ବିସ୍‌ଲେରିକୁ କିଣିପାରେ ଟାଟା

ନୂଆଦିଲ୍ଲୀ,୨୫।୧୧:ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଟାଟା ଗ୍ରୁପ୍‌ ପ୍ରାୟ ୭୦୦୦ କୋଟି ଟଙ୍କାରେ ପ୍ୟାକେଜିଂ ଓ୍ବାଟର କମ୍ପାନୀ ବିସ୍‌ଲେରିକୁ କିଣିପାରେ ବୋଲି ଚର୍ଚ୍ଚା ହେଉଛି। ଏପରିକି ଟାଟା କଞ୍ଜୁମର ପ୍ରଡକ୍ଟସ ଲିମିଟେଡ୍‌ (ଟିସିପିଏଲ୍‌) ପ୍ରାୟ ୬୦୦୦ରୁ ୭୦୦୦ କୋଟି ଟଙ୍କାରେ ଉକ୍ତ କମ୍ପାନୀ କିଣିବାକୁ ଯୋଜନା ପ୍ରସ୍ତୁତ କରୁଛି ବୋଲି ଜଣାପଡ଼ିଛି। ତେବେ ଟାଟା ବିସ୍‌ଲେରିକୁ କିଣିବା ପରେ ମଧ୍ୟ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ବର୍ତ୍ତମାନର ମ୍ୟାନେଜମେଣ୍ଟ ସହ କାମ କରିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ବିସ୍‌ଲେରି ମଧ୍ୟ ଥମ୍ପସ ଅପ୍‌, ଗୋଲ୍ଡ ସ୍ପଟ୍‌ ଲିମ୍‌କାକୁ କୋକାକୋଲାକୁ ଆଗରୁ ବିକ୍ରି ଦେଇଛି। ଉଲ୍ଲେଖଯୋଗ୍ୟ, ଶିଳ୍ପପତି ରମେଶ ଚୌହାନ ଉପରୋକ୍ତ କମ୍ପାନୀଗୁଡିକୁ ବିକିବାର ପ୍ରାୟ ୩ ଦଶନ୍ଧି ପରେ ବିସ୍‌ଲେରି ଇଣ୍ଟରନ୍ୟାଶନାଲକୁ ଟାଟାକୁ ବିକ୍ରି କରିବାକୁ ଯାଉଛନ୍ତି। ଚୌହାନ କହିଛନ୍ତି, ଟାଟା ଗ୍ରୁପ୍‌ ଏହାର ଆହୁରି ଭଲ ଭାବେ ବ୍ୟବସାୟିକ ବୃଦ୍ଧି କରିପାରିବ। ଅବଶ୍ୟ ବିସ୍‌ଲେରିକୁ ବିକିବା ଏକ କଷ୍ଟକର ନିଷ୍ପତ୍ତି। ହେଲେ ବିସ୍‌ଲେରିକୁ କିଣିବା ପାଇଁ ରିଲାଏନ୍ସ ରିଟେଲ ଏବଂ ନେସ୍‌ଲେ ଭଳି ଅନେକ କମ୍ପାନୀ ଆଗ୍ରହୀ ଥିଲେ। କିନ୍ତୁ ଟାଟା ସହ କଥାବାର୍ତ୍ତା ୨ ବର୍ଷରୁ ଅଧିକ ସମୟ ହେବ ଲାଗି ରହିଥିଲା ଏବଂ ସେ କିଛି ମାସ ତଳେ ଟାଟା ସନ୍ସର ଚେୟାରମ୍ୟାନ୍‌ ଏନ୍‌. ଚନ୍ଦ୍ରଶେଖରନ ଏବଂ ଟାଟା କଞ୍ଜୁମରର ସିଇଓ ସୁନୀଲ ଡି’ସୁଜାଙ୍କୁ ମଧ୍ୟ ଭେଟିଥିଲେ ଏବଂ ଟାଟା ସହ ଡିଲ୍‌ ନିଶ୍ଚିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ବେଆଇନ କୁକୁଡ଼ା ଲଢ଼େଇ ଖେଳକୁ ବନ୍ଦ କରିବାକୁ ଯାଇଥିଲା ପୋଲିସ, ଗାଡିକୁ ଘେରିଗଲେ ଲୋକେ, ଆଉ ତା’ପରେ…

ପାଟଣା,୩୧।୧୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ଡାଳପକା ପଞ୍ଚାୟତ ଉପାନ୍ତ କେନ୍ଦୁଯୋଡା ଗ୍ରାମ ରେସାନ୍ତାଳ ସମ୍ପ୍ରଦାୟ ଦାମୋଦର...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri