Posted inଫୁରସତ

୯ ଦିନରେ ପୋଲିସକୁ ୨୦୦୦ ଥର କଲ୍‌ କଲେ ବୃଦ୍ଧ

ଭାରତ ପରି ଅନେକ ଦେଶରେ ଅସୁବିଧା ସମୟରେ ପୋଲିସକୁ ଡାକିବାକୁ ପଡ଼ିଥାଏ। ଏଥିପାଇଁ ଜନସାଧାରଣଙ୍କୁ ସ୍ବତନ୍ତ୍ର ନମ୍ବର ପ୍ରଦାନ କରାଯାଇଥାଏ। ଯାହା ଦ୍ୱାରା ସେମାନେ ସହଜରେ ପୋଲିସକୁ ଫୋନ୍‌ କରି ନିଜ ସମସ୍ୟା ବିଷୟରେ କହିଥାନ୍ତି। କିନ୍ତୁ ଜାପାନର ଜଣେ ବୃଦ୍ଧ ୯ ଦିନରେ ପୋଲିସକୁ ୨୦୦୦ ଥର କଲ୍‌ କରିଛନ୍ତି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ପୋଲିସ କଲ୍‌ ଡିଟେଲ୍‌ସରୁ ଜାଣିବାକୁ ପାଇଛି।

ଏକ ରିପୋର୍ଟ ଅନୁଯାୟୀ, ଜାପାନର ସାଇଟାମା ପ୍ରିଫେକ୍ଟର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଥିଲା। ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା। ପ୍ରକୃତରେ ଏଠାରେ ରହୁଥିବା ଜଣେ ୬୭ ବର୍ଷୀୟ ବୃଦ୍ଧ ୯ ଦିନରେ ପୋଲିସକୁ ୨୦୦୦ ଥର କଲ୍‌ କରିଛନ୍ତି।

ସେ ପ୍ରତି ୬ ମିନିଟ୍‌ରେ ଥରେ ପୋଲିସକୁ ଫୋନ୍‌ କରିଥିଲେ। ଯଦି ସମୁଦାୟ ସମୟ ମିଶାଯାଏ ତେବେ ସେ ୯ ଦିନ ମଧ୍ୟରେ ପ୍ରାୟ ୨୭ ଘଣ୍ଟା ଧରି ପୋଲିସ ସହ କଥା ହୋଇଥିଲେ। ସେ ପୋଲିସକୁ ଫୋନ୍‌ କରି ଗାଳି ଦେଉଥିଲେ। ପୋଲିସକୁ ମୁର୍ଖ ଏବଂ ଛାଡ଼ ବୋଲି କହୁଥିଲେ। ପୋଲିସ ଏହି ବ୍ୟକ୍ତିଙ୍କ ଉପରେ ଭୀଷଣ ରାଗିଗଲା। ଶେଷରେ ତାଙ୍କ ଘରେ ଚଢ଼ାଉ କରି ବୃଦ୍ଧଙ୍କୁ ଗିରଫ କରିଥିଲା। ତେବେ ଉକ୍ତ ବୃଦ୍ଧ ଜଣକ ନିଜ ଅପରାଧ ସ୍ବୀକାର କରିବା ସହ କହିଥିଲେ ଯେ, ସେ ଚାହୁଁଥିଲେ ପୋଲିସ ତାଙ୍କୁ ଖୋଜିବାକୁ ଘରକୁ ଆସୁ। ଏଥିପାଇଁ କଲ୍‌ କରୁଥିଲେ।

ଅନ୍ୟପକ୍ଷରେ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ହଇରାଣ କରିବା ଅଭିଯୋଗରେ ପୋଲିସ ଉକ୍ତ ବୃଦ୍ଧଙ୍କୁ ଗିରଫ କରିଛି। ଯେତେବେଳେ ତାଙ୍କ ଫୋନର କଲ୍‌ ହିଷ୍ଟ୍ରି ଦେଖାଗଲା, ପୋଲିସ ଆଶ୍ଚର୍ଯ୍ୟ ହୋଇଗଲା। ସେ ଗତ କିଛି ବର୍ଷ ଧରି ପୋଲିସକୁ ଡାକୁଥିଲେ। କିନ୍ତୁ ଏହି ୯ ଦିନରେ ସେ ପୋଲିସକୁ କଲ୍‌ ସଂଖ୍ୟା ବଢ଼ାଇଥିଲେ। ବୃଦ୍ଧ ଜଣକ ନିଜ ବିଷୟରେ ଅଧିକ କିଛି କହୁନାହାନ୍ତି। ତେଣୁ ସେ କାହିଁକି ଡାକିଲେ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜଣାପଡ଼ିନାହିଁ। ଘଟଣାର ଅଧିକ ଯାଞ୍ଚ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri