Posted inଜାତୀୟ

ଭିଡ଼ହିଂସା ବିରୋଧରେ ଆଇନ ଆଣିବେ ସରକାର

ନୂଆଦିଲ୍ଲୀ,୨୧ା୭(ଆଇଏଏନ୍‌ଏସ୍‌): ଦେଶରେ ଭିଡ଼ହିଂସା ବଢ଼ିଚାଲିଥିବାରୁ ଏହାକୁ ରୋକିବା ଲାଗି କେନ୍ଦ୍ର ସରକାର ଆଇନ ଆଣିବାକୁ ଯାଉଛନ୍ତି। ପାର୍ଲାମେଣ୍ଟର ଚଳିତ ଅଧିବେଶନରେ ଏନେଇ ସରକାର ବିଲ୍‌ ଆଣିପାରନ୍ତି ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଭିଡ଼ହିଂସା ବିରୋଧରେ ଆଇନ ଆଣିବା ଲାଗି ସୁପ୍ରିମକୋର୍ଟ ବର୍ଷକ ପୂର୍ବରୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଦେଶରେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୨୦ କୋଟି ଟପିଲାଣି। ଏଥିରେ ବିଭିନ୍ନ ସମୟରେ ପ୍ରସାରିତ ଗୁଜବକୁ ନେଇ ଭିଡ଼ହିଂସା ଘଟୁଛି। ସେଗୁଡିକ ଭଲଭାବେ ଯାଞ୍ଚ କରି ଚିଠା ଆଇନ ପ୍ରସ୍ତୁତ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଆଇନ ମନ୍ତ୍ରଣାଳୟକୁ କହିଥିବା ଜଣାପଡିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସରକାର ଆଇନ ଆଣିବାରେ କ’ଣ ପାଇଁ ବିଳମ୍ବ କରୁଛନ୍ତି ବୋଲି ଶୁକ୍ରବାର ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଆସୁଦୁଦ୍ଦିନ ଓଓ୍ବାଇସି ଲୋକ ସଭାରେ ପ୍ରଶ୍ନ କରିଥିଲେ। ଗତ ଦୁଇ ବର୍ଷ ମଧ୍ୟରେ କେବଳ ରାଜସ୍ଥାନରେ ୧୨ରୁ ଅଧିକ ଭିଡ଼ହିଂସା ଘଟିଛି। ତେଣୁ ଏହାକୁ ରୋକିବା ଦିଗରେ ଆଇନ ଆଣିବା ପାଇଁ ରାଜସ୍ଥାନ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଉତ୍ତରପ୍ରଦେଶର ଆଇନ କମିଶନ ମଧ୍ୟ ଏକ ଚିଠା ବିଲ୍‌ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଭିଡ଼ହିଂସା ଘଟାଉଥିବା ଅପରାଧୀଙ୍କ ବିରୋଧରେ ଆଜୀବନ ଜେଲ୍‌ଦଣ୍ଡ ପାଇଁ ସୁପାରିସ୍‌ କରାଯାଇଛି। ଆଇନ କାର୍ଯ୍ୟକାରୀ ହେଲେ ପୋଲିସ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

ମୟୂର ଚୋରି ସନ୍ଦେହରେ ପିଟି ମାରିଦେଲେ

ଭୋପାଳ, ୨୧ା୭(ପି.ଟି.) : ମଧ୍ୟପ୍ରଦେଶର ନୀମୁଚ୍‌ ଜିଲାରେ ଶନିବାର ଜଣେ ବ୍ୟକ୍ତିଙ୍କୁ ମୟୂର ଚୋରି ଅଭିଯୋଗରେ ଲୋକମାନେ ପିଟିପିଟି ମାରିଦେଇଛନ୍ତି। ଏହି ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିଛି। ପୋଲିସ ଶୁକ୍ରବାର ରାତିରେ ଲସୁରିୟା ଆଟ୍ରି ଗ୍ରାମରୁ ୪ଟି ମୟୂରର ମୃତଦେହ ଉଦ୍ଧାର କରିଥିଲା। ସ୍ଥାନୀୟ ଲୋକେ ଏହି ଘଟଣାରେ ୩ ଜଣଙ୍କୁ ସନ୍ଦେହରେ ମାଡ଼ ମାରିଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ହୀରାଲାଲ୍‌ଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ମାଡ଼ ଖାଇଥିବା ୩ ଜଣଙ୍କଠାରୁ ମୃତ ମୟୂର ଜବତ କରାଯାଇଥିଲା। ପ୍ରକାଶଥାଉ କି, ଗତ କିଛିଦିନ ତଳେ ନୀମୁଚ୍‌ରେ ଛେଳି ଚୋରି କରିଥିବା ସନ୍ଦେହରେ ୩ ଜଣଙ୍କୁ ଲୋକେ ମାଡ଼ ମାରିବା ସହ ସେମାନଙ୍କ ମୋଟରସାଇକେଲ ପୋଡ଼ିଦେଇଥିଲେ। ଏହି ଘଟଣାରେ ପୋଲିସ ୮ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଭିଡ଼ହିଂସା ରାଜ୍ୟରେ ବଢ଼ୁଥିବାରୁ ମୁଖ୍ୟମନ୍ତ୍ରୀ କମଳନାଥ ଏନେଇ ଭିଡ଼ହିଂସା ନିରୋଧ ଆଇନ(ଆଣ୍ଟିଂ ଲିଞ୍ଚିଂ ଲ) ଆଣିବା ଲାଗି ଚିନ୍ତା କରିଥିବା ଶନିବାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri