ଜାନୁୟାରୀରୁ ତାଳଦଣ୍ଡା କେନାଲରେ ବୋଟିଂ ବ୍ୟବସ୍ଥା

କଟକ ଅଫିସ,୨୦ା୧୦: ଆସନ୍ତା ଜାନୁୟାରୀରୁ ତାଳଦଣ୍ଡା କେନାଲରେ ବୋଟିଂ ବ୍ୟବସ୍ଥା କରାଯିବ। ସହରବାସୀ ଜଳକ୍ରୀଡା ସହିତ ସୁସ୍ବାଦୁ ବ୍ୟଞ୍ଜନର ମଜା ନେଇପାରିବେ। ବୋଟିଂ ଅଞ୍ଚଳକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚାରାରୋପଣ ସହ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା କରାଯିବ। ଏଥିପାଇଁ ପ୍ରାୟ ୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏନେଇ ବୁଧବାର କଟକ ମହାନଗର ନିଗମ(ସିଏମ୍‌ସି) କମିଶନର ନିଖିଲ ପୱନ କଲ୍ୟାଣ ଏବଂ ଓଟିଡିସି ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଲୋକଙ୍କ ବସିବା କାଫେଟେରିଆ କରାଯିବ। ଏହି ଉନ୍ନତୀକରଣ କାର୍ଯ୍ୟ ଆସନ୍ତା ନଭେମ୍ବର ୧୫ ତାରିଖ ପରେ ଆରମ୍ଭ ହେବ। ଆସନ୍ତା ୧୦ ଦିନ ମଧ୍ୟରେ ପ୍ରକଳ୍ପର ବିସ୍ତୃତ ଡିଜାଇନ ପ୍ରସ୍ତୁତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ଖୁବ୍‌ଶୀଘ୍ର ପେଟାନାଳ ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ। ପେଟାନାଳ ପାର୍ଶ୍ୱରେ ଥିବା ସିଏମ୍‌ସିର ଭେଣ୍ଡିଂ ଜୋନ୍‌ ଖୋଲିବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ପରିବା ବ୍ୟବସାୟୀଙ୍କ ପାଇଁ ମାଲଗୋଦାମ ପାର୍ଶ୍ୱ ତାଳଦଣ୍ଡା କେନାଲ ନିକଟରେ ଅର୍ବାନ ହାଟ ନିର୍ମାଣ ଚାଲିଛି। ତାଳଦଣ୍ଡା କେନାଲ ପାର୍ଶ୍ୱ ନୂତନ ସ୍ଥାନରେ ଏହି ହାଟର ସମ୍ପ୍ରସାରଣ କାର୍ଯ୍ୟ କରାଯିବ। ଏଠାରେ ୨୫୦ ଜଣ ଅଧିକ ବ୍ୟବସାୟୀ ବ୍ୟବସାୟ କରିପାରିବେ। ଏହି ଆଲୋଚନାରେ ସିଏମ୍‌ସି ଡେପୁଟି କମିଶନର ଅଜୟ ମହାନ୍ତି, ନିର୍ବାହୀଯନ୍ତ୍ରୀ ଦିବ୍ୟ ରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri