Posted inଜାତୀୟ

ମହଙ୍ଗା ହେଲା ଯମୁନା ଏକ୍ସପ୍ରେସୱେର ଯାତ୍ରା

ଲକ୍ଷ୍ନୌ,୨୫ ।୮: ଯମୁନା ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ଲୋକେ ଗୁରୁବାରଠାରୁ ଅଧିକ ଟୋଲ ଟ୍ୟାକ୍ସ ଦେବେ । ଯମୁନା ବିକାଶ ପ୍ରାଧିକରଣ ପକ୍ଷରୁ ଏକ୍ସପ୍ରେସୱେରେ ଟୋଲ ଟ୍ୟାକ୍ସ ଦାମ ବୃଦ୍ଧି କରିଛନ୍ତି । ଏ ସମ୍ପର୍କରେ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଡା. ଅରୁଣ ବୀର ସିଂହ ସୂଚନା ଦେଇଛନ୍ତି । ବୁଧବାର ପ୍ରାଧିକରଣର ୭୪ ତମ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ପ୍ରାଧିକରଣର ବୁଧବାର ହୋଇଥିବା ବୈଠକରେ ଯମୁନା ଏକ୍ସପ୍ରେସୱେ ଟୋଲ ଟ୍ୟାକ୍ସକୁ ନେଇ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଡା. ଅରୁଣ ବୀର ସିଂହ କହିଛନ୍ତି, ଗ୍ରେଟର ନଏଡାରୁ ଆଗ୍ରା ପର୍ଯ୍ୟନ୍ତ ୧୬୫ କିଲୋମିଟର ପର୍ଯ୍ୟନ୍ତ ଏକ୍ସପ୍ରେସୱେର ଟୋଲ ଦାମ ବୃଦ୍ଧି କରାଯାଇଛି । ଅଧିକାରୀ କହିଛନ୍ତି ଏହା ପୂର୍ବରୁ ୨୦୧୮ରେ ଟୋଲ ଟ୍ୟାକ୍ସ ଦାମରେ ବୃଦ୍ଧି ହୋଇଥିଲା । ଏହାପରେ ଟ୍ୟାକ୍ସ ଦରରେ କୌଣସି ବୃଦ୍ଧି କରାଯାଇ ନ ଥିଲା ।
ବର୍ଦ୍ଧିତ ଦାମ ପରେ କାର, ଜିପ, ଭ୍ୟାନ ଓ ହାଲୁକା ଯାନର କିଲୋମିଟର ପ୍ରତି ଦାମ ୨ଟଙ୍କା ୫୦ ପଇସାରୁ ବୃଦ୍ଧି ହୋଇ ୨ଟଙ୍କା ୬୦ ପଇସା କରାଯିବ । ସେହିପରି ହାଲୁକା କମର୍ସିଆଲ ଯାନ ୩ଟଙ୍କା ୯୦ ପଇସାରୁ ବୃଦ୍ଧି ହୋଇ ୪ଟଙ୍କା ୧୫ ପଇସା କରାଯିବ ।
ବର୍ଦ୍ଧିତ ଟ୍ୟାକ୍ସ ପରେ ବସ ଓ ଟ୍ରକ ୭ଟଙ୍କା ୯୦ ପଇସା ସ୍ଥାନରେ ୮ଟଙ୍କା ୪୫ ପଇସା ଦେବେ । ସେହିପରି ୩ରୁ ଅଧିକ ଚକ ବିଶିଷ୍ଟ ଯାନ ୧୨ଟଙ୍କା ୦୫ ପଇସା ବଦଳରେ ୧୨ ଟଙ୍କା ୯୦ ପଇସା ଦେବେ । ୧୨ ଚକିଆରୁ ଅଧିକ ଚକ ବିଶିଷ୍ଟ ଯାନ ୧୫ ଟଙ୍କା ୫୫ ପଇସା ପରିବର୍ତ୍ତେ ୧୬ଟଙ୍କା ୬୦ ପଇସା ଦେବେ ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri