ଷ୍ଟେଜ୍‌-୩ରେ ଭଲ ହୋଇପାରିବ ସ୍ତନ କର୍କଟ

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ସ୍ତନ କର୍କଟର ବି ଚିକିତ୍ସା ହୋଇପାରିବ। ଖୁବ୍‌ଶୀଘ୍ର ଏଥିପାଇଁ ଔଷଧ ଆସିବ। ଷ୍ଟେଜ୍‌-୩ରେ ଥିବା ସ୍ତନ କର୍କଟ ରୋଗ ମଧ୍ୟ ଭଲ ହୋଇପାରିବ। ଏହାର ଚିକିତ୍ସା କ୍ଷେତ୍ରରେ ଓଡ଼ିଆ ବୈଜ୍ଞାନିକ ସଫଳତା ହାସଲ କରିଛନ୍ତି। ଭୁବନେଶ୍ୱର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍‌ଏସ୍‌)ର ସିନିୟର୍‌ ମଲିକ୍ୟୁଲାର୍‌ ଅଙ୍କୋଲୋଜିଷ୍ଟ ଡ. ସନ୍ଦୀପ ମିଶ୍ର ସ୍ତନ କର୍କଟର ଟ୍ୟୁମର ଦମନକାରୀ ଜିନ୍‌ ଆବିଷ୍କାର କରିଛନ୍ତି। ସେହିପରି ସ୍ତନ କର୍କଟରୁ ସୁରକ୍ଷା ଦେଉଥିବା ଔଷଧ ଉଦ୍ଭାବନ ମଧ୍ୟ ହୋଇଛି। ଏହା ମାନବ ପରୀକ୍ଷଣ ନିମନ୍ତେ କେନ୍ଦ୍ର ସରକାରଙ୍କ ସ୍ବୀକୃତି ଲାଭ କରିଛି। ଡା. ମିଶ୍ର ସ୍ତନ କର୍କଟ ରୋଗୀଙ୍କ ପାଇଁ ଔଷଧ ଉଦ୍ଭାବନ ପାଇଁ ୨୦ବର୍ଷ ହେଲା ଗବେଷଣା କରୁଛନ୍ତି। ଭାରତ ସରକାରଙ୍କ ବାୟୋ ଟେକ୍ନୋଲୋଜି ବିଭାଗ ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯାଇଛି। ନିକଟରେ ଡ. ମିଶ୍ର ସ୍ତନ କର୍କଟର ସଫଳ ଚିକିତ୍ସା ପାଇଁ ଡିଜେଡ୍‌ଏନ୍‌ଇପିଏ ଓ ଏମ୍‌ଏଲ୍‌ଏନ୍‌ ୪୯୨୪ ଔଷଧ ଆବିଷ୍କାର କରିଛନ୍ତି। ଲ୍ୟାବରେ ମୂଷା ଉପରେ ଏହି ଔଷଧର ପରୀକ୍ଷଣ ସଫଳ ହେବା ପରେ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି। ଭୁବନେଶ୍ୱର ଏମ୍ସ ସହିତ ମିଳିତ ଭାବେ ମାନବ ପରୀକ୍ଷଣ ଆରମ୍ଭ ହେବ। ଏଥିସହ ସର୍ବଭାରତୀୟ ସ୍ତରରେ ମଧ୍ୟ ଔଷଧର ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି। ଏହି ପରୀକ୍ଷଣ ସଫଳ ହେଲେ ଏକ ମାରାତ୍ମକ ବ୍ୟାଧିର ସହଜ ଉପଚାର ପାଇଁ ପଥ ପରିଷ୍କାର ହେବ ବୋଲି ଡା. ମିଶ୍ର କହିଛନ୍ତି। ଆସନ୍ତା ୨ ରୁ ୩ ବର୍ଷ ମଧ୍ୟରେ ବଜାରରେ ଏହି ଔଷଧ ଅପେକ୍ଷାକୃତ କମ୍‌ ମୂଲ୍ୟରେ ଉପଲବ୍ଧ ହେବ ଏବଂ ଏହା କିଣିବା ପାଇଁ ସମସ୍ତଙ୍କ ପକ୍ଷରେ ସମ୍ଭବ ହେବ ବୋଲି ଡା. ମିଶ୍ର କହିଛନ୍ତି। ଆବିଷ୍କାର ହୋଇଥିବା ଦୁଇ ଔଷଧ ମଧ୍ୟରୁ ଗୋଟିଏର ମାନବ ପରୀକ୍ଷଣ ପାଇଁ ଭାରତ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ଔଷଧ ଦ୍ୱାରା ଷ୍ଟେଜ୍‌-୩ରେ ଥିବା ସ୍ତନ କର୍କଟ ରୋଗର ସଫଳ ଚିକିତ୍ସା ହୋଇପାରିବ। ସ୍ତନ କର୍କଟର ମୁଖ୍ୟ ଉପାଦାନ କୁହାଯାଉଥିବା ଟ୍ୟୁମର ଦମନକାରୀ ଅଣୁ ଯଥା-ଇଆରଆରବି ଓ ଏମ୍‌ଆଇସିଓଏ ଉପରେ ଅଧ୍ୟୟନ କରାଯାଇଛି। ସ୍ତନ କର୍କଟରେ ଟ୍ୟୁମର ଦମନକାରୀ ଜିନ୍‌ ଆବିଷ୍କାରକୁ ବିଶ୍ୱର ବିଭିନ୍ନ ଖ୍ୟାତନାମା ଗବେଷଣା ସଂସ୍ଥା ପକ୍ଷରୁ ସ୍ବୀକୃତି ମିଳିଛି। ଔଷଧ ଏବଂ ଜିନ୍‌ର ଆବିଷ୍କାର ସମ୍ପର୍କରେ ନେଚର ଗ୍ରୁପ୍‌ ଅଫ୍‌ ଜର୍ନାଲରେ ଡା. ମିଶ୍ରଙ୍କ ସନ୍ଦର୍ଭ ପ୍ରକାଶ ପାଇଛି। ଦେଶରେ ୧ ଲକ୍ଷ ମହିଳାଙ୍କ ମଧ୍ୟରୁ ୨୫.୮% ମହିଳା ସ୍ତନ କର୍କଟରେ ପୀଡ଼ିତ ହେଉଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେବେ ଆବିଷ୍କୃତ ଔଷଧ ବଜାରକୁ ଆସିଲେ ବିଶ୍ୱବାସୀଙ୍କ ପାଇଁ ଖୁସି ଖବର ହେବ ବୋଲି ଅଙ୍କୋଲୋଜିଷ୍ଟମାନେ ମତପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri