Posted inଖେଳ

୩୮ ଟେଷ୍ଟ, ୪୨ ଦିନିକିଆ, ୬୧ ଟି୨୦ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୧୮।୮ (ପି.ଟି.) : ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୩ରୁ ୨୦୨୭ ଆଗାମୀ ୫ ବର୍ଷର ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ (ଏଫ୍‌ଟିପି)ରେ ୧୪୧ଟି ଦ୍ୱିପାକ୍ଷିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହା ମଧ୍ୟରେ ୩୮ ଟେଷ୍ଟ, ୪୨ ଦିନିକିଆ ଓ ୬୧ଟି ଟି୨୦ ମ୍ୟାଚ ସାମିଲ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ପକ୍ଷରୁ ପ୍ରକାଶ କରାଯାଇଛି। ତେଣୁ ଆଗାମୀ ୫ ବର୍ଷ ମଧ୍ୟରେ ସୀମିତ ଓଭର କ୍ରିକେଟ ଉପରେ ଗୁରୁତ୍ୱ ଦିଆ ଯାଉଥିବା ସ୍ପଷ୍ଟ ହୋଇଛି। ଦିନିକିଆ ଦ୍ୱିପାକ୍ଷିକ ସିରିଜ ହେବ, ମାତ୍ର ଏହା ୩ ମ୍ୟାଚ ମଧ୍ୟରେ ସୀମିତ ରହିବ। ଭାରତ ପାଇଁ ଆଗାମୀ ୫ ବର୍ଷ ବ୍ୟସ୍ତ କାର୍ଯ୍ୟସୂଚୀ ରହିଥିଲେ ହେଁ ରାଜନୈତିକ କାରଣ ଦୃଷ୍ଟିରୁ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ସିରିଜ ନାହିଁ।
ଆଇସିସିର ୧୨ ସଦସ୍ୟ ଦେଶ ମୋଟ ୭୭୭ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ। ଏହା ମଧ୍ୟରେ ୧୭୩ ଟେଷ୍ଟ, ୨୮୧ ଦିନିକିଆ ଓ ୩୨୩ ଟି୨୦ ମ୍ୟାଚ ରହିବ। ଚଳିତ ୫ ବର୍ଷର ଏଫ୍‌ଟିପିରେ ମୋଟ ୬୯୪ଟି ମ୍ୟାଚ ରହିଛି। ଏଫ୍‌ଟିପି ମଧ୍ୟରେ ଆଗାମୀ ୨ଟି ଆଇସିସି ପୁରୁଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌, ଏକାଧିକ ଆଇସିସି ଇଭେଣ୍ଟ, ଦ୍ୱିପାକ୍ଷିକ ଏବଂ ତ୍ରିରାଷ୍ଟ୍ରୀୟ ସିରିଜ ସାମିଲ ରହିବ। ଟିମ୍‌ଇଣ୍ଡିଆ କଥା କହିବାକୁ ଗଲେ ବର୍ଡର ଗାଭାସ୍କର ଟ୍ରଫି ପାଇଁ ପାରମ୍ପରିକଭାବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ହୋଇଥାଏ। ମାତ୍ର ଏହା ଏବେ ୫ ଟେଷ୍ଟ ବିଶିଷ୍ଟ ହେବ। ଅଷ୍ଟ୍ରେଲିଆ ବ୍ୟତୀତ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହା ବ୍ୟତୀତ ବ୍ରଡକାଷ୍ଟରଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟି୨୦ ଆଦି ସୀମିତ ଓଭର ସିରିଜ ମଧ୍ୟ ସାମିଲ ରହିବ। ଆଗାମୀ ୫ ବର୍ଷିଆ ଏଫ୍‌ଟିପି ଚକ୍ରରେ ଭାରତ ୨୦୨୩ ଜୁଲାଇ-ଅଗଷ୍ଟରେ ଓ୍ବେଷ୍ଟଇଣ୍ଡିଜ ଗସ୍ତକରି ୨ ଟେଷ୍ଟ, ୩ ଦିନିକିଆ ଓ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୦୨୪ ଜାନୁୟାରୀ-ମାର୍ଚ୍ଚ ମଧ୍ୟରେ ଖେଳାଯିବ। ଚଳିତ ଏଫ୍‌ଟିପି ଚକ୍ର ଅନ୍ତର୍ଗତ କାର୍ଯ୍ୟସୂଚୀ ଅନୁସାରେ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିବା ପାଇଁ ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତ ଆସି ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ମାତ୍ର ଭାରତ ଯେତେବେଳେ ୨୦୨୪-୨୫ ଡିସେମ୍ବର-ଜାନୁୟାରୀରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ସେତେବେଳେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଖେଳିବ। ୧୯୯୧ପରେ ଦୁଇ ଦେଶ ମଧ୍ୟରେ ପ୍ରଥମଥରପାଇଁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଅନୁଷ୍ଠିତ ହେବ। ୨୦୨୪ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଭାରତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆୟୋଜନ କରିବ।

୨୦୨୩ ଦିନିକିଆ ବିଶ୍ୱକପ ପୂର୍ବରୁ ୨୭ଟି ମ୍ୟାଚ

ଆସନ୍ତା ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ୨୦୨୩ ଦିନିକିଆ (୫୦ ଓଭର ବିଶିଷ୍ଟ) ବିଶ୍ୱକପ ପୂର୍ବରୁ ଭାରତ ମୋଟ ୨୭ଟି ଏକଦିବସୀୟ ମ୍ୟାଚ ଖେଳିବ। ଗୁରୁବାର ଜିମ୍ବାଓ୍ବେ ବିପକ୍ଷ ସିରିଜରୁ ଏହା ଆରମ୍ଭ ହେବ। ଚଳିତ ଏଫ୍‌ଟିପି ମଧ୍ୟରେ ଜିମ୍ବାଓ୍ବେ ସମେତ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଘରୋଇ ଏବଂ ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ବାହାର ଦିନିକିଆ ସିରିଜ ଖେଳିବ।

ଅଷ୍ଟ୍ରେଲିଆ ୪୦, ଇଂଲଣ୍ଡ ୪୩ଟି ଟେଷ୍ଟ ଖେଳିବ

ଆଗାମୀ ୫ ବର୍ଷର ଏଫ୍‌ଟିପି ମଧ୍ୟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଯଥାକ୍ରମେ ୪୦ ଓ ୪୩ଟି ଟେଷ୍ଟ ଖେଳିବେ। ଯାହାକି ଭାରତଠାରୁ ଅଳ୍ପକିଛି ଅଧିକ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ବିଜେତା ନ୍ୟୁଜିଲାଣ୍ଡ ଏହି ସମୟ ମଧ୍ୟରେ ୩୨ଟି, ଦକ୍ଷିଣ ଆଫ୍ରିକା ୨୯, ପାକିସ୍ତାନ ୨୭ ଏବଂ ଶ୍ରୀଲଙ୍କା ଓ ଓ୍ବେଷ୍ଟଇଣ୍ଡିଜ ୨୫ଟି ଲେଖାଏ ଟେଷ୍ଟ ଖେଳିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri