ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ର ଅବହେଳିତ, ବିକାଶ ଦାବି

କେନ୍ଦୁଝର,୨୬ା୧୦(ସ୍ବ.ପ୍ର.): ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରକୁ ଅବହେଳା କରାଯାଉଥିବା ନେଇ ସ୍ଥାନୀୟ ଅଧିବାସୀମାନେ ଜିଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବଂଶପାଳ ବ୍ଲକ ଅନ୍ତର୍ଗତ ଡଙ୍ଗା ପାଣି, କଣ୍ଟା କୋଳି, ମେଦିନୀପୁର, ଭେଜିଡିହି ଗ୍ରାମର ଅଧିବାସୀମାନେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରତ୍ୟେକ ବର୍ଷ ହଜାର ହଜାର ସଂଖ୍ୟାରେ ଏହି ସ୍ଥାନ ଭ୍ରମଣ କରିବାକୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସିଥିଲେ ହେଁ ଏନ୍‌ଏଚ୍‌ ୪୯( ଅଞ୍ଜର)ରୁ ବଡ଼ ଘାଗରାକୁ ଯାଇଥିବା ରାସ୍ତାର ଦୁରବସ୍ଥା ଯୋଗୁ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଣ ଜଙ୍ଗଲ ପରିବେଷ୍ଟିତ ଏହି ଅଞ୍ଚଳରେ ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ଚଳପ୍ରଚଳ ରହିଛି। ଏଣୁ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ଯିବା ଆସିବା କରିବାକୁ ପଡୁଛି। ସେହିପରି ଡ୍ୟାମକୁ ଯିବା ପାଇଁ ଅନ୍ୟ ଏକ ଏନ୍‌ଏଚ୍‌ ୪୯ରୁ ଡଙ୍ଗାପାଣି ଗ୍ରାମ ରାସ୍ତା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ନିକଟରେ ଥିବା ସାନ ଘାଗରା କେନ୍ଦ୍ରର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାକୁ ଅଣଦେଖା କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ବଡ଼ଘାଗରା ଜଳ ପ୍ରପାତ ରହିଥିବା ବେଳେ ଡ୍ୟାମ୍‌ ତଥା ପାହାଡ଼ ଜଙ୍ଗଲ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସେହିପରି ଏଠାରେ ରହିଛି ଏକ ଶିବ ମନ୍ଦିର। ଏହା ନିକଟରେ ରହିଛି ପ୍ରଥମ ଜଳ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ଅନ୍ୟତମ ଆକର୍ଷଣ, ରକ୍ଷଣାବେକ୍ଷଣ ଅଭାବରୁ ଯାହାକି ଦୀର୍ଘବର୍ଷ ହେଲା ଅଚଳ ହୋଇପଡ଼ିଛି। ଏହା ଛଡ଼ା ଏଠାରେ ବର୍ଷା ଓ ଖରା ଦିନରେ ଆଶ୍ରୟ ନେବାକୁ ବିଶ୍ରାମ ଗୃହ ନାହିଁ କିମ୍ବା ଆଲୋକ ବ୍ୟବସ୍ଥା ନାହିଁ। ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳ, ଖାଦ୍ୟ ଆଦି ବ୍ୟବସ୍ଥା ମଧ୍ୟ ନାହିଁ। ପିକ୍‌ନିକ୍‌ ଋତୁରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକ ଆସିଥାନ୍ତି କିନ୍ତୁ ସୁବ୍ୟବସ୍ଥା ନ ଥିବାରୁ ନିରାଶ ହୋଇ ଫେରିଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଏଣୁ ଏ ସବୁର ସମାଧାନ କରିବାକୁ ଦାବି କରିଛନ୍ତି। ବାବା ରାମେଶ୍ବର ମନ୍ଦିର ଟ୍ରଷ୍ଟ ଧରଣୀର ସଭାପତି ଧର ପରିହାଳଙ୍କ ନେତୃତ୍ୱରେ ଗ୍ରାମବାସୀ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri