Posted inଜାତୀୟ

ଶ୍ରଦ୍ଧା ହତ୍ୟା ମାମଲାର ପୁନରାବୃତ୍ତି, ସ୍ବାମୀଙ୍କୁ ୧୦ ଖଣ୍ଡ କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୮।୧୧: ଶ୍ରଦ୍ଧା ହତ୍ୟା ମାମଲା ଭଳି ଦିଲ୍ଲୀରେ ଆଉ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ତ୍ରିଲୋକପୁରୀର ପାଣ୍ଡବନଗର ପୋଲିସ ଷ୍ଟେଶନ ଅଞ୍ଚଳରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହେବା ପରେ ପୋଲିସ ଏହି ଘଟଣାର ଖୁଲାସା କରିଛି। ମୃତକ ଜଣଙ୍କ ବିହାରର ଅଞ୍ଜନ ଦାସ ବୋଲି ପୋଲିସ କହିଛି। ସେ ଦୀର୍ଘ ଦିନ ଧରି ଦିଲ୍ଲୀରେ ରହୁଥିଲେ। ତେବେ ଏହି ମାମଲାରେ ମୃତକଙ୍କ ସ୍ତ୍ରୀ ପୁନମ ଏବଂ ତାଙ୍କ ସାବତ ପୁଅ ଦୀପକକୁ ପୋଲିସ ଗିରଫ କରିଛି। ଡିସିପି ଅମିତ ଗୋୟାଲଙ୍କ କହିବା ଅନୁଯାୟୀ, ଜୁନ୍‌ ୫ରେ ରାମଲିଲା ମଇଦାନରେ ଶରୀରର ଅଙ୍ଗଗୁଡ଼ିକ ଉଦ୍ଧାର କରାଯାଇଥିଲା। ତେବେ ଶରୀରକୁ ଚିହ୍ନଟ କରିବାରେ ବହୁ ଅସୁବିଧା ହୋଇଥିବା ଡିସିପି କହିଛନ୍ତି। ଯାଞ୍ଚ ପରେ ମୃତଦେହ ଅଞ୍ଜନଙ୍କ ବୋଲି ସ୍ପଷ୍ଟ ହୋଇଥିଲା।

ସୂଚନାଯୋଗ୍ୟ, ପୂର୍ବ ସ୍ବାମୀ ଦୀପକ କଲ୍ଲୁଙ୍କ କର୍କଟ ରୋଗରେ ମୃତ୍ୟୁ ପରେ ୨୦୧୭ରେ ପୁନମ ଅଞ୍ଜନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୁନମଙ୍କର ପୂର୍ବରୁ ୨ ସନ୍ତାନ ଥିଲେ। ଅଞ୍ଜନ ମଧ୍ୟ ବିବାହିତ ଥିଲେ ଏବଂ ବିହାରରେ ତାଙ୍କର ୮ ସନ୍ତାନ ଅଛନ୍ତି। ଅନ୍ୟପକ୍ଷେ, ଅଞ୍ଜନ ପୁନମଙ୍କ ଅଳଙ୍କାର ବିକ୍ରି କରି ବିହାରକୁ ଟଙ୍କା ପଠାଇଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା। ଏହାସହିତ ଅଞ୍ଜନ ପୁନମଙ୍କ ପୂର୍ବ ଝିଅ ଏବଂ ବୋହୂଙ୍କ ପ୍ରତି ଖରାପ ନଜର ଥିବା ସନ୍ଦେହ ମଧ୍ୟ କରୁଥିଲେ। ସେଥିପାଇଁ ମା-ପୁଅ ତାଙ୍କୁ ଜୀବନରୁ ମାରିବଦେବାକୁ ଯୋଜନା କରିଥିଲେ। ମେ’୩୦ରେ ମଦ୍ୟପାନରେ ନିଶା ବଟିକା ଦେଇଥିଲେ। ପରେ ଅଞ୍ଜନ ଚେତାଶୂନ୍ୟ ହୋଇପଡିଥିଲେ। ଏହାର ସୁଯୋଗ ନେଇ ପୁଅ ଦୀପକ ତାଙ୍କ ଗଳା ଚିପି ହତ୍ୟା କରିଥିଲେ। ତା’ପରଦିନ ମୃତଦେହକୁ ପ୍ରାୟ ୧୦ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫୋପାଡି ଥିଲେ। ଜୁନ ୫ ତାରିଖ ବିଳମ୍ବିତ ରାତିରେ ପୋଲିସ ପ୍ରଥମେ ମୃତଦେହର ଗୋଡ ଜବତ କରିଥିଲା। ପୋଲିସ ଘଟଣାର ତଦନ୍ତ ପରେ ହତ୍ୟାକାଣ୍ଡର ଫର୍ଦ୍ଦାଫାଶ କରିଛି। ହତ୍ୟାରେ ମା’ପୁଅଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ମାମଲାର ଅଧିକ ତଥ୍ୟ ପାଇବା ଦୁହିଁଙ୍କୁ ରିମାଣ୍ଡରେ ନେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri