କେନ୍ଦୁଝର,୨୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ତହସିଲ ଅଫିସଠାରୁ ଦେଢ଼ କି.ମି ଦୂର ରାସ୍ତା କଡ଼ରେ ବେଆଇନ ମୋରମ ଖନନକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିନା ଲିଜ୍ରେ ମେଶିିନ ଲଗାଇ ମୋରମ ଖନନ କରି ଟ୍ରାକ୍ଟର ଯୋଗେ ଚାଲାଣ କରାଯାଉଥିବାରୁ ବ୍ୟାପକ ପରିବେଶ ନଷ୍ଟ ହୋଇଛି। ଖନନ ଦ୍ୱାରା ଜଙ୍ଗଲ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ତହସିଲ ପକ୍ଷରୁ ବେଆଇନ କାର୍ଯ୍ୟ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ପରିବେଶବିତ୍ମାନେ ପ୍ରଶ୍ନ ଉଠାଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ହସ୍ତକ୍ଷେପ ଲୋଡ଼ିଛନ୍ତି। ବେଆଇନ ଖନନ ସ୍ଥାନ ମାପଚୁପ୍ କରି ରୟାଲିଟି ଓ ଜରିମାନା ଆଦାୟ କରିବାକୁ ଆଇନଜୀବୀ ସୁରଜ ମହାପାତ୍ର ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଆଦିବାସୀ ବହୁଳ ବାଂଶପାଳ ବ୍ଲକ୍ ମୁଖ୍ୟାଳୟଠାରେ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଜଣେ ଠିକାଦାର ବେଆଇନ ଭାବରେ ବହୁ ପରିମାଣରେ ମୋରମ ଉତ୍ତୋଳନ କରି ଚାଲାଣ କରୁଛନ୍ତି। ଏଭଳି ବେଆଇନ ଖନନ ଯୋଗୁ ଜଙ୍ଗଲ ଓ ପରିବେଶ ନଷ୍ଟ ହୋଇଥିବା ବେଳେ ହାତୀ ଓ ଅନ୍ୟ ବନ୍ୟ ପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରିବ। ଜେସିବି ମେଶିନ୍ ସାହାଯ୍ୟରେ ମୋରମ ଖୋଳିବା ଫଳରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ କୋଟି କୋଟି ଟଙ୍କାର ପରିବେଶ ଓ ରାଜସ୍ବ କ୍ଷତି ହୋଇଥିବା ବେଳେ ସ୍ବଳ୍ପ ରୟାଲିଟି କାଟି ରାଜସ୍ବ ବିଭାଗ ସ୍ବଚ୍ଛତା ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ଏହା ବନ୍ୟ ପ୍ରାଣୀଙ୍କ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ଏଭଳି ଖନନ ସେମାନଙ୍କ ପାଇଁ ବିପଦ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଉକ୍ତ ପାହାଡ଼ରୁ ବିପୁଳ ପରିମାଣର ମୋରମ ଉତ୍ତୋଳନ ହୋଇଥିବାରୁ ଏହାର ସାଟେଲାଇଟ୍ ମାପଚୁପ କରି ରୟାଲିଟି ଏବଂ ଜରିମାନା ଆଦାୟ କରିବା ପାଇଁ ଦାବି ହୋଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏ ନେଇ ପଦକ୍ଷେପ ନେଇ ପରିବେଶ ଜନିତ କ୍ଷୟକ୍ଷତି ଭରଣା ନ କରାଗଲେ ବାଧ୍ୟ ହୋଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି)ର ଦ୍ୱାରସ୍ଥ ହେବେ ବୋଲି ଆଇନ୍ଜୀବୀ ମହାପାତ୍ର କହିଛନ୍ତି। ଏଣୁ ଜାତୀୟ ସମ୍ପତ୍ତି ଲୁଟ୍ ହେଉଥିବାରୁ ଏ ନେଇ ଫୌଜଦାରୀ ମାମଲା ରୁଜୁ କରାଯିବା ଜରୁରୀ ବୋଲି ସେ କହିଛନ୍ତି। ସେହିପରି ଏଥିରେ ବ୍ୟବହୃତ ମେଶିିନ ଓ ଟ୍ରାକ୍ଟର ଜବତ କରିବା ସହ ପାହାଡ଼ର ପୂର୍ବାବସ୍ଥା ଫେରାଇ ଆଣିବାକୁ ମଧ୍ୟ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଏ ସମ୍ପର୍କରେ ବାଂଶପାଳ ତହସିଲଦାର ସପନ ସାହୁ କହିଛନ୍ତି ଯେ, କାମ ବନ୍ଦ କରି ଦିଆଯାଇଛି। ସମ୍ପୃକ୍ତ ଠିକାଦାରଙ୍କଠାରୁ ଫାଇନ ଆଦାୟ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେନ୍ଦୁଝର ଡିଏଫ୍ଓ ଏଚ୍.ଡି. ଧନରାଜଙ୍କୁ ପଚାରିବାରୁ ଏ ନେଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
Posted inHome Left, ଆମ ଜିଲା ଖବର, କେନ୍ଦୁଝର View All
ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…
ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...
ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା
ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...
ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…
ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...
ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ
ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...
ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼
ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...
Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ
ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ । ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...
ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ
ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...
ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ
ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...
Archives


