ଆଇପିଏଲ ପ୍ଲେ ଅଫ୍‌ରେ ବର୍ଷା ହେଲେ କିଏ ହେବ ବିଜେତା: ଜାଣନ୍ତୁ ନିୟମ

ମୁମ୍ବାଇ,୨୩।୫:ଆଇପିଏଲ ପ୍ଲେ ଅଫ ମ୍ୟାଚ ପାଇଁ ପରିଚାଳନା ପରିଷଦ ପକ୍ଷରୁ ନୂତନ ନିୟମ ବିଷୟରେ ପ୍ରକାଶ କରାଯାଇଛି। କ୍ୱାଲିଫାୟର୍‌-୧, ଏଲିମିନେଟର ଏବଂ କ୍ୱାଲିଫାୟର୍‌-୨ରେ ଯଦି ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୁଏ ଏବଂ ମ୍ୟାଚ ନିୟମିତ ସମୟରେ ସମାପ୍ତ ନ ହୁଏ, ତେବେ ଏକ ସୁପର ଓଭର ହେବ। ଏଥି ସହିତ ଫାଇନାଲ୍‌ ମ୍ୟାଚ ପାଇଁ ଏକ ରିଜର୍ଭ ଦିନ ରଖାଯାଇଛି। ଯଦି ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ଫାଇନାଲ ମ୍ୟାଚ ସମାପ୍ତ ନ ହୁଏ, ତେବେ ପରଦିନ ମ୍ୟାଚ ଖେଳାଯିବ।
ଯଦି କ୍ୱାଲିଫାୟର-୧, ଏଲିମିନେଟର ଏବଂ କ୍ୱାଲିଫାୟର-୨ରେ ଗୋଟିଏ ଓଭର ଖେଳା ନ ଯାଏ, ତେବେ ପଏଣ୍ଟ ଟେବୁଲ ଆଧାରରେ ବିଜେତା ସ୍ଥିର ହେବ। ପଏଣ୍ଟ ଟେବୁଲରେ ଅଗ୍ରଣୀ ଦଳ ବିଜେତା ଘୋଷିତ ହେବ। ଏହି ତିନୋଟି ମ୍ୟାଚ ପାଇଁ କୌଣସି ରିଜର୍ଭ ଦିନ ନାହିଁ। ଫାଇନାଲ ମ୍ୟାଚ ମେ ୨୯ର ଅନୁଷ୍ଠିତ ହେବ। ତେଣୁ, ମେ ୩୦କୁ ରିଜର୍ଭ ଦିନ ଭାବରେ ରଖାଯାଇଛି। ଟାଇଟଲ ମ୍ୟାଚ ରାତି ୮ଟାରୁ ଖେଳାଯିବ।
କୋଲକାତା ଏବଂ ଅହମ୍ମଦାବାଦରେ ଆଇପିଏଲ ପ୍ଲେ ଅଫ ମ୍ୟାଚ ଖେଳାଯିବ। ମେ ୨୪ରେ କୋଲକାତାରେ କ୍ୱାଲିଫାୟର୍‌-୧ ଏବଂ ମେ ୨୫ରେ ଏଲିମିନେଟର ମ୍ୟାଚ ଖେଳାଯିବ। କୋଲକତାରେ ବର୍ଷା ହେବାର ସମ୍ଭାବନା ଅଛି।
ଆଇପିଏଲ ନିୟମ ଅନୁଯାୟୀ, ପ୍ଲେ ଅଫ ମ୍ୟାଚ୍‌ରେ ଆବଶ୍ୟକ ହେଲେ ଗୋଟିଏ ମ୍ୟାଚରେ ଓଭର ସଂଖ୍ୟା ସର୍ବନିମ୍ନ ପାଞ୍ଚ ଓଭରକୁ ହ୍ରାସ କରାଯାଇପାରେ। ଯଦି ଏହି ପାଞ୍ଚ ଓଭରରେ ଖେଳ ସମାପ୍ତ ନ ହୁଏ, ତେବେ ଏକ ସୁପର ଓଭର ହେବ। ଏପରିକି ସେଠାରେ ବି ଯଦି ଫଳାଫଳ ନ ମିଳେ, ତେବେ ପଏଣ୍ଟ ଟେବୁଲରେ ଭଲ ସ୍ଥାନ ପାଇଥିବା ଦଳକୁ ବିଜେତା ଘୋଷିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri