ସିଏନ୍‌ଜି ସେଗ୍‌ମେଣ୍ଟରେ ଆସିବ ଟୟୋଟା

ନୂଆଦିଲ୍ଲୀ,୧୨ା୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌)ର ସିଏନ୍‌ଜି ସେଗ୍‌ମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଉଭୟ ଟୟୋଟା ଗ୍ଲାନ୍‌ଜା ଏବଂ ଅର୍ବାନ କ୍ରୁଜ୍‌ର ହାଇରେଡର୍‌ ମଡେଲ ଲାଇନ ଅପ୍‌ ପାଇଁ ଅଧିକ ବିକଳ୍ପ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜାନୁୟାରୀରେ ଆରମ୍ଭ ହୋଇଥିବା ଟୟୋଟା ଗ୍ଲାନ୍‌ଜା ବର୍ତ୍ତମାନ ଏସ୍‌ ଏବଂ ଜି ଗ୍ରେଡ୍‌ରେ ଏକ ସିଏନ୍‌ଜି ଭାରିଆଣ୍ଟ ସହ ମାନୁଆଲ ଟ୍ରାନ୍ସମିସନ୍‌ ପାୱାର ଟ୍ରେନ୍‌ ସହିତ ଉପଲବ୍ଧ ହେବ। ଗ୍ରାହକମାନଙ୍କ ପାଇଁ ଏକ ଇକୋ-ଫ୍ରେଣ୍ଡ୍‌ଲି ତଥା ଅର୍ଥନୈତିକ ବିକଳ୍ପ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏପରିକି ମାନୁଆଲ ଟ୍ରାନ୍ସମିସନ୍‌ (ଏମ୍‌ଟି) ପାୱାର ଟ୍ରେନ୍‌ ସହ ଏ ଏବଂ ଜି ଗ୍ରେଡ୍‌ରେ ଉପଲବ୍ଧ ହେବାକୁ ଥିବା ଉଭୟ ମଡେଲରେ ଇ-ସିଏନ୍‌ଜି ଟ୍ରିମ୍‌ ରହିଛି। ଇ-ସିଏନ୍‌ଜି ଟେକ୍ନୋଲୋଜି ସହ ଟୟୋଟା ଗ୍ଲାନ୍‌ଜାର ମୂଲ୍ୟ ଯଥାକ୍ରମେ ଏସ୍‌ ଏବଂ ଜି ଗ୍ରେଡ୍‌ ପାଇଁ ୮,୪୩,୦୦୦ ଟଙ୍କା ଏବଂ ୯,୪୬,୦୦୦ ଟଙ୍କା ରହିଛି। ଭାରତର ସମସ୍ତ ଟୟୋଟା ଡିଲରଶିପ୍‌ରେ ଉଭୟ ଗ୍ଲାନ୍‌ଜା ଏବଂ ଅର୍ବାନ କ୍ରୁଜ୍‌ର ହାଇରେଡର୍‌ ପାଇଁ ଇ-ସିଏନ୍‌ଜି ଟ୍ରିମ୍‌ ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। ଅର୍ବାନ କ୍ରୁଜ୍‌ର ହାଇରେଡରର ଇ-ସିଏନ୍‌ଜି ଟ୍ରିମ୍‌ର ମୂଲ୍ୟ ଖୁବ୍‌ ଶୀଘ୍ର ଘୋଷଣା କରାଯିବ।
ଏ ଟିକେଏମ୍‌ର ବିକ୍ରୟ ଏବଂ ଷ୍ଟ୍ରାଟେଜିକ୍‌ ମାର୍କେଟିଂ ଆସୋସିଏଟ୍‌ ଉପସଭାପତି ଅତୁଲ ସୁଦ୍‌ କହିଛନ୍ତି, ଆମର ଲକ୍ଷ୍ୟ ସର୍ବଦା ବଜାରର ଆବଶ୍ୟକତାକୁ ଆଧାରରେ ଗ୍ରାହକଙ୍କ ଆକାଂକ୍ଷା ପୂରଣ ଉପରେ ସ୍ପଷ୍ଟ ଧ୍ୟାନଦେଇ ଗ୍ରାହକଙ୍କୁ ସର୍ବାଧିକ ଉପଯୋଗୀ ଉତ୍ପାଦ ଏବଂ ସେବା ଯୋଗାଇଦେବା। ସମାନ ଦୃଷ୍ଟିକୋଣକୁ ଆଖିରେ ରଖି ଆମେ ଟୟୋଟା ଗ୍ଲାନ୍‌ଜା ଏବଂ ଅର୍ବାନ କ୍ରୁଜ୍‌ର ହାଇରେଡର ପାଇଁ ସିଏନ୍‌ଜି ଭାରିଆଣ୍ଟ ଘୋଷଣା କରି ବେଶ୍‌ ଆନନ୍ଦିତ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri