Posted inଜାତୀୟ

‘ଜାତୀୟ ପତାକା କେମିତି ଉତ୍ତୋଳନ କରାଯାଏ, ମୋତେ ଶିଖାଅ ନାହିଁ’

କୋଲକତା,୧୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହର ଘର ତିରଙ୍ଗା’ ଅଭିଯାନକୁ ଟାର୍ଗେଟ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ବେହେଲାଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାଦିନରୁ ଜାତୀୟ ପତାକା ଉତ୍ତୋଳନ କରିଆସୁଛୁ। ଏଥିରେ ଶିଖାଇବାର କୌଣସି ଆବଶ୍ୟକତା ନାହିଁ। ମୁଁ ମୋ ଇଚ୍ଛା ଅନୁସାରେ ପତାକା ଉଡ଼ାଇବି। ସେମାନେ (ଭାଜପା) ଆମକୁ କ’ଣ ଶିକ୍ଷା ଦେବେ?
ଦେଶ ସହ ଯୋଡି ହେବାର ଉପାୟ ବାଣ୍ଟିବାକୁ ମମତା ବାନାର୍ଜୀ ମଧ୍ୟ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ‘ଆମେ, ଭାରତର ଲୋକ। ଆମର ସଂସ୍କୃତି, ପରମ୍ପରା, ଭାଷା, ପୋଷାକ ଏବଂ ରୀତିନୀତି ଅଲଗା। ତଥାପି, ଆମେ ଏକ। ଜାତି ପ୍ରତି ଆମର ପ୍ରେମ ଆମକୁ ବାନ୍ଧେ। ଭାରତ ସହିତ ଆମର ପବିତ୍ର ସଂଯୋଗ ଆମକୁ ଏକତ୍ର କରେ। ସ୍ବାଧୀନତାର ୭୫ ବର୍ଷ ପୂରଣ ହୋଇଛି। ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ ମାତୃଭୂମି ସହିତ ଆମର ବନ୍ଧନକୁ ମଜଭୁତ କରିବା। ମାତୃଭୂମିର ସୁରକ୍ଷା ପାଇଁ ଏକ ପ୍ରତିଶ୍ରୁତି ନିଅନ୍ତୁ। ମୁଁ ତୁମ ସମସ୍ତଙ୍କୁ ତୁମର ଅନୁଭବ ବାଣ୍ଟିବାକୁ ଆମନ୍ତ୍ରଣ କରୁଛି, ମୋତେ କୁହନ୍ତୁ ଆମର ଗର୍ବିତ ରାଷ୍ଟ୍ର ସହିତ କିପରି ଯୋଡି ହୋଇ ରହିବ? ଲୋକଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ଟିଏମସି ପକ୍ଷରୁ #MyIdeaForIndiaAt75 ଡିଜିଟାଲ ଅଭିଯାନ ଆରମ୍ଭ ହୋଇଛି।
ମମତା ବାନାର୍ଜୀ ସିବିଆଇ ଦ୍ୱାରା ଦଳର ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କରିବା ନେଇ ପ୍ରଶ୍ନ ଉଠାଇଥିଲେ। ବିନା ପ୍ରମାଣରେ ଆପଣ ଜଣେ ବ୍ୟକ୍ତିଙ୍କୁ କିପରି ଅଭିଯୁକ୍ତ କରିପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଜପା ଅଣ ଏନଡିଏ ନେତୃତ୍ୱାଧୀନ ସରକାରଗୁଡିକୁ ହଟାଇବାକୁ ଚେଷ୍ଟା କରୁଛି। ଭାଜପା ତାଙ୍କୁ ଭୟ କରୁଛି, ତେଣୁ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏକ ଏଜେଣ୍ଡା ପ୍ରସ୍ତୁତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri