Posted inଜାତୀୟ

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା: ସାମ୍‌ ପିଟ୍ରୋଡାଙ୍କ ମନ୍ତବ୍ୟକୁ ନେଇ ଝଡ଼

ନୂଆଦିଲ୍ଲୀ/ଶିମ୍‌ଲା,୧୧ା୫(ପି.ଟି.): ସାଧାରଣ ନିର୍ବାଚନର ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ଥିବାବେଳେ କଂଗ୍ରେସ ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅଡୁଆରେ ପଡ଼ିଛି ଦଳ। ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାକୁ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ଗୁରୁବାର ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ପିଟ୍ରୋଡାଙ୍କ ମନ୍ତବ୍ୟ ପାଇଁ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କ୍ଷମାମାଗନ୍ତୁ ବୋଲି ଭାଜପା ଅଡ଼ିବସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳରୁ ତାଙ୍କ ବହିଷ୍କାର ଦାବି କରିଛନ୍ତି। କଂଗ୍ରେସ ବିବାଦରୁ ଦୂରେଇ ରହିବା ପରେ ଶେଷରେ ପିଟ୍ରୋଡା ନିଜେ କ୍ଷମାମାଗିବା ସହ ସେ ଭଲ ହିନ୍ଦୀ କହିପାରୁ ନ ଥିବାରୁ ତାଙ୍କ କଥାକୁ ଭୁଲ୍‌ ଢଙ୍ଗରେ ଉପସ୍ଥାପନ କରାଯାଇଥିବା କହିଛନ୍ତି।
ରାହୁଲଙ୍କ ଘନିଷ୍ଠ ସହଯୋଗୀ ତଥା ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସ ମୁଖ୍ୟ ସାମ୍‌ ପିଟ୍ରୋଡା ଗୁରୁବାର ହିମାଚଳ ପ୍ରଦେଶର ଧର୍ମଶାଳାରେ ଶିଖ୍‌ ବିରୋଧୀ ଦଙ୍ଗା ସମ୍ପର୍କରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ କହିଥିଲେ, ୧୯୮୪ରେ ଦଙ୍ଗା ହେଲା ତ କ’ଣ ହେଲା। ଏହାକୁ ନେଇ ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର କହିଛନ୍ତି, ୧୯୮୪ ଦଙ୍ଗାରେ ୩,୦୦୦ ଶିଖ୍‌ଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ କହିଥିଲେ, ଯେତେବେଳେ ବଡ଼ ଗଛ ଟଳିପଡ଼େ ଭୂକମ୍ପ ସୃଷ୍ଟିହୁଏ। ଏବେ ରାଜୀବଙ୍କ ସହଯୋଗୀ ତଥା ରାହୁଲଙ୍କ ପଥପ୍ରଦର୍ଶକ ପିଟ୍ରୋଡା ଶିଖ୍‌ ଗଣହତ୍ୟା ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦାୟିତ୍ୱହୀନ ଓ ନିନ୍ଦନୀୟ। ଏଥିଲାଗି ସୋନିଆ ଓ ରାହୁଲ କ୍ଷମାମାଗନ୍ତୁ ବୋଲି ଜାଭଡେକର କହିଛନ୍ତି। ସେପଟେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ହିମାଚଳର ମଣ୍ଡିରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସକୁ ଘେରିଛନ୍ତି। ଭାଜପାର ଏକ ସଭାରେ କହିଛନ୍ତି, ଗତକାଲି କଂଗ୍ରେସର ଜଣେ ବରିଷ୍ଠ ନେତା କହିଥିଲେ ‘ହୁଆ ତୋ ହୁଆ’। ରାଜୀବଙ୍କ ଘନିଷ୍ଠ ବନ୍ଧୁ ଓ ରାହୁଲଙ୍କ ଗୁରୁ ଦେଇଥିବା ମନ୍ତବ୍ୟରୁ କଂଗ୍ରେସର ଚରିତ୍ର ଓ ମାନସିକତା ପ୍ରତିଫଳିତ ହେଉଛି। ଏହି ଦଳ ସର୍ବାଧିକ ସମୟ ଧରି ଦେଶକୁ ଶାସନ କରିଛି। ଶିଖ୍‌ ବିରୋଧୀ ଦଙ୍ଗାକୁ ନେଇ ଯାହା କୁହାଯାଇଛି ସେଥିରୁ ଏହାର ଅହଂକାର ଧରାପଡ଼ିଯାଇଛି। ଏଭଳି ନେତାଙ୍କୁ ଦଳରୁ ବହିଷ୍କାର କରାଯିବା ଉଚିତ। ସେପଟେ କଂଗ୍ରେସ ଏହି ବିବାଦରେ ନ ପଡ଼ି ସଫେଇ ଦେବାସହ ପିଟ୍ରୋଡାଙ୍କୁ ଚେତାବନୀ ଦେଇଛି। ଆମ ଦଳର ନେତାମାନେ ସତର୍କ ହୋଇ ମନ୍ତବ୍ୟ ଦିଅନ୍ତୁ। ୧୯୮୪ ଓ ୨୦୦୨ ଦଙ୍ଗା ପାଇଁ ନ୍ୟାୟ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଚାରିଆଡୁ ସମାଲୋଚିତ ହେବା ପରେ ପିଟ୍ରୋଡା ଶୁକ୍ରବାର କ୍ଷମାମାଗିଛନ୍ତି। ପିଟ୍ରୋଡା କହିଛନ୍ତି, ସେ ଭଲ ହିନ୍ଦୀ କହିପାରନ୍ତି ନାହିଁ। ତେଣୁ ଏହାର ଫାଇଦା ନେଇ ତାଙ୍କ ମନ୍ତବ୍ୟକୁ ଭୁଲ୍‌ ଢଙ୍ଗରେ ଉପସ୍ଥାପନ କରି ବିବାଦ ସୃଷ୍ଟି କରାଯାଉଛି। ଏଥିଲାଗି ସେ ଦୁଃଖିତ ଓ କ୍ଷମାପ୍ରାର୍ଥୀ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

‘କଂଗ୍ରେସ ମୁସଲମାନଙ୍କ ଭୋଟ୍‌ ଚାହୁଁଛି ହେଲେ ପ୍ରାର୍ଥୀ ନୁହେଁ’

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନରେ କଂଗ୍ରେସ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ନ ଦେବାରୁ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ କଂଗ୍ରେସ ନେତା ଆରିଫ...

ଧନଞ୍ଜୟ ସିଂଙ୍କୁ ଝଟକା: ଜାମିନ ମଞ୍ଜୁର, ହେଲେ ଲଢିପାରିବେନି ନିର୍ବାଚନ

ପ୍ରୟାଗରାଜ,୨୭।୪: ଆହ୍ଲାବାଦ ହାଇକୋର୍ଟ ଜୈନପୁରର ପୂର୍ବତନ ଏମପି ଧନଞ୍ଜୟ ସିଂଙ୍କ ଜାମିନକୁ ଅନୁମୋଦନ କରିଛନ୍ତି କିନ୍ତୁ ତାଙ୍କ ଦଣ୍ଡାଦେଶ ଶୁଣାଣିକୁ ମନା କରି ଦେଇଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri