Posted inଜାତୀୟ

ଏଏସଆଇର ଗୁରୁତ୍ୱପୂର୍ଣ୍ଣ ସନ୍ଧାନ, ଜଙ୍ଗଲରୁ ୧୦୦୦ ବର୍ଷ ତଳର ୨୬ ମନ୍ଦିର-୧,୫୦୦ ବର୍ଷ ତଳର ଗୁମ୍ଫା ମିଳିଲା…

ଭୋପାଳ, ୨୯।୯ : ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସଆଇ) ପକ୍ଷରୁ ମଧ୍ୟପ୍ରଦେଶର ଉମରିଆ ଜିଲାର ବାନ୍ଧବଗଡ଼ର ଜଙ୍ଗଲରେ ୨ ରୁ ୫ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ୨୬ ଗୁମ୍ଫା ସହିତ ୨୬ଟି ପ୍ରାଚୀନ ମନ୍ଦିରର ଏକ ଶୃଙ୍ଖଳା ଆବିଷ୍କୃତ ହୋଇଛି। ପ୍ରତ୍ନତାତ୍ତ୍ୱିକ ବିଭାଗର ଖନନରୁ ମନ୍ଦିର ସମ୍ପର୍କରେ ସନ୍ଧାନ ମିଳିଛି। ଯେଉଁଥିରେ ପ୍ରଭୁ ବିଷ୍ଣୁଙ୍କ ଶୋଇଥିବା ଅବସ୍ଥାରେ ପ୍ରତିମା ସହିତ ବରାହଙ୍କ ପ୍ରତିମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଛି। ଏଏସଆଇର ଏହି ଆବିଷ୍କାରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଅଧିକ ତଥ୍ୟ ପାଇଁ ସନ୍ଧାନ ଜାରି ରହିଛି।

ଏଏସଆଇ ଅଧୀକ୍ଷକ ଶିବକାନ୍ତ ବାଜପେୟୀ କହିଛନ୍ତି ଯେ ବାନ୍ଧବଗଡ ଟାଇଗର ରିଜର୍ଭ ୧୧୦୦ ବର୍ଗ କିଲୋମିଟର ଉପରେ ବିସ୍ତାର ହୋଇଛି। ବର୍ତ୍ତମାନ ଗୋଟିଏ ଜୋନ ତାଲାଗରରେ ଏକ ସର୍ଚ୍ଚ ଅପରେଶନ ଚାଲିଛି। ଏଠାରେ ମିଳୁଥିବା ପ୍ରାଚୀନ ପଥର ଗୁମ୍ଫା ମାନବ ଦ୍ୱାରା ନିର୍ମିତ। ବୌଦ୍ଧ ଧର୍ମ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏଠାରୁ ମିଳିଛି। ଏଠାରେ କାମ କରିବା ସହଜ ନୁହେଁ କାରଣ ସେଠାରେ ଏକ ଟାଇଗର ରିଜର୍ଭ ଅଛି। ବନ ବିଭାଗର ଅନୁମତି କ୍ରମେ ଏହି ଅଭିଯାନ ଆରମ୍ଭ କରାଯାଇଛି।

ଏହା କୁହାଯାଉଛି ଯେ ଏହି୨୬ଟି ମନ୍ଦିର ହେଉଛି କାଲାଚୁରୀ ସମୟର। ବୌଦ୍ଧ ମନ୍ଦିର ଗୁଡ଼ିକ ୯ ରୁ ୧୧ତମ ଶତାବ୍ଦୀର । ଦ୍ୱିତୀୟ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ଦୁଇଟି ବୌଦ୍ଧ ମଠ, ଦୁଇଟି ସ୍ତୁପ,୨୪ ଟି ବ୍ରାହ୍ମୀ ସ୍କ୍ରିପ୍ଟ, ୪୬ ଟି ମୂର୍ତ୍ତି ଏବଂ ୧୯ ଟି ଜଳ ସଂରଚନା ଦେଖିବାକୁ ମିଳିଛି।

ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣରୁ ଜଣାପଡିଛି ଯେ ଏହି ସମସ୍ତ ମନ୍ଦିର ଏବଂ ପ୍ରତିମା ରାଜା ଭୀମସେନ, ମହାରାଜ ପୋତା ଶ୍ରୀ, ମହାରାଜ ଭଟ୍ଟଦେବଙ୍କ ସମୟର। ବାନ୍ଧବଗଡର ପ୍ରାୟ ୧୭୦ ବର୍ଗ କିଲୋମିଟର ଅଞ୍ଚଳ ଏଏସଆଇ ଦଳର ସନ୍ଧାନ ପାଇଁ ଚିହ୍ନଟ ହୋଇଛି। ଏଥିପାଇଁ ପ୍ରଥମେ ୧୯୩୮ରେ ସ୍ବୀକୃତି ମିଳିଥିଲା।

ଏଠାରୁ ୬.୪ ମିଟର ଲମ୍ବ, ୫.୦୩ ମିଟର ଉଚ୍ଚ ଏବଂ ୨.୭୭ ମିଟର ଚଉଡା ଏକ ବରାହ ମୂର୍ତ୍ତି ମିଳିଛି। ଏଠାରେ ଅବସ୍ଥିତ ମନ୍ଦିର ଏବଂ ମଠଗୁଡ଼ିକ ବାନ୍ଧବଗଡ଼ରେ ମତ୍ତମୟୁର ସମ୍ପ୍ରଦାୟର ଅସ୍ତିତ୍ୱକୁ ସୂଚିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri