ଡବ୍ଲ୍ୟୁଏଚ୍‌ଓ ପୂର୍ବରୁ ଭାରତ ଜାରି କଲା କରୋନା ମୃତ୍ୟୁ ସଂଖ୍ୟା ରିପୋର୍ଟ…

ନୂଆଦିଲ୍ଲୀ, ୪।୫ : ଦେଶରେ କରୋନାରେ ଆକ୍ରାନ୍ତ ହୋଇ ଘଟିଥିବା ମୃତକଙ୍କ ସଂଖ୍ୟା ରିପୋର୍ଟ ଭାରତ ପକ୍ଷରୁ ଜାରି କରାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୃତ୍ୟୁ ସଂଖ୍ୟା ଜାରି କରିବା ପୂର୍ବରୁ ଭାରତ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ସୂଚନା ପ୍ରଦାନ କରିଛି।

ମୃତ୍ୟୁ ସଂଖ୍ୟାକୁ ନେଇ ଭାରତ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟରେ ମତଭେଦ ରହିଛି। ଡବ୍ଲ୍ୟୁଏଚ୍‌ଓ ଦ୍ୱାରା ରିପୋର୍ଟ ପ୍ରକାଶ ପାଇବାର ଦୁଇ ଦିନ ପୂର୍ବରୁ ଏହି ଆକଳନ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ହୋଇଛି । ଏହା ସମ୍ପୂର୍ଣ୍ଣ ସଠିକ ବୋଲି ଭାରତ ପକ୍ଷରୁ କୁହାଯାଇଛି। ତେବେ ଭାରତର ଏହି ଆକଳନ ଉପରେ ଡବ୍ଲ୍ୟୁଏଚ୍‌ଓ ପ୍ରଶ୍ନ ଉଠାଇଛି।

ଭାରତ କହିଛି ଯେ ୨୦୨୦ରେ କରୋନାର କାରଣରୁ ମୃତ୍ୟୁ ସଂଖ୍ୟା ୨୦୧୯ ତୁଳନାରେ ୪,୭୫,୦୦୦ ଅଧିକ ଥିଲା। ମଙ୍ଗଳବାର ଭାରତ ସରକାର ନୂତନ ଆକଳନ ଜାରି କରିଛନ୍ତି। ଏହା ପୂର୍ବରୁ ମାସକ ପରେ ଏହା ଜାରି କରାଯିବ ବୋଲି କୁହାଯାଉଥିଲା। କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୃତ୍ୟୁସଂଖ୍ୟାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଭାରତ ସରକାର ମଙ୍ଗଳବାର ଏହି ତଥ୍ୟ ପ୍ରକାଶ କରିଛନ୍ତି।

କେତେକ ବିଶେଷଜ୍ଞଙ୍କ ଅନୁସାରେ ଭାରତରେ କରୋନା ମୃତକଙ୍କ ସଂଖ୍ୟା ୪୦ ଲକ୍ଷରୁ ଅଧିକ। ଯାହା ଭାରତ ସରକାରଙ୍କ ସରକାରୀ ଆକଳନଠାରୁ ଆଠ ଗୁଣ ଅଧିକ। ଗତ ବର୍ଷ ଏପ୍ରିଲ ଏବଂ ମେ ମାସରେ, ଡେଲଟା ଭାରିଆଣ୍ଟ ଯୋଗୁ କୋଭିଡର ଦ୍ୱିତୀୟ ଲହର ଭାରତରେ ତାଣ୍ଡବ ରଚିଥିଲା। ଆକ୍ରାନ୍ତମାନେ ଅମ୍ଳଜାନ ଏବଂ ଡାକ୍ତରଖାନା ବିନା ରାସ୍ତାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁବାର ଭାରତରେ ହୋଇଥିବା କରୋନା ମୃତ୍ୟୁ ବିଷୟରେ ଏହାର ଆକଳନ ପ୍ରକାଶ କରିବାର କାର୍ଯ୍ୟକ୍ରମ ରହିଛି। ଭାରତରେ କରୋନା ମହାମାରୀ ପରିଚାଳନା ଦାୟିତ୍ୱରେ ଥିବା ସ୍ବାସ୍ଥ୍ୟ ଅଧିକାରୀ ବିନୋଦ କୁମାର ପାଲ କହିଛନ୍ତି ଯେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ମୃତ୍ୟୁ ସଂଖ୍ୟା ସଠିକ। ଏଥିରେ କୌଣସି ଭୁଲ୍‌ ନାହିଁ। ସେ କହିଛନ୍ତି ଯେ ଦୁଇ-ତିନି ମାସ ପୂର୍ବେ ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ୨୦୨୦ରେ ଦେଶରେ ହୋଇଥିବା ମୋଟ କରୋନା ମୃତ୍ୟୁ ସଂଖ୍ୟା ରିପୋର୍ଟ ପ୍ରକାଶ କରିଥିଲେ।

ରେଜିଷ୍ଟ୍ରାର କାର୍ଯ୍ୟାଳୟଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୦ରେ ଭାରତରେ ମୋଟ ମୃତ୍ୟୁ ସଂଖ୍ୟା ପୂର୍ବ ଦୁଇ ବର୍ଷ ତୁଳନାରେ ମନ୍ଥର ଗତିରେ ବୃଦ୍ଧି ପାଇଛି। ଯଦିଓ ସରକାର କହିଥିଲେ ଯେ ୨୦୨୦ ରେ ୧,୪୮,୭୩୮ଲୋକଙ୍କର ମୃତ୍ୟୁ ହୋଇଛି। କିନ୍ତୁ ମଙ୍ଗଳବାର ପ୍ରକାଶିତ ସଂଖ୍ୟାରେ ଏହି ସଂଖ୍ୟା ତିନି ଗୁଣରୁ ଅଧିକ ବୃଦ୍ଧି ପାଇ ୫,୨୩,୮୮୯ ଉଲ୍ଲେଖ କରାଯାଇଛି। ଆମେରିକା ଏବଂ ବ୍ରାଜିଲରେ ହୋଇଥିବା କରୋନା ମୃତ୍ୟୁ ସଂଖ୍ୟା ଭାରତ ତୁଳନାରେ ଅଧିକ।

୨୦୨୦ରେ, ପୃଥିବୀର ବିଭିନ୍ନ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୧୮.୩୦ ଲକ୍ଷ ବୋଲି ରିପୋର୍ଟ ପ୍ରକାଶିତ ହୋଇଥିଲା। କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ ଏହି ସଂଖ୍ୟା ୩୦ ଲକ୍ଷରୁ ଅଧିକ ହୋଇପାରେ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଗଣନା ପଦ୍ଧତିରେ ଏହା ସହମତ ନୁହେଁ ବୋଲି ଭାରତ କହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଭାରତ ମଧ୍ୟରେ ବିବାଦ ଏପ୍ରିଲ ୧୬ରେ, ଆମେରିକାର ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ହୋଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଡବ୍ଲ୍ୟୁଏଚ୍‌ଓର କରୋନା ମୃତ୍ୟୁ ସଂଖ୍ୟାକୁ ସାର୍ବଜନୀନ କରିବାରେ ଭାରତ ବାଧା ସୃଷ୍ଟି କରୁଛି। ଡବ୍ଲ୍ୟୁଏଚ୍‌ଓ ଅନୁଯାୟୀ ଭାରତ ନିଜ ଦେଶରେ କରୋନା ମୃତ୍ୟୁ ସଂଖ୍ୟାକୁ ଜାଣିଶୁଣି କମାଇଛି।

ନ୍ୟୁୟର୍କ ଟାଇମ୍ସ ଲେଖିଛି ଯେ ଡବ୍ଲ୍ୟୁଏଚ୍‌ଓ ଜାନୁଆରୀରେ ଭାରତ କରୋନା ମୃତ୍ୟୁ ସଂଖ୍ୟା ପ୍ରକାଶ କରିବାକୁ ଚାହୁଁଛି। କିନ୍ତୁ ଭାରତର ବିରୋଧ ଯୋଗୁଁ ଏହା ହୋଇପାରୁ ନାହିଁ। ଏହି ପରିପ୍ରେକ୍ଷୀରେ, ଭାରତ କହିଛି ଯେ ଡବ୍ଲ୍ୟୁଏଚ୍‌ଓ ଗଣନା ପ୍ରକ୍ରିୟା ଏବଂ ପଦ୍ଧତି ସହ ସହମତ ନୁହେଁ । ଭାରତ ସରକାର ଏକ ବିବୃତ୍ତି ଜାରି ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରେ ଗୀତା ପଢିଲେ ରୁଷିଆ ରାଷ୍ଟ୍ରପତି, ବନ୍ଧୁଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଇଥିଲେ ବିଶେଷ ଉପହାର

ମସ୍କେ/ନୂଆଦିଲ୍ଲୀ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ପ୍ରତି ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ଶେଷ କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ...

ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ସହ ଖାଦ୍ୟ ସମସ୍ୟା, ତେଜିଲେ ଅଭିଭାବକ

ଅତାବିରା,୯ା୧୨(ଯୁଧିଷ୍ଠିର ମହାପାତ୍ର):ଅତାବିରା ଏନ୍‌ଏସି ଅନ୍ତର୍ଗତ ଭୋଇପୁରା ଆଦର୍ଶ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହେବା ସହିତ ରନ୍ଧା ଖାଦ୍ୟ ସମସ୍ୟା ଦେଖାଦେଇଛି। ସୋମବାର କେତେକ ପିଲାମାନେ...

କଟକ ଟି-୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଲା ଜୋରଦାର ଝଟ୍‌କା: ଅଭିଯୋଗ ପରେ…

ଦୁବାଇ,୯ା୧୨ (ପି.ଟି.):ରାୟପୁରଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ଭାରତକୁ ସୋମବାର ସେମାନଙ୍କ ମ୍ୟାଚ୍‌ ଫି’ର...

ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ...

୪୨ବର୍ଷ ପରେ ମନ୍ଦିରକୁ ଫେରିବ ବିରଳ ପ୍ରାଚୀନ ମୂର୍ତ୍ତି: ଉଦ୍ଧାର ପରେ ସିବିଆଇ ମାଲଖାନାରେ…

ସୋନପୁର,୯ା୧୨(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ସହର ଗୋପାଳଜୀ ମନ୍ଦିରରୁ ଚୋରି ହୋଇ ଦୀର୍ଘ ୪୨ବର୍ଷ ସିବିଆଇ ମାଲଖାନାରେ ଥିବା ୧୨ ବିରଳ ପ୍ରାଚୀନ ମୂର୍ତ୍ତି ପୁଣି ମନ୍ଦିରକୁ ଫେରିବ।...

ପୁଟିନଙ୍କ ଭାରତ ଗସ୍ତକୁ ନେଇ ଚାଇନା ଦେଲା ଏମିତି ପ୍ରତିକ୍ରିୟା ଆମେରିକାକୁ ଲାଗିବ ବଡ଼ ଝଟକା

ବେଜିଂ,୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାମ୍ପ୍ରତିକ ଭାରତ ଗସ୍ତ ପ୍ରତି ଚାଇନା ଏକ ସକାରାତ୍ମକ ମନୋଭାବ ପ୍ରକାଶ କରିଛି, କହିଛି ଯେ ଭାରତ, ଚାଇନା...

ଶୁଭାଙ୍ଗୀ ଦତ୍ତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଭିନେତ୍ରୀ ଶୁଭାଙ୍ଗୀ ଦତ୍ତଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେ ଅନୁପମ ଖେର୍‌ଙ୍କ ନିର୍ଦ୍ଦେଶିତ ‘ତନଭି ଦି ଗ୍ରେଟ୍‌’...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri