Posted inଭଦ୍ରକ

କେନାଲ ଶୁଖିଲା, ଜମିକୁ ମାଡ଼ିପାରୁନି ପାଣି

ଭଣ୍ଡାରିପୋଖରୀ, ୪ା୭ (ସ୍ବ.ପ୍ର.): ମୌସୁମୀ ଲୁଚକାଳି ଖେଳୁଛି। ବର୍ଷା ଅଭାବରୁ ବିଲରେ ପଡ଼ିଥିବା ଧୂଳିଆ ଧାନ ତଳି ଗଜା ମରୁଡ଼ି ହେବାକୁ ବସିଛି। ବର୍ଷାକୁ ଅନେଇ ବସିଥିବା ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ଖରିଫ ଚାଷ ଲାଗି ଅଣ୍ଟା ଭିଡୁଥିବା ବେଳେ ଦୁର୍ବଳ ମୌସୁମୀ ବର୍ଷା ସେମାନଙ୍କୁ ଚିନ୍ତାରେ ପକାଇଛି। ଆଷାଢ଼ ଯାଇ ଶ୍ରାବଣ ହେବାକୁ ଆଉ କିଛି ଦିନ ବାକି ଅଛି। ହେଲେ ଧାନ ତଳି ଉତାରି ହୋଇପାରୁ ନାହିଁ। ଗଜା ବାହାରି ପାଣି ଅଭାବରୁ ତାହା ଗଛ ହୋଇପାରୁନି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଗୋଟିଏ ପଟେ ନିଅଣ୍ଟିଆ ବର୍ଷାକୁ ଅନ୍ୟପଟେ ବ୍ଲକରେ ଥିବା କେନାଲଗୁଡ଼ିକ ଶୁଖିଲା ପଡ଼ିଛି।
ଭଣ୍ଡାରିପୋଖରୀ ପରି ଏକ କୃଷିପ୍ରଧାନ ନିର୍ବାଚନମଣ୍ଡଳୀରେ ଆଜି ପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ପର୍ଯ୍ୟାପ୍ତ ଜଳସେଚନ ହୋଇପାରି ନାହିଁ। ଯେଉଁ ଅଞ୍ଚଳକୁ କେନାଲ ସଂଯୋଗ ହୋଇଛି, ସେ କେନାଲରେ ବି ଟୋପାଏ ପାଣି ନାହିଁ। ଫଳରେ ଚାଷଜମିକୁ ପାଣି ମାଡ଼ିପାରୁ ନାହିଁ। ବର୍ଷା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଏହି ଅଞ୍ଚଳର ଚାଷୀ ମରୁଡ଼ି ଆଶଙ୍କା ପ୍ରକାଶ କରିଛନ୍ତି। ଏପର୍ଯ୍ୟନ୍ତ ବିଲରେ ଟ୍ରାକ୍ଟର କିମ୍ବା ଲଙ୍ଗଳ ବୁଲିପାରୁ ନାହିଁ। କେନାଲରେ ପାଣି ଆସିଲେ ଅନେକ ଅଞ୍ଚଳରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରନ୍ତା। ୫ ଓ ୬ ନଂ. କେନାଲ ସମେତ ପ୍ରାୟ ସମସ୍ତ କେନାଲରେ ପାଣି ଛଡ଼ାଗଲେ ବିଶେଷକରି ଜଳମଣ୍ଡୁଆ, ଦଇପୁର, ବିଷ୍ଣୁପୁର ଆଦି ପଞ୍ଚାୟତର ଚାଷୀକୁଳ ଉପକୃତ ହୋଇପାରନ୍ତେ ବୋଲି ବିଷ୍ଣୁପୁର ସରପଞ୍ଚ ଅମୂଲ୍ୟ କୁମାର ନାୟକ ଓ ଜଳମଣ୍ଡୁଆ ସମିତିସଭ୍ୟ ଜୀବନାନନ୍ଦ ବାରିକ ପ୍ରକାଶ କରିଛନ୍ତି। ସମସ୍ତ ଲିଫ୍ଟ ଇରିଗେଶନ ସିଷ୍ଟମ ମରାମତି କରି ଜଳ ଯୋଗାଇବା ସହ କେନାଲକୁ ପାଣି ଛଡ଼ାଯିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ ବାରିକପୁର ଜଳସେଚନ ଡିଭିଜନର କନିଷ୍ଠ ଯନ୍ତ୍ରୀ ନରସିଂହ ସୋରେନଙ୍କୁ ପଚାରିବାରୁ ଆସନ୍ତା ୧୦ ତାରିଖ ସୁଦ୍ଧା କେନାଲରେ ପାଣି ଛଡ଼ାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: NH-୧୬ରେ ଅବରୋଧ କଲେ ଲୋକେ

ଭଦ୍ରକ,୪ା୧୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଜାତୀୟ ରାଜପଥ-୧୬...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri