ସଡ଼କ ସୁରକ୍ଷା ଦିଗରେ ଟାଟାଷ୍ଟିଲର ପଦକ୍ଷେପ

ଢେଙ୍କାନାଳ ଅଫିସ,୩।୫ ଢେଙ୍କାନାଳ ଟାଟାଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କାରଖାନା ଭିତରକୁ ଆସୁଥିବା ଟ୍ରକ୍‌ଗୁଡିକୁ ପାର୍କିଂସ୍ଥାନ ଯୋଗାଇଦେବା ନିମନ୍ତେ ୩ଟି ନୂତନ ପାର୍କିଂ ୟାର୍ଡ ବ୍ୟବସ୍ଥା କରାଯାଇଛି। ୫୫ନଂ. ଜାତୀୟ ରାଜପଥରେ ଟ୍ରାଫିକ୍‌ ଜାମ୍‌କୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଇଟାପ ଗ୍ରାମ ନିକଟରେ ଥିବା ୬.୮ ଏକର ଜମିରେ ଏହି ବଡ ପରିବହନ ପାର୍କିଂ ସ୍ଥାନ କରାଯାଇଛି। ଏଠାରେ ଗୋଟିଏ ପ୍ରବେଶ ଓ ଗୋଟିଏ ପ୍ରସ୍ଥାନ ଫାଟକ ସହିତ ପାର୍କିଂୟାର୍ଡ ଭିତରେ ସୁରକ୍ଷା ପାଇଁ ୩ଟି ଚେକ୍‌ ପଏଣ୍ଟ ଏବଂ ୧୨୦ଟି ଗାଡି ପାର୍କିଂ ବ୍ୟବସ୍ଥା ରହିଛି। ଏଠାରେ ପ୍ରତିଦିନ ୨୭୦ଟି ବଡ ଟ୍ରକ୍‌ ଓ ଟ୍ରେଲର ପାର୍କିଂ କରୁଛନ୍ତି। ଏତଦ୍‌ବ୍ୟତୀତ ଏଠାରେ ଡ୍ରାଇଭରମାନଙ୍କ ସୁବିଧା ପାଇଁ ନିଜସ୍ବ କ୍ୟାବିନ, ବିଶ୍ରାମ କକ୍ଷ ଓ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ସମସ୍ତ ସୁରକ୍ଷା ନିୟମ ପାଳନ କରୁଥିବା ଗାଡିକୁ ଏଠାରେ ପାର୍କିଂ କରାଯିବ। ଲୋଡିଂ ଓ ଅନଲୋଡିଂ ସ୍ଥାନରୁ ଡାକରା ନ ଆସିବା ପର୍ଯ୍ୟନ୍ତ କିମ୍ବା ପ୍ରବେଶ ନିଷେଧ ସମୟରେ କୌଣସି ଟ୍ରକ୍‌କୁ କାରଖାନା ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ। ସେହିପରି କାରଖାନା ଓ ସାମଗ୍ରୀ ପରିବହନ ଫାଟକ ନିକଟରେ ୨ଟି ଅତିରିକ୍ତ ପାର୍କିଂୟାର୍ଡ ବିକଶିତ କରାଯାଉଛି। ଏଠାରେ ୯୦ଟି ଗାଡିର ପାର୍କିଂ ବ୍ୟବସ୍ଥା କରାଯାଉଛି। ଭବିଷ୍ୟତରେ ଆହୁରି ୧୦୦ଟି ଟ୍ରକ୍‌ ପାଇଁ କାରଖାନା ପାର୍ଶ୍ୱବର୍ତ୍ତୀ ଜାତୀୟ ରାଜପଥ ନିକଟରେ ଏକ ପାର୍କିଂସ୍ଥାନ କରାଯିବାର ଯୋଜନା ରହିଛି। କାରଖାନା ନିକଟସ୍ଥ ୫୫ନଂ ଜାତୀୟ ରାଜପଥରେ ଟ୍ରକ ପାର୍କିଂକୁ ନିୟନ୍ତ୍ରଣ କରିବା ପାଇଁ କମ୍ପାନୀର ସୁରକ୍ଷା ଲଜିଷ୍ଟିକ୍ସ ଓ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କରାଯାଉଛି। ଟ୍ରାଫିକ ପରିଚାଳନାକୁ ସୁଗମ କରିବା ପାଇଁ ଜାତୀୟ ରାଜପଥରେ ଅତିରିକ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହାସହିତ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ ପାଇଁ ନିୟମିତ ଭାବେ ଯାତ୍ରୀ, ସ୍ଥାନୀୟ ଗ୍ରାମବାସୀ ଓ ଛାତ୍ରୀଛାତ୍ରଙ୍କ ନିମନ୍ତେ ସଚେତନତା ଅଭିଯାନ ଆୟୋଜନ କରାଯାଉଛି। ପ୍ରଶାସନ ସହାୟତାରେ ୫୫ନଂ ଜାତୀୟ ରାଜପଥରେ ମେଗା ସଡକ ସୁରକ୍ଷା ସଚେତନତା ରାଲି, ମଦ୍ୟପାନ ଯାଞ୍ଚ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri