ପିଲାଙ୍କ ଆୟା

ବର୍ତ୍ତମାନ ସମୟ ଅଭାବରୁ କେତେଜଣ କର୍ମଜୀବୀ ମା’ ସେମାନଙ୍କ ଅନୁପସ୍ଥିତିରେ ପିଲାଙ୍କ ଦାୟିତ୍ୱ ବୁଝିବା ଲାଗି ବେବି ସିଟର ବା ଆୟାଙ୍କ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା ମଧ୍ୟ ବିଭିନ୍ନ ସମସ୍ୟା ଉପୁଜୁଥିବା ଦେଖାଯାଉଛି। ତେଣୁ ଆୟା ରଖୁଥିଲେ ପିଲାଙ୍କ ସୁରକ୍ଷା ପ୍ରତି ସଜାଗ ରହିବା ଆବଶ୍ୟକ…

ବର୍ତ୍ତମାନ ଅଧିକାଂଶ ମହିଳା କର୍ମଜୀବୀ। ତେଣୁ ସେମାନଙ୍କୁ ଉଭୟ ପରିବାର ଏବଂ ଅଫିସ୍‌ କାର୍ଯ୍ୟ ତୁଲାଇବାକୁ ପଡ଼ିଥାଏ। ବିଶେଷକରି ଘରେ ଛୋଟ ପିଲା ଥିବା ମା’ଙ୍କୁ କେବେ କେବେ ପିଲାଙ୍କ ଦାୟିତ୍ୱ ନେବା ସହ ଅନ୍ୟାନ୍ୟ କାର୍ଯ୍ୟ ସମ୍ଭାଳିବା କଷ୍ଟକର ହୋଇଥାଏ। ତେବେ ଏମିତିରେ ଘରେ ସହଯୋଗ କରିବା ଲାଗି ପରିବାରର ଅନ୍ୟ କେହି ସଦସ୍ୟ ନ ଥିଲେ ଉଭୟ ମାତାପିତାଙ୍କ ଅନୁପସ୍ଥିତିରେ ପିଲାଙ୍କ ଯତ୍ନ ନେବା ଲାଗି ଆୟା ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଯଦିଓ ଏହାଦ୍ୱାରା ସେମାନଙ୍କୁ ପିଲାଙ୍କୁ ଏକା ଛାଡ଼ିଯିବାର ଭୟ ଦୂର ହେଉଛି, ହେଲେ ଅପରପକ୍ଷେ ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେବାର ମଧ୍ୟ ନଜିର ରହିଛି। ନିକଟରେ ବମ୍ବେରେ ଏକ କର୍ମଜୀବୀ ଦମ୍ପତି ଆୟାଙ୍କ ପାଖରେ ପିଲାକୁ ଛାଡ଼ି ଅଫିସ୍‌ ଯାଇଥିବା ବେଳେ ପିଲାକୁ ଆୟା ଜଣଙ୍କ ଭିକ ମାଗିବା କାର୍ଯ୍ୟ ଲାଗି ବ୍ୟବହାର କରୁଥିବା ଘଟଣା ବେଶ୍‌ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଠିକ୍‌ ସେହିପରି ଜଣେ ଆୟା ଶାନ୍ତିରେ ଟିଭି ଦେଖିବା, ପିଲାଙ୍କ ଖାଦ୍ୟ ଖାଇଦେବା, ଘରୁ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଚୋରି କରିବା କିମ୍ବା ଅନ୍ୟାନ୍ୟ କାମ ଲାଗି ପିଲାଙ୍କୁ ନିଶାଦ୍ରବ୍ୟ ଦେଇ ଶୁଆଇ ଦେଉଥିବା ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଜଣେ ଆୟା ପିଲାକୁ ମାଡ଼ ମାରି ରକ୍ତାକ୍ତ କରିଥିବା ଭାଇରାଲ୍‌ ଭିଡିଓ ଆୟା ରଖୁଥିବା ପ୍ରତ୍ୟେକ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲା। ତେଣୁ ଆୟା ରଖିବା ସମୟରେ କେତୋଟି କଥା ପ୍ରତି ଧ୍ୟାନଦେବା ଆବଶ୍ୟକ…
ନିଅନ୍ତୁ ପରିଚିତଙ୍କ ସାହାଯ୍ୟ: ଯଦି ଆୟା ବା ବେବି ସିଟର ରଖିବା ସେତିକି ଜରୁରୀ ତେବେ କୌଣସି ଅଚିହ୍ନାଙ୍କୁ ରଖିବା ପରିବର୍ତ୍ତେ ପ୍ରଥମେ ନିଜ ସାଙ୍ଗସାଥୀ କିମ୍ବା ପରିଚିତଙ୍କ ଘରେ ପିଲାଙ୍କ ଦେଖାଶୁଣା କରୁଥିବା ଆୟାଙ୍କୁ ରଖିପାରିବେ। ଏହାଦ୍ୱାରା ସେ ବିଶ୍ୱସ୍ତ କି ନୁହେଁ ଜାଣିବା ଆପଣଙ୍କ ଲାଗି ସହଜ ହେବ।
ରେଜିଷ୍ଟର୍ଡ ଏଜେନ୍ସି ଭଲ ମାଧ୍ୟମ: ଯେକୌଣସି ସ୍ଥାନରେ ଆୟା ମିଳିବା ସହଜ ହୋଇ ନ ଥିବାରୁ ଏଥିପାଇଁ ବିଭିନ୍ନ ଏଜେନ୍ସି କାର୍ଯ୍ୟ କରୁଛି। ଯଦି ଆପଣ ବି ସେମାନଙ୍କ ସାହାଯ୍ୟ ନେଉଛନ୍ତି, ତେବେ ସୁରକ୍ଷା ଦୃଷ୍ଟିରୁ ଏଜେନ୍ସିର ଆଇଡେଣ୍ଟିଟି ପ୍ରୁଫ୍‌ ସହିତ ଆୟାଙ୍କର ଆଧାରକାର୍ଡ କିମ୍ବା ଭୋଟର କାର୍ଡ, ଠିକଣା, ଫୋନ୍‌ ନମ୍ବର, ମେଡିକାଲ ରିପୋର୍ଟ ଏବଂ ଅନ୍ୟାନ୍ୟ ଦରକାରୀ କାଗଜପତ୍ରକୁ ଭଲ ଭାବେ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ।
କରାନ୍ତୁ ପୋଲିସ ଭେରିଫିକେଶନ: ଜବ୍‌ କିମ୍ବା ଅନ୍ୟ କାର୍ଯ୍ୟରେ ଯଦି ବାହାରେ ରହୁଛନ୍ତି, ତେବେ ନୂଆ ଜାଗାରେ କୌଣସି ଅଚିହ୍ନା ଆୟାଙ୍କୁ ରଖିବା ପୂର୍ବରୁ ପ୍ରଥମେ ତାଙ୍କ ଠିକଣା, ବୟସ, ପରିବାର, ସେ ପୂର୍ବରୁ କେଉଁଠି କାର୍ଯ୍ୟ କରୁଥିଲେ, ଅଭିଜ୍ଞତା ଆଦି ବିଷୟରେ ଭଲ ଭାବେ ତଥ୍ୟ ସଂଗ୍ରହ କରନ୍ତୁ। ସୁରକ୍ଷା ଦୃଷ୍ଟିରୁ ପୋଲିସ ଭେରିଫିକେଶନ କରାଇ ନେବା ସବୁଠୁ ଭଲ।
ଘରେ ଲଗାନ୍ତୁ ସିସିଟିଭି: ପିଲାଙ୍କୁ ଆୟା ପାଖରେ ଛାଡ଼ିଯାଉଥିଲେ ସେ ଠିକ୍‌ ଭାବେ ଖାଇବାକୁ ଦେଉଛି ନା ନାହିଁ, ମାରପିଟ କିମ୍ବା କୌଣସି ଅବହେଳା କରୁନାହିଁ ତ ଜାଣିବା ଲାଗି ଘରେ ସିସିଟିଭି ବ୍ୟବସ୍ଥା କରନ୍ତୁ ଏବଂ ମଝିରେ ମଝିରେ ଆୟା ସହିତ ଯୋଗାଯୋଗ ରଖି ପିଲାର କଥା ବୁଝନ୍ତୁ।
ତଦାରଖ କରନ୍ତୁ: କେବଳ ଏତିକି ନୁହେଁ, ବର୍ତ୍ତମାନ ଅନେକେ ଘରେ ନ ଥିବା ବେବି ସିଟରମାନେ ପିଲାଙ୍କୁ ଶୁଆଇ ଦେଇ ବାହାରକୁ ଚାଲି ଯାଉଛନ୍ତି କିମ୍ବା ଅନ୍ୟମାନଙ୍କୁ ଘରକୁ ଡକାଉଛନ୍ତି। ଏହା ପିଲା ପାଇଁ ବିପଦପୂର୍ଣ୍ଣ। ତେଣୁ ଅନ୍ତତଃ ପକ୍ଷେ ସପ୍ତାହରେ ଥରେ ସମୟ ବାହାର କରି ହଠାତ୍‌ ଘରେ ପହଞ୍ଚତ୍ ଆୟାର କାର୍ଯ୍ୟ ତଦାରଖ କରନ୍ତୁ।
ପିଲାଙ୍କ ଖାଦ୍ୟ ନିଜେ ରଖନ୍ତୁ: ସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଆୟା ଯେପରି ପିଲାଙ୍କ ଖାଦ୍ୟରେ ଆବଶ୍ୟକତାଠାରୁ ଅଧିକ ତେଲମସଲା ବ୍ୟବହାର ନ କରନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ। କେଉଁ ସମୟରେ ପିଲା କ’ଣ କରୁଛି ସେଥିପାଇଁ ଆବଶ୍ୟକ ସାମଗ୍ରୀ ନିଜେ କାଢ଼ି ଦେବାକୁ ଚେଷ୍ଟା କରନ୍ତୁ।
ରୁହନ୍ତୁ ସତର୍କ: ବର୍ତ୍ତମାନ ଅନେକେ ଆୟା ସହିତ ଘରର ଅନ୍ୟାନ୍ୟ କାର୍ଯ୍ୟ କରିପାରୁଥିବା ବ୍ୟକ୍ତି ରଖିବାକୁ ବେଶି ପସନ୍ଦ କରୁଛନ୍ତି। ଏଭଳି ମହିଳା କେବଳ ପିଲାଙ୍କ ରୁମ୍‌ ନୁହେଁ ଅନ୍ୟ ସବୁ ରୁମ୍‌ର ପ୍ରତ୍ୟେକ ଜିନିଷ ସହ ମଧ୍ୟ ପରିଚିତ। ତେଣୁ ନିଜର ସମସ୍ତ ଜରୁରୀ କାଗଜପତ୍ର, ଟଙ୍କା ଏବଂ ମୂଲ୍ୟବାନ୍‌ ସାମଗ୍ରୀ ଖୋଲାରେ ନ ରଖି ଆଲମିରାରେ ଲକ୍‌ କରି ରଖନ୍ତୁ। ନଚେତ୍‌ ସାମାନ୍ୟ ଅସାବଧାନତା ଯୋଗୁ ଆପଣଙ୍କୁ ଭାରି ମୂଲ୍ୟ ଦେବାକୁ ପଡ଼ିପାରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯଦି ଆୟା ପିଲାକୁ ବାହାରକୁ ବୁଲାଇବାକୁ ନେଉଛି ଏବଂ କୌଣସି ଦିନ ଆୟାର ବ୍ୟବହାର ସନ୍ଦେହଜନକ ଲାଗୁଛି ତେବେ ଯଥାଶୀଘ୍ର ସତର୍କ ହୋଇଯାଆନ୍ତୁ। ଅବଶ୍ୟକ ସ୍ଥଳେ ଆୟା ବଦଳାଇଦେବା ବି ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri