Posted inଖେଳ

ଇଞ୍ଜୁରି ସମସ୍ୟାର ସମାଧାନ ଜରୁରୀ: ବିନ୍ନି

ବେଙ୍ଗାଲୁରୁ, ୨୧ା୧୦ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିର୍ବାଚିତ ସଭାପତି ରୋଜର ବିନ୍ନି ଇଞ୍ଜୁରି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତର ୩ ଦିନ ପୂର୍ବରୁ ଇଞ୍ଜୁରି ଯୋଗୁ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା ଟୁର୍ନାମେଣ୍ଟରେ ଭାଗ ନେଇପାରିବେ ନାହିଁ ବୋଲ ସ୍ପଷ୍ଟ ହୋଇଥିଲା। ସେ ସମୟରେ ମହମ୍ମଦ ଶାମି କୋଭିଡ୍‌ ଆକ୍ରାନ୍ତ ଥିଲେ। ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସେ କେବେ ସୁସ୍ଥ ହେବେ ବିସିସିଆଇକୁ ସେଥିପାଇଁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହୋଇଥିଲା। ଏଭଳି ପରିସ୍ଥିତି ଯେପରି ଭବିଷ୍ୟତରେ ନ ଉପୁଜେ ସେ ଦିଗରେ ଧ୍ୟାନ ଦିଆଯିବ ବୋଲି ବିନ୍ନି କହିଛନ୍ତି। କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନ ଦ୍ୱାରା ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦାନ ପୂର୍ବକ ସେ କହିଛନ୍ତି, ଖେଳାଳିମାନେ ସହଜରେ ଏତେ ଗୁରୁତର ଭାବେ କିପରି ଆହତ ହେଉଛନ୍ତି ତାହା ବୁଝାପଡୁ ନାହିଁ। ଏହା ଏବେକାର କଥା ନୁହେଁ, ଗତ ୪ରୁ ୫ ବର୍ଷ ହେଲା ଦେଖିବାକୁ ମିଳୁଛି। ଏହାର ଅର୍ଥ ନୁହେଁ ଯେ, ଆମ ପାଖରେ ଭଲ ଟ୍ରେନର କିମ୍ବା କୋଚ୍‌ଙ୍କ ଅଭାବ ରହିଛି। ବୁମ୍‌ରାଙ୍କ ଭଳି ଖେଳାଳିଙ୍କୁ ବିଶ୍ୱକପ୍‌ର ୧୦ ଦିନ ପୂର୍ବରୁ ଆଘାତପ୍ରାପ୍ତ ବୋଲି ଘୋଷଣା କରାଯାଉଛି। ତାଙ୍କ ସ୍ଥାନରେ କାହାରିକୁ ନିଆଯିବ ସେ ନେଇ ଚର୍ଚ୍ଚା ହେଉଛି। ଏପରି ହେବା ଭଲନୁହେଁ।
ଘରୋଇ ଖେଳାଳିଙ୍କ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଆବଶ୍ୟକତା ନାହିଁ
ରଣଜୀ ଟ୍ରଫିର ମାନ ବୃଦ୍ଧି ସହ ଘରୋଇ କ୍ରିକେଟ ପାଇଁ ଉନ୍ନତୀକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି ବୋଲି ବିସିସିଆଇ ମୁଖ୍ୟ କହିଛନ୍ତି। ଆମ ପିଚ୍‌ଗୁଡ଼ିକ ଫାଷ୍ଟ ବୋଲିଂ ପାଇଁ ଏବେ ବି ଅନୁପଯୁକ୍ତ। ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ପଡ଼ିବ। ଭାରତ ମ୍ୟାଚ ବେଳକୁ ୩୦ରୁ ୪୦ ହଜାର ଦର୍ଶକ ଷ୍ଟାଡିୟମ ଆସିବେ। ଦର୍ଶକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ଦିଗରେ ଧ୍ୟାନ ଦେବାକୁ ହେବ। ବର୍ତ୍ତମାନ ସମୟରେ ଘରୋଇ କ୍ରିକେଟରମାନଙ୍କ ଲାଗି ସେଣ୍ଟ୍ରାଲ କଣ୍ଟ୍ରାକ୍ଟର ଆବଶ୍ୟକତା ଥିବା ସେ ଅନୁଭବ କରୁନାହାନ୍ତି। ଖେଳାଳିମାନଙ୍କୁ ଉତ୍ତମ ସୁବିଧା ସୁଯୋଗ ଦିଆଯିବ। ରଣଜୀ ଟ୍ରଫି ମାନରେ ଉନ୍ନତି ଆଣିବାକୁ ପଡ଼ିବ। କୌତୂହଳର କଥା ଏହିକି ଯେ, ବହୁ ଦିନ ଧରି ଇରାନୀ ଟ୍ରଫି ଆୟୋଜିତ ହୋଇ ଆସୁଛି ା ହେଲେ ଏହି ଟୁର୍ନାମେଣ୍ଟ ସମ୍ପର୍କରେ କମ୍‌ ଲୋକ ଜାଣନ୍ତି। ଆସନ୍ତା ମାର୍ଚ୍ଚରେ ହେବାକୁ ଥିବା ମହିଳା ଆଇପିଏଲ୍‌ ସମ୍ପର୍କରେ ନିଜ ମତ ରଖି ବିସିସିଆଇ ମୁଖ୍ୟ କହିଥିଲେ, ପୁରୁଷ କ୍ରିକେଟ ଭଳି ମହିଳା କ୍ରିକେଟ ଯଦିଓ ସେତେଟା ଲୋକପ୍ରିୟ ହୋଇପାରିନି ଗତ ୨ରୁ ୩ ବର୍ଷ ହେଲା ଏଥିପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ବହୁଲୋକ ଏହାକୁ ଦେଖିବାକୁ ଆସିବେ ବୋଲି ସେ ଆଶା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri