ମନରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ଝାରସୁଗୁଡା ଏୟାରପୋର୍ଟରୁ ବସ୍‌ ଯୋଗେ ଭାରତୀୟ ହକି ଦଳ ମଙ୍ଗଳବାର ସନ୍ଧ୍ୟା ୭ଟାରେ ରାଉରକେଲାରେ ପହଞ୍ଚିଥିଲା। ବସ୍‌ ବେଦବ୍ୟାସ ଛକ ହୋଇ ପାନପୋଷ ହକି ଛକ ରିଙ୍ଗ୍‌ରୋଡ ଦେଇ ହନୁମାନ ବାଟିକା ଛକ ରିଙ୍ଗ୍‌ରୋଡ ହୋଇ ବିପିୟୁଟି ପରିସରରେ ଥିବା ବିର୍ସାମୁଣ୍ଡା ଷ୍ଟାଡିୟମରେ ପହଞ୍ଚିଥିଲା ା ହକି ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ରାଉରକେଲା ପାନପୋଷ ଛକ, ହନୁମାନ ବାଟିକା ଛକ, ଛେଣ୍ଡ ଛକରେ ବହୁ କ୍ରୀଡାପ୍ରେମୀ ଭାରତୀୟ ଜାତୀୟ ପତାକା ହାତରେ ଧରି ଉପସ୍ଥିତ ଥିଲେ। ଖେଳାଳିମାନେ ଷ୍ଟାଡିୟମରେ ପହଞ୍ଚିବା ପରେ ହକି ଇଣ୍ଡିଆର ମ୍ୟାନେଜମେଣ୍ଟ ଟିମ୍‌ ତାଙ୍କୁ ସ୍ବାଗତ କରିଥିଲେ। ପରେ ସମସ୍ତ ଖେଳାଳିଙ୍କୁ ବିର୍ସାମୁଣ୍ଡା ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ହୋଟେଲକୁ ପାଛୋଟି ନିଆଯାଇଥିଲା। ଖେଳାଳିଙ୍କୁ ଦେଖିବା ପାଇଁ ଷ୍ଟାଡିୟମ ବାହାରେ ବହୁ ହକି ପ୍ରେମୀ ଉପସ୍ଥିତ ଥିଲେ। ବିଶେଷ କରି ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂ ଓ ଉପଅଧିନାୟକ ଅମିତ ରୋହିଦାସଙ୍କୁ ବସ୍‌ରେ ଓହ୍ଲାଇବାବେଳେ ବହୁ କ୍ରୀଡାପ୍ରେମୀ ବେଷ୍ଟ ଅଫ ଲକ୍‌ କହି ଉତ୍ସାହିତ ପ୍ରକାଶ କରିଥିଲେ। ଭାରତୀୟ ଦଳରେ ସୁନ୍ଦରଗଡ ମାଟିର ବାଲିଶଙ୍କରା ବ୍ଲକ ସୋନାମରା ଗ୍ରାମର ପୁଅ ଅମିତ ରୋହିଦାସ ଓ କାଦୋବାହାଲ ଗ୍ରାମର ପୁଅ ନିଲମ ସଞ୍ଜୀପ ଖେସ ସାମିଲ ହୋଇଥିବାରୁ କ୍ରୀଡାପ୍ରେମୀ ଭଲ ଖେଳ ପ୍ରଦର୍ଶନ ନେଇ ଆଶା ରଖିଛନ୍ତି। ବିର୍ସାମୁଣ୍ଡା ଷ୍ଟାଡିୟମରେ ପହଞ୍ଚିବା ପରେ ଅମିତ ରୋହିଦାସ କହିଥିଲେ ଯେ ଭାଗ୍ୟରେ ଥିଲେ ନିଜ ମାଟିରେ ଖେଳିବାର ସୁଯୋଗ ମିଳେ ା ନିଜ ମାଟିରୁ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଖେଳିବା ସୁଯୋଗ ପାଇଥିବାରୁ ଆମେ ଗର୍ବ ଅନୁଭବ କରୁଛୁ ା ଜିଲାର କ୍ରୀଡାପ୍ରେମୀଙ୍କ ସମର୍ଥନ ଆମ ଦଳକୁ ନିଶ୍ଚିତ ମିଳିବ। ବିର୍ସାମୁଣ୍ଡା ଷ୍ଟାଡିୟମର ନୂଆ ଟର୍ଫରେ ନିଜ ମାଟିରେ ଖେଳିବାର ଅନୁଭୂତି ଆମକୁ ନିଶ୍ଚିତ ପ୍ରେରଣା ଦେବ ବୋଲି ଅମିତ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri