ନୂଆଦିଲ୍ଲୀ,୬।୮: କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ାଇବା ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ରାଜୀବଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେବାକୁ ଥିବାବେଳେ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଏହାକୁ ଆଉ ବର୍ଷେ ବଢ଼ାଇଥିବା କାର୍ମିକ ଓ ତାଲିମ ବିଭାଗ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ଫଳରେ ସେ କ୍ୟାବିନେଟ ସଚିବ ପଦବୀରେ ୨୦୨୩ ଅଗଷ୍ଟ ୩୦ ପର୍ଯ୍ୟନ୍ତ ରହିବେ। ଝାଡ଼ଖଣ୍ଡ କ୍ୟାଡର ଆଇଏଏସ୍ ଅଫିସର ରାଜୀବ ୨୦୧୯ ଅଗଷ୍ଟ ୩୦ରେ କ୍ୟାବିନେଟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଗତବର୍ଷ ତାଙ୍କ କାର୍ଯ୍ୟକାଳକୁ ବର୍ଷେ ବଢ଼ାଯାଇଥିଲା।


