ରତ୍ନଭଣ୍ଡାରକୁ ଡର

ପୁରୀ ଅଫିସ,୨୬।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ହୋଇପଡ଼ିଥିବାରୁ ଏହାର ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ରତ୍ନଭଣ୍ଡାର ଖୋଲାଯିବା ସହ ଏହାର ମରାମତି କରାଯିବାକୁ ବିଭିନ୍ନ ମହଲରେ ଦାବି ହୋଇଆସୁଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ନୀରବ ରହିଥିବାବେଳେ ପରିଚାଳନା କମିଟିରେ ଦ୍ୱନ୍ଦ୍ୱ ଦେଖାଦେଇଛି। ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଆଲୋଚନା ହେଉ ବୋଲି କେତେଜଣ ସଦସ୍ୟ ଚାହଁୁଥିବାବେଳେ ଅନ୍ୟ କେତେଜଣ ଏ ନେଇ ମୁହଁ ଖୋଲିବାକୁ ନାରାଜ। ତେଣୁ ରତ୍ନଭଣ୍ଡାର ଖୋଲାଯିବାକୁ ରାଜ୍ୟ ସରକାର ଏବଂ ପରିଚାଳନା କମିଟି ଏକପ୍ରକାର ଭୟ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।
ଅନୁଯାୟୀ, ଆଗାମୀ ପରିଚାଳନା କମିଟି ବୈଠକର କାର୍ଯ୍ୟସୂଚୀରେ ଏପର୍ଯ୍ୟନ୍ତ ରତ୍ନଭଣ୍ଡାର ପ୍ରସଙ୍ଗ ସ୍ଥାନ ପାଇପାରିନାହିଁ। ତେଣୁ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବ କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି। ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର କହିଛନ୍ତ, ୨୦୧୮ ମସିହାରେ ଦାଖଲ ହୋଇଥିବା ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟକୁ ଇତିମଧ୍ୟରେ ୪ବର୍ଷ ପୂରିଲାଣି। ଏହାପରେ ଗତ ଅଗଷ୍ଟରେ ଏଏସ୍‌ଆଇ ପୁଣି ଥରେ ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ଏକ ଚିଠି ଲେଖି ଏହାର ମରାମତି ଦାବି କରିଛି। ଏଣୁ ଏହି ପ୍ରସଙ୍ଗରେ ଆଗାମୀ ପରିଚାଳନା କମିଟି ବୈଠକଗୁଡ଼ିକରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ରତ୍ନଭଣ୍ଡାର ନିରୀକ୍ଷଣ ଓ ମରାମତି ନେଇ ଆନୁଷଙ୍ଗିକ ପ୍ରସ୍ତୁତି ପାଇଁ କେତେ ସମୟ ଲାଗିବ ସେ ସଂକ୍ରାନ୍ତରେ ଆଲୋଚନା ହେବ। ଏଥିସହ ରତ୍ନଭଣ୍ଡାରରେ ଥିବା ସ୍ବର୍ଣ୍ଣ ଅଳଙ୍କାର କିଭଳି ଭାବେ ସ୍ଥାନାନ୍ତର କରାଯିବ, ତାହାକୁ ମଧ୍ୟ ଆଲୋଚନାରେ ସାମିଲ କରାଯିବ। ରତ୍ନଭଣ୍ଡାର ଖୋଲାଯିବା ଓ ଏହାର ଚାବି ସମ୍ପର୍କରେ ଦୁଇଟି ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଏହି ଦୁଇ ମାମଲା ସଂକ୍ରାନ୍ତରେ ବିଚାରବିମର୍ଶ କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ରତ୍ନଭଣ୍ଡାର ସୁରକ୍ଷା ପାଇଁ ପରିଚାଳନା କମିଟି ସଦା ସଜାଗ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପରିଚାଳନା କମିଟିର ଅନ୍ୟତମ ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି, ମୁଖ୍ୟତଃ ଗତ ଅଗଷ୍ଟ ୬ ପରିଚାଳନା କମିଟିର ବିବରଣୀ ଦୃଢ଼ୀକରଣ, ମେ ୨୧ ଓ ଜୁନ ୭ ବୈଠକର ବିବରଣୀ ଅନୁପାଳନ, ନୀତି ସମ୍ପର୍କିତ ଆଲୋଚନା, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମି, ଆଦର୍ଶ ଗୁରୁକୁଳ, ସେବକ ବାସଗୃହ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେବା ନେଇ ନିଷ୍ପତ୍ତି ହୋଇଛି। ତେବେ ଆଲୋଚନା କାର୍ଯ୍ୟସୂଚୀରେ ରତ୍ନଭଣ୍ଡାର ପ୍ରସଙ୍ଗ ନାହିଁ। ତେଣୁ ଏହା ଉପରେ ଆଲୋଚନା ହେବ କି ନାହିଁ ତାହା କହିବା ସମ୍ଭବପର ନୁହେଁ। ଆଲୋଚନାରେ ରତ୍ନଭଣ୍ଡାର ପ୍ରସଙ୍ଗକୁ ସାମିଲ କରିବାକୁ ହେଲେ ସଭାପତିଙ୍କ ଅନୁମୋଦନ ଆବଶ୍ୟକ ହେବ। ଏଣୁ କମିଟି ସଦସ୍ୟ ଦାବି କଲେ ଏବଂ ଅଧ୍ୟକ୍ଷ ଅନୁମୋଦନ ଦେଲେ ହିଁ ଏହି ପ୍ରସଙ୍ଗ ନେଇ ଆଲୋଚନା ହୋଇପାରେ। ସେହିପରି କମିଟିର ଅନ୍ୟତମ ସଦସ୍ୟ ମାଧବ ପୂଜାପଣ୍ଡା ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗ ଆଲୋଚନା ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ସେ କହିଛନ୍ତି, ତାହା ଆଲୋଚନା ହୋଇପାରେ ଏବଂ ନ ହୋଇ ବି ପାରେ। ଏବେଠୁ କିଛି କହିହେବନାହିଁ। ଅନ୍ୟପକ୍ଷରେ ଏ ନେଇ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ତେଣୁ ଆସନ୍ତା ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି। ମାତ୍ର କୌଣସି ଅଡୁଆ ପରିସ୍ଥିତିରେ ପଡ଼ିବା ଆଶଙ୍କାରେ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବାକୁ ଡରୁଥିବାରୁ ପରିଚାଳନା କମିଟି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ବାଧ୍ୟ ହେଉଛି। ଶ୍ରୀଜଗନ୍ନାଥ ସେନା ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗରେ ଆଲୋଚନା ହେବା ଉଚିତ ବୋଲି ସେ କହିଛନ୍ତି। ତେବେ ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇ ଲେଖିଥିବା ଚିଠି ଉପରେ ଅନୁଧ୍ୟାନ କରାଯାଉଛି ବୋଲି ଗତ ୨୩ ତାରିଖରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଗଣମାଧ୍ୟମକୁ କହିଥିଲେ।
୨୦୧୮ ଏପ୍ରିଲ ୪ ତାରିଖରେ ୧୭ଜଣିଆ ପ୍ରାଧିକୃତ କମିଟି ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯିବା ପୂର୍ବରୁ ହାଇକୋର୍ଟ ଏହାର ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଏହି କମିଟି କହିଥିଲା, ବାହାରୁ ସ୍ଥିତି ଅନୁଧ୍ୟାନ କରାଯାଉଥିବାରୁ ଭିତର ରତ୍ନଭଣ୍ଡାର ସ୍ଥିତି ଅଜଣା। ମାତ୍ର ରତ୍ନଭଣ୍ଡାର କାନ୍ଥ ପ୍ଲାଷ୍ଟର ଦୁର୍ବଳ ରହିଛି। ଫମ୍ପା ଶବ୍ଦ ହେଉଛି। ଭିତର ରତ୍ନଭଣ୍ଡାର ଯିବା ସମ୍ଭବ ନ ହେବାରୁ ବାହାର ରତ୍ନଭଣ୍ଡାର ଯାଞ୍ଚ କରି ଫେରିଛୁ। ଏଣୁ ଭିତର ରତ୍ନଭଣ୍ଡାର ପ୍ରବେଶ ଅନୁମତି ମିଳୁ। ଯାହାଫଳରେ ବୈଷୟିକ ଦୃଷ୍ଟିକୋଣରୁ ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ସମ୍ପର୍କରେ ଅଧିକ ଜାଣିବା ସହଜ ହେବ। ତେବେ ବୈଷୟିକ କମିଟିର ଏହି ପ୍ରସ୍ତାବକୁ ପରିଚାଳନା କମିଟି ଏଯାବତ୍‌ କାର୍ଯ୍ୟକାରୀ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri