କ୍ଲୋକ୍‌ ରୁମ୍‌ ସଙ୍କୁଚିତ: ଶ୍ରଦ୍ଧାଳୁ ହନ୍ତସନ୍ତ

ପୁରୀ ଅଫିସ,୧୭ା୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ବେରେଜ୍‌ ଲାଇନ୍‌ ସମେତ ଅନ୍ୟ ଭୂତଳ ସୁବିଧା ପାଇଁ ସମ୍ପ୍ରତି କାର୍ଯ୍ୟକ୍ଷମ ଥିବା କ୍ଲୋକ୍‌ ରୁମ୍‌ ଓ ଜୋତାଷ୍ଟାଣ୍ଡକୁ ସଙ୍କୁଚିତ କରିଦିଆଯାଇଛି। କ୍ଲୋକ୍‌ ରୁମ୍‌ ପଛ ପଟେ ଜମି ଅଧିଗ୍ରହଣ ପରେ ପୁରୁଣା କ୍ଲକ୍‌ ରୁମ୍‌ର କିଛି ଅଂଶ ଭାଙ୍ଗିଦିଆଯାଇଥିବାବେଳେ ସମ୍ପ୍ରତି ସ୍ବେରେଜ କାର୍ଯ୍ୟ ଚାଲିଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ନିଜ ଆସବାବପତ୍ର ରଖିବା ଲାଗି ହଇରାଣ ହେଉଛନ୍ତି। ସେହିଭଳି ସଙ୍କୁଚିତ କ୍ଲକ୍‌ ରୁମ୍‌ର ସୁଯୋଗ ନେଇ ଘରୋଇ ଜୋତାଷ୍ଟାଣ୍ଡଗୁଡ଼ିକ ଶ୍ରଦ୍ଧାଳୁଙ୍କୁ ଆର୍ଥିକ ଶୋଷଣ କରିବାରେ ବ୍ୟସ୍ତ। ଅନ୍ୟପକ୍ଷରେ ଆସନ୍ତା ୨ମାସ ମଧ୍ୟରେ ବର୍ଦ୍ଧିତ କ୍ଲୋକ୍‌ ରୁମ୍‌ କାର୍ଯ୍ୟକ୍ଷମ ହେବ ଓ ଉକ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୈନିକ ଅତିକମ୍‌ରେ ୧୦ ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବେଶ କରିବା ପୂର୍ବରୁ କ୍ଲୋକ୍‌ ରୁମ୍‌ରେ ବ୍ୟାଗ, ଜୋତା, ଚମଡ଼ା ବେଲ୍ଟ, ମୋବାଇଲ ଫୋନ୍‌ ଏବଂ ଅନ୍ୟ ଆସବାବପତ୍ର ରଖିଥାଆନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିନା ମୂଲ୍ୟରେ ଶ୍ରଦ୍ଧାଳୁଙ୍କୁ ଏହି ସେବା ଯୋଗାଇ ଦିଆଯାଇଥାଏ। ମାତ୍ର ସମ୍ପ୍ରତି ଏହି କ୍ଲୋକ୍‌ ରୁମ୍‌ ପୂର୍ଣ୍ଣ କ୍ଷମତାରେ ଚାଲୁ ନ ଥିବାରୁ ଶ୍ରଦ୍ଧାଳୁମାନେ ବାଧ୍ୟହୋଇ ଘରୋଇ ଷ୍ଟାଣ୍ଡରେ ଟଙ୍କା ଦେଇ ଆସବାବପତ୍ର ରଖୁଛନ୍ତି। ଷ୍ଟାଣ୍ଡ ମାଲିକମାନେ ଗୋଟିଏ ବ୍ୟାଗ୍‌ ରଖିବା ଲାଗି ୩୦ ଟଙ୍କା ନେଉଛନ୍ତି। ସିଂହଦ୍ୱାରକୁ ମିଶାଇ ଶ୍ରୀମନ୍ଦିର ଚାରିପଟେ ୧୫ରୁ ୨୦ଟି ଏଭଳି ଦୋକାନ ରହିଛି। ଶ୍ରଦ୍ଧାଳୁ ସରୋଜ ବରାଳ ନିଜ ପରିବାର ସଦସ୍ୟଙ୍କ ସହ ଶ୍ରୀମନ୍ଦିର ବୁଲିବାକୁ ଆସିଥିବା ବେଳେ ତାଙ୍କୁ କେବଳ ଆସବାବପତ୍ର ରଖିବା ପାଇଁ ୨ଶହ ଟଙ୍କା ଦେବାକୁ ପଡ଼ିଥିଲା। ସରୋଜ କହିଛନ୍ତି, ଜୋତାଷ୍ଟାଣ୍ଡରେ ଜୁଲମ୍‌ ଦେଖି କଷ୍ଟ ଲାଗିଲା। ପ୍ରଶାସନ ପକ୍ଷରୁ ବିଶେଷ ସୁବିଧା ନ ଥିବାରୁ ଆମେ ବାଧ୍ୟହୋଇ ଘରୋଇ ଜୋତାଷ୍ଟାଣ୍ଡରେ ଆସବାବପତ୍ର ରଖିଥିଲୁ। ତେବେ ଅର୍ଥ କମାଇବାକୁ ଅନୁରୋଧ କରିବା ସତ୍ତ୍ବେ ଷ୍ଟାଣ୍ଡ କର୍ମଚାରୀ କିଛି ଶୁଣି ନ ଥିଲେ। ଓଲଟା ଇଚ୍ଛା ହେଲେ ରଖ ନ ହେଲେ ନାହିଁ ବୋଲି ରୋକଠୋକ୍‌ କହିଥିଲେ। ଏଣୁ ପ୍ରଶାସନ ଏ ନେଇ ବିକଳ୍ପ ବ୍ୟବସ୍ଥା କରିବା ଦରକାର। ଫଳରେ ଶ୍ରଦ୍ଧାଳୁଙ୍କ ସହ ହେଉଥିବା ଏଭଳି ବ୍ୟବହାର ଓ ଶୋଷଣ ବନ୍ଦ ହେବ।
ଶ୍ରୀମନ୍ଦିର କ୍ଲୋକ୍‌ ରୁମ୍‌ରେ ସାଧାରଣ ଦିନରେ ୨୦ ହଜାର ଲୋକଙ୍କ ଆସବାବପତ୍ର ରଖିବା ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଏବେ ଏହି ସଂଖ୍ୟା କମି ଆସି ୪ରୁ ୫ ହଜାରରେ ପହଞ୍ଚିଛି। ଏଣୁ ଗହଳି ହେଲେ ଘରୋଇ ଜୋତାଷ୍ଟାଣ୍ଡଗୁଡ଼ିକୁ ଲୁଟିବାର ସୁଯୋଗ ମିଳିଯାଉଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା କରା ନ ଯିବାକୁ ସାଧାରଣରେ ସମାଲୋଚନା କରାଯାଇଛି। ଏନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସ୍ବେରେଜ ଲାଇନ୍‌ ପାଇଁ ଭଙ୍ଗାଯାଇ ଭୂତଳ କାର୍ଯ୍ୟ ଚାଲିଛି। ଫଳରେ ସାମାନ୍ୟ ଅସୁବିଧା ହେଉଛି। କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ବିକଳ୍ପ ବ୍ୟବସ୍ଥା ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ଆସବାବପତ୍ର ରଖିବା ପାଇଁ ଯଥାସମ୍ଭବ ଉଦ୍ୟମ ହେଉଛି ବୋଲି ସାହୁ ପ୍ରକାଶ କରିଛନ୍ତି। ସେହିପରି ଆସନ୍ତା ୨ମାସ ମଧ୍ୟରେ ବର୍ଦ୍ଧିତ କ୍ଲୋକ୍‌ ରୁମ୍‌ କାର୍ଯ୍ୟକ୍ଷମ କରାଯିବ ଏବଂ ଏଥିଯୋଗୁ ସମସ୍ୟା ଦୂର ହୋଇପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri