ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ମାମଲାରେ ଓଡ଼ିଶା ପଞ୍ଚମ

ଭୁବନେଶ୍ୱର,୬।୯ (ବ୍ୟୁରୋ):ପାଠ ପଢ଼ି ଜୀବନରେ ସଫଳ ମଣିଷଟିଏ ହେବାକୁ ଲକ୍ଷ୍ୟ ରଖିଥିବା, ଭବିଷ୍ୟତକୁ ନେଇ ସ୍ବପ୍ନ ଦେଖୁଥିବା ଛାତ୍ରୀଛାତ୍ର ଆଜି ବାଟବଣା ହୋଇଯାଉଛି। ପ୍ରେମ ପ୍ରତାରଣା, ଆର୍ଥିକ ସମସ୍ୟା, ପାଠପଢ଼ାରେ ବିଫଳତା ଆଦି କାରଣରୁ ସେମାନଙ୍କ କଅଁଳ ମନ ଚୁର୍‌ମାର୍‌ ହୋଇଯାଉଛି। ଶେଷରେ ସେମାନେ ଆତ୍ମହତ୍ୟା ଭଳି ଚରମ ପନ୍ଥାକୁ ଆପଣାଉଛନ୍ତି। ବିଶେଷକରି ଓଡ଼ିଶାରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ବୃଦ୍ଧି ପାଉଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ ୨୦୨୧ ଅନୁସାରେ, ଛାତ୍ରୀଛାତ୍ର ଆତ୍ମହତ୍ୟା ମାମଲାରେ ଓଡ଼ିଶା ଦେଶର ୫ମ ସ୍ଥାନରେ ରହିଛି। ଉକ୍ତବର୍ଷ ଓଡ଼ିଶାରେ ୮୩୪ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରଥମରେ ମହାରାଷ୍ଟ୍ର (୧୯୩୪) ରହିଥିବାବେଳେ ଦ୍ୱିତୀୟରେ ମଧ୍ୟପ୍ରଦେଶ (୧୩୦୮), ତୃତୀୟରେ ତାମିଲନାଡ଼ୁ (୧୨୪୬) ଏବଂ ଚତୁର୍ଥରେ କର୍ନାଟକ (୮୫୫) ରହିଛି। ଓଡ଼ିଶାରେ ରୁଜୁ ହୋଇଥିବା ମୋଟ ମାମଲାରେ ଛାତ୍ରଙ୍କ ସଂଖ୍ୟା ୬୯୭ ହୋଇଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୧୩୭ ରହିଛି। ତେବେ ଛାତ୍ରଙ୍କ ଆତ୍ମହତ୍ୟା ମାମଲାରେ ୧୦୬୪ ସଂଖ୍ୟା ସହ ମହରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି। ସେହିପରି ମହାରାଷ୍ଟ୍ରରେ ୭୭୦ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ମଧ୍ୟ ରହିଛି।
ତେବେ ରିପୋର୍ଟ ଅନୁଯାୟୀ, ୨୦୨୦ରେ ଓଡ଼ିଶା ୧୪୬୯ ଛାତ୍ରୀଛାତ୍ର ଆତ୍ମହତ୍ୟା ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଥିଲା। ତେବେ ଛାତ୍ର ଆତ୍ମହତ୍ୟା ମାମଲାରେ ପ୍ରଥମସ୍ଥାନରେ ରହିଥିଲା, ଅର୍ଥାତ୍‌ ଓଡ଼ିଶାରେ ସର୍ବାଧିକ ୧୦୪୨ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ। ସେହିଭଳି ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୪୨୭ ରହିଥିବାବେଳେ ୭୫୮ଜଣ ଛାତ୍ରୀ ଆତ୍ମହତ୍ୟା ମାମଲା ସହ ମହାରାଷ୍ଟ୍ର ପ୍ରଥମରେ ରହିଥିଲା। ତେବେ ଛାତ୍ରୀଛାତ୍ରଙ୍କ ମାମଲାରେ ୧୯୪୮ ସଂଖ୍ୟା ସହ ପ୍ରଥମରେ ମହାରାଷ୍ଟ୍ର ରହିଥିବାବେଳେ ୧୧୫୮ ସଂଖ୍ୟା ସହ ମଧ୍ୟପ୍ରଦେଶ ତୃତୀୟରେ ରହିଥିଲା। ସେହିପରି ୨୦୧୯ ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ମାମଲା ସଂଖ୍ୟା ୩୭୯ ରହିଥିଲା। ଏହି ସଂଖ୍ୟା ସହ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ୧୪ତମ ସ୍ଥାନରେ ରହିଥିଲା। ମୋଟ ମାମଲାରୁ ୧୯୫ ଛାତ୍ର ରହିଥିବାବେଳେ ଛାତ୍ରୀ ୧୮୪ ଜଣ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri