Posted inଖେଳ

ସିନ୍ଧୁ, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

ଜାକର୍ତ୍ତା,୧୭।୭- ଦେଶର ଷ୍ଟାର ଶଟଲର ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର ୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଏକ ମାସ ଧରି କୋର୍ଟରୁ ଦୂରେଇ ରହିବା ପରେ ସିନ୍ଧୁ ଓ ଶ୍ରୀକାନ୍ତ ଯଥାକ୍ରମେ ଜାପାନିଜ ବ୍ୟାଡ୍‌ମିଣ୍ଟନ ଖେଳାଳି ଆୟର ଓହରି ଓ କେଣ୍ଟା ନିଶିମୋଟୋଙ୍କୁ ନିଜ ନିଜ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ହରାଇଛନ୍ତି। ଚଳିତ ସିଜନରେ ପ୍ରଥମ ଟାଇଟଲ ଅପେକ୍ଷାରେ ଥିବା ୫ମ ସିଡ୍‌ ସିନ୍ଧୁ ମହିଳା ସିଙ୍ଗଲ୍ସ ବର୍ଗରେ ୧୧-୨୧, ୨୧-୧୫, ୨୧-୧୫ ଗେମ୍‌ରେ ମ୍ୟାଚ୍‌ ଜିତି ନେଇଥିଲେ। ସେହିଭଳି ଇଣ୍ଡିଆ ଓପନ ଫାଇନାଲିଷ୍ଟ ୮ମ ସିଡ୍‌ ଶ୍ରୀକାନ୍ତ ୨୧-୧୪, ୨୧-୧୩ ଗେମ୍‌ରେ ନିଶିମୋଟାଙ୍କୁ ପରାସ୍ତ କରିଥିଲେ। ପରବର୍ତ୍ତୀ ରାଉଣ୍ଡରେ ଏହି ଦୁଇ ଭାରତୀୟ କାହାକୁ ଭେଟିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ବି. ସାଇ ପ୍ରଣୀଥ ପରାଜୟ ସହ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ପ୍ରଣୀଥ ୧୫-୨୧, ୨୧-୧୩, ୧୦-୨୧ ଗେମ୍‌ରେ ହଂକଂର ଓ୍ବଙ୍ଗ ଓ୍ବିଙ୍ଗ କି ଭିନସେଣ୍ଟଙ୍କଠାରୁ ହାରିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅରେଞ୍ଜ୍‌ କ୍ୟାପ୍‌ ଉପରେ କବ୍‌ଜା କଲେ ଗାଏକ୍ୱାଡ୍‌: ଏହି କ୍ରିକେଟର୍‌ଙ୍କ ପାଖରେ ଅଛି ପର୍ପଲ୍‌ କ୍ୟାପ୍‌

ନୂଆଦିଲ୍ଲୀ,୨।୫: ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଋତୁରାଜ ଗାଇକ୍ୱାଡ ପଞ୍ଜାବ କିଙ୍ଗସ ବିପକ୍ଷରେ ୫ ଚୌକା ଓ ୨ ଛକା ସହାୟତାରେ ୪୮ ବଲରେ ୬୨...

ଆଇପିଏଲ୍‌ ପ୍ଲେ ଅଫ୍‌ ରେସ୍‌ ହେଉଛି ରୋଚକ: ଜାଣନ୍ତୁ କିଏ ଏବେ କେଉଁ ସ୍ଥାନରେ ଅଛନ୍ତି…

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ୨୦୨୪ର ୪୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ପଞ୍ଜାବ...

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ ନୂଆଦିଲ୍ଲୀ,୨।୫: ଖେଳାଳିମାନେ ପ୍ରାୟ ୩୫ ବର୍ଷ...

ଧୋନୀଙ୍କୁ ପଛରେ ପକାଇଦେଲେ ଗାଏକ୍ୱାଡ୍‌: ହାସଲ କଲେ ବଡ଼ ଉପଲବ୍ଧି

ଚଣ୍ଡିଗଡ,୨।୫: ଚେନ୍ନାଇ ସୁପର କିଙ୍ଗ୍ସକୁ ନିଜ ଘରୋଇ ପଡ଼ିଆରେ ପଞ୍ଜାବ କିଙ୍ଗସ ବିପକ୍ଷରେ ୭ ଉଇକେଟରେ ଏକ ବଡ଼ ପରାଜୟରର ସମ୍ମୁଖୀନ ହେବାକୁ ପଡିଥିଲା। ଗୋଟିଏ...

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିବାକୁ ଯାଉଛନ୍ତି ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ କରିବେ ଏମିତି କାରନାମା

ନୂଆଦିଲ୍ଲୀ,୧।୫: ଆସନ୍ତା ଟି-୨୦ ବିଶ୍ୱକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟିକତ୍ୱ କରିବେ ରୋହିତ ଶର୍ମା। ୨୦୦୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରୋହିତ ଶର୍ମା ଏପର୍ଯ୍ୟନ୍ତ ଖେଳାଯାଇଥିବା...

ହିଟ ଆଣ୍ଡ ରନ୍‌: କ୍ରିକେଟର ସୁରେଶ ରାଇନା ମାନିଲେ ୨ ଯୁବକଙ୍କର ହୋଇଛି ମୃତ୍ୟୁ

ଧର୍ମଶାଳା,୨।୫: ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଦଳର କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ମାମୁଁଙ୍କ ପୁଅର ମୃତ୍ୟୁ ଘଟିଛି।...

ଚାମ୍ପିଅନ୍ସ ଟ୍ରଫି: ଲାହୋରରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ

ଭବାନୀପାଟଣା,୧।୫: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ସମସ୍ତ ମ୍ୟାଚ୍କୁ ଗୋଟିଏ ସ୍ଥାନରେ ଆୟୋଜନ କରିବାକୁ...

ମୟଙ୍କ ଯାଦବଙ୍କୁ ବଡ ଉପହାର ଦେଲା ବିସିସିଆଇ, କିନ୍ତୁ ରହିଛି ଖରାପ ଖବର

ମୁମ୍ବାଇ,୧ା୫: ପେସ୍‌ ବୋଲିଂ ସେନ୍‌ସେସନ୍‌ ମୟଙ୍କ ଯାଦବ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri