Posted inଜାତୀୟ

ଦେଶରେ କରୋନା ନ ବ୍ୟାପୁ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୭ା୧୨: ଚାଇନା ସମେତ ବିଭିନ୍ନ ଦେଶରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବା ବେଳେ ଭାରତ ଏହାର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ହସ୍ପିଟାଲଗୁଡ଼ିକରେ ମକ୍‌ ଡ୍ରିଲ୍‌ ଆରମ୍ଭ ହୋଇଛି। ଏହି କ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସଫଦରଜଙ୍ଗ ହସ୍ପିଟାଲ ପହଞ୍ଚି କୋଭିଡ୍‌ ମକ୍‌ ଡ୍ରିଲର ସମୀକ୍ଷା କରିଛନ୍ତି। ଏହି ଅବସରରେ ଦେଶରେ ଯେପରି କରୋନା ନ ବ୍ୟାପିବ ସେଥିପ୍ରତି ସରକାର ସଚେତନ ଥିବା କହିଛନ୍ତି। ଯଦି କରୋନାର ବିପଜ୍ଜନକ ପରିସ୍ଥିତି ଉପୁଜେ ତେବେ ହସ୍ପିଟାଲଗୁଡ଼ିକ କରୋନା ସହ ମୁକାବିଳା କରିବାକୁ ପ୍ରସ୍ତୁତ ହେବା ଉଚିତ। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାକୁ ନେଇ ଅଧିକାରୀଙ୍କୁ ସତର୍କ ରହିବାକୁ କହିଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ କୋଭିଡ୍‌ର ପ୍ରତିକାର ନେଇ ସବୁ ଜିଲା ହସ୍ପିଟାଲଗୁଡ଼ିକର ସାମର୍ଥ୍ୟ, ଆଇସୋଲେଶନ ବେଡ୍‌, ଅକ୍ସିଜେନ୍‌-ସପୋର୍ଟେଡ ବେଡ୍‌, ଆଇସିୟୁ ବେଡ୍‌, ଭେଣ୍ଟିଲେଟର ସୁବିଧା, ଡାକ୍ତର, ନର୍ସ ଏବଂ ପାରାମେଡିକ୍‌ କର୍ମଚାରୀ, ଆୟୁଷ ଡାକ୍ତର ଓ ଆଗଧାଡ଼ିର କର୍ମଚାରୀମାନଙ୍କ ସଂଖ୍ୟା ଯାଞ୍ଚ କରାଯିବ। ଏଥିସହିତ କୋଭିଡ୍‌ ପରିଚାଳନା ଲାଗି କେତେଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି, ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ପରିଚାଳନା ସମ୍ପର୍କରେ କେତେଜଣ ପ୍ରଶିକ୍ଷଣ ନେଇଛନ୍ତି, ପିଏସ୍‌ଏ ପ୍ଲାଣ୍ଟ ଇତ୍ୟାଦିକୁ ଚଳାଇବା ଲାଗି ସ୍ବାସ୍ଥ୍ୟକର୍ମୀ ତାଲିମ ନେଇଛନ୍ତି କି ନାହିଁ, ତାହାର ସମୀକ୍ଷା କରାଯିବ। ସେହିପରି ହସ୍ପିଟାଲରେ ବେସିକ୍‌ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ, ପରୀକ୍ଷା ଉପକରଣ, ଜରୁରୀ ଔଷଧ କେତେ ଉପଲବ୍ଧ ଅଛି ତାହାର ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ଉମର ଖଲିଦ୍‌ଙ୍କୁ ଚିଠି ଲେଖିଲେ NYC ମେୟରଙ୍କ ସମେତ ୮ ଆମେରିକୀୟ ସାଂସଦ, ଭାରତକୁ କଲେ ବଡ ଅପିଲ୍

ନୂଆଦିଲ୍ଲୀ,୨।୧: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଉମର ଖାଲିଦ୍‌ଙ୍କୁ ଆମେରିକାରୁ ଆସିଛି ସମର୍ଥନର ଚିଠି। ୟୁଏପିଏ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri