ଏସ୍‌ଏଚଜିରୁ ୫ ଲକ୍ଷ ଟଙ୍କା ଠକେଇ

ବାଲେଶ୍ୱର ଅଫିସ,୧୬।୭-ବାଲେଶ୍ୱର ରୂପ୍‌ସା ଥାନା ବାଖରାବାଦ ଅଞ୍ଚଳର ଶିବବାବା ଏସ୍‌ଏଚ୍‌ଜି(ସ୍ବୟଂ ସହାୟକ ଗୋଷ୍ଠୀ) ଏବଂ ଲକ୍ଷ୍ମୀନାରାୟଣ ଏସ୍‌ଏଚଜିର ସଦସ୍ୟା ଥିବା ଜଣେ ମହିଳା ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଉଭୟ ଗୋଷ୍ଠୀ ମହିଳାମାନେ ଏନେଇ ସୋମବାର ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲାପାଳଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି।
ଫେରାର ହୋଇଥିବା ଉକ୍ତ ମହିଳା ଗଡ଼ପଦା ପଞ୍ଚାୟତର ବାଖରାବାଦ ଗାଁର ୱାର୍ଡ଼ମେମ୍ବର ଅଛନ୍ତି। ସେ ବିଭିନ୍ନ ଅଞ୍ଚଳରେ ବୁଲି ସ୍ବୟଂ ସହାୟକ ଗୋଷ୍ଠୀ ତିଆରି କରିବା ପରେ ବ୍ୟାଙ୍କ ଦ୍ୱାରା ଲୋନ୍‌ ଓ ସବ୍‌ସିଡ଼ି ନେଣଦେଣରେ ସହାୟକ ହୋଇଥାନ୍ତି। ଉପରୋକ୍ତ ଦୁଇ ଗ୍ରୁପ୍‌ର ସଦସ୍ୟ ଭାବେ ରହି ସମସ୍ତ କାର୍ଯ୍ୟ ବୁଝାଶୁଝା କରିବା ସହ ଗ୍ରୁପ୍‌ ନିମନ୍ତେ ସ୍ଥାନୀୟ ଗ୍ରାମ୍ୟ ବ୍ୟାଙ୍କରୁ ଟଙ୍କା ନେଣଦେଣ କରିଆସୁଥିଲେ। ଗ୍ରୁପ୍‌ ନାମରେ ଋଣ କରାଯାଇଥିବା ଟଙ୍କାକୁ ମାତ୍ର ଜଣେ, ଦୁଇଜଣ ସଦସ୍ୟଙ୍କୁ ଟଙ୍କା ଦେଇ ମାସିକ ସୁଧମୂଳ ବ୍ୟାଙ୍କରେ ପୈଠ କରିବାର ସଦସ୍ୟାମାନଙ୍କୁ ପ୍ରତିଶ୍ରୁତି ଦେଇ ସମସ୍ତ ଟଙ୍କାକୁ ହାତେଇ ନେଇଥାନ୍ତି। ସଦସ୍ୟାମାନେ ତାଙ୍କୁ ବିଶ୍ୱାସ କରି ୨ ବର୍ଷ ଧରି ନିର୍ଦ୍ଧାରିତ ମାସିକ ଧାର୍ଯ୍ୟ ଟଙ୍କାକୁ ମଧ୍ୟ ଦେଇଆସୁଥିଲେ। ସେ ଉକ୍ତ ଟଙ୍କାକୁ ଡିପୋଜିଟ୍‌ କରି ନ ଥିବାର ଜଣାପଡ଼ିଛି। ଏସଏଚ୍‌ଜି ସମ୍ପାଦିକା ଓ ସଭାପତିଙ୍କୁ ବ୍ୟାଙ୍କରୁ କିସ୍ତି ଖିଲାପ ନୋଟିସ୍‌ ଆସିବା ପରେ ଠକେଇ ସମ୍ପର୍କରେ ଜଣାପଡ଼ିଥିଲା। ସଦସ୍ୟାଙ୍କ ପରିବାର ଲୋକ ସମ୍ପୃକ୍ତ ମହିଳାଙ୍କ ପାଖକୁ ଯାଇ ପଚରାଉଚରା କରି ବ୍ୟାଙ୍କକୁ ଯିବା ପାଇଁ ଡାକିଥିଲେ। ସେ ଚଞ୍ଚକତା କରି ଗତ ମାର୍ଚ୍ଚରୁ ଗଁାରୁ ଫେରାର ହୋଇଯାଇଥିଲେ। ବାଲେଶ୍ୱର ସଦର ଥାନା ତାମୁଳିଆ ଗାଁରେ ଏକ ଭଡ଼ାଘରେ ଉକ୍ତ ମହିଳା ରହୁଥିବା ଜାଣିପାରି ସଦସ୍ୟାମାନେ ସେଠାରେ ପହଞ୍ଚତ୍ଥିଲେ। ହେଲେ ଦେଖା ନ ପାଇ ସେଠାରୁ ନିରାଶ ହୋଇ ଫେରିଥିଲେ। ଏନେଇ ଉଭୟଗୋଷ୍ଠୀର ସମ୍ପାଦିକା ଓ ସଭାପତି ରୂପ୍‌ସା ଥାନାରେ ଗତ ଜୁନ୍‌ ୩୦ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ସେମାନଙ୍କ ଅଭିଯୋଗକୁ କାର୍ଯ୍ୟକାରୀ କରୁ ନ ଥିବାରୁ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ବୋଲି ଶିବବାବା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ପ୍ରଭାତି ରାଉତ, ସମ୍ପାଦିକା ସବିତା ନାୟକ ଏବଂ ଲକ୍ଷ୍ମୀନାରାୟଣ ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ମଞ୍ଜୁଲତା ଲେଙ୍କା, ସମ୍ପାଦିକା ଜୟନ୍ତୀ ବେହେରା। ସମ୍ପୃକ୍ତ ମହିଳା ଉକ୍ତ ପଞ୍ଚାୟତର ୨୦ରୁ ଊର୍ଦ୍ଧ୍ୱ ସ୍ବୟଂ ସହାୟକ ଗୋଷ୍ଠୀ, ଏସ୍‌କେଏସ୍‌ ଓ ବନ୍ଦନା ଗ୍ରୁପ ତିଆରି କରି ବହୁ ଟଙ୍କା ହଡ଼ପ କରିଥିବା ସଦସ୍ୟାମାନେ ଅଭିଯୋଗରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri