ଗୋଟିଏ ଓଭରରେ ୩୫ ରନ୍‌: ରାହୁଲଙ୍କ ସମକକ୍ଷ ହେଲେ କୁମିନ୍ସ

ପୁଣେ,୭।୪: ଆଇପିଏଲ ୨୦୨୨ର ୧୪ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ କେକେଆର୍‌ ୫ ଉଇକେଟରେ ଜିତିଛି। ଏମସିଏସ ଷ୍ଟାଡିୟମ ପୁଣେରେ ଅନୁଷ୍ଠିତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୪ ଉଇକେଟ୍‌ ହରାଇ ୧୬୧ ସ୍କୋର କରିଥିଲା। ଟାର୍ଗେଟକୁ ପିଛା କରି କେକେଆର ଦଳ ୧୬ ତମ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। କୋଲକାତା ମ୍ୟାଚ ଜିତିବାରେ ପ୍ୟାଟ କୁମିନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଡାନିଏଲ ସାମସଙ୍କ ଏକ ଓଭର୍‌ରେ ୩୫ ରନ ସ୍କୋର କରିଥିଲେ।
କୋଲକାତାର ଇନିଂସର ୧୫ତମ ଓଭର ଶେଷରେ ମ୍ୟାଚ ଜିତିବା ପାଇଁ ଦଳକୁ ୩୦ ବଲରୁ ୩୫ ରନ ଆବଶ୍ୟକ କରୁଥିଲା। ଏଭଳି ପରିସ୍ଥିତିରେ ଅଧିନାୟକ ରୋହିତ ଶର୍ମା ଡାନିଏଲ ସାମସଙ୍କୁ ବୋଲିଂ କରିବାକୁ ସୁଯୋଗ ଦେଇଥିଲେ। ପ୍ୟାଟ କମିନ୍ସ ତାଙ୍କ ସାମ୍ନାରେ ଥିଲେ। କ୍ୱଚିତ୍‌ କେହି ଭାବିଥିବେ କୁମିନ୍ସ ନିଜେ ୧୬ତମ ମ୍ୟାଚ ଶେଷ କରିବେ। ସେ ଏହି ଓଭରରେ ୪ଟି ଛକା ବ୍ୟତୀତ ୨ଟି ଚୌକା ମାରିଥିଲେ। ସାମସଙ୍କ ପଞ୍ଚମ ବଲ ନୋ’ ବଲ୍‌ ଥିଲା,ଏଥିରେ ୨ ରନ ସ୍କୋର କରାଯାଇଥିଲା। ଫଳରେ କୋଲକତା ୧୬ ଓଭରରେ ମ୍ୟାଚ୍‌ ଜିତିଥିଲା।
ଇଣ୍ଡିଆନ ପ୍ରିମିୟର ଲିଗର ଇତିହାସକୁ ଦେଖିଲେ ଡାନିଏଲ ସାମସ ଏକ ଓଭରରେ ସର୍ବାଧିକ ରନ ସ୍କୋର କରିବାରେ ବିଶ୍ୱର ତୃତୀୟ ବୋଲର ଅଟନ୍ତି। ଆଇପିଏଲ ୨୦୧୧ରେ, କୋଚି ଟସ୍କର୍ସ କେରଳର ବୋଲର ପି ପରମେଶ୍ୱରା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଖେଳିବା ସମୟରେ ଏକ ଓଭରରେ ୩୭ ରନ ଦେଇଥିଲେ। ଆଇପିଏଲ ୨୦୨୧ରେ, ଆରସିବି ବୋଲର ହର୍ଷଲ ପଟେଲ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଏକ ଓଭରରେ ୩୭ ରନ ସଂଗ୍ରହ କରିଥିଲେ।
ସେହିପରି ପ୍ୟାଟ କୁମିନ୍ସ ଆଇପିଏଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ, କମିନ୍ସ କେ.ଏଲ ରାହୁଲଙ୍କ ସହ ସମକକ୍ଷ ହୋଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କୁମିନ୍ସ ୧୪ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ରାହୁଲ ୨୦୧୮ରେ ଦିଲ୍ଲୀ ରାଜଧାନୀ ବିପକ୍ଷରେ ୧୪ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। କୁମିନ୍ସ ତାଙ୍କ ୧୫ ବଲ ଇନିଂସରେ ୪ ଚୌକା ଓ ୬ ଛକା ମାରିଥିଲେ। ସେ ଆଉଟ ୫୬ ରନ୍‌ରେ ଅପରାଜିତ ରହିଥିଲେ। ଏହି ସମୟରେ, କୁମିନ୍ସଙ୍କ ଷ୍ଟ୍ରାଇକ ହାର ୩୭୩.୩୩ ରହିଥିଲା।

https://twitter.com/manish_ydv_18/status/1511766329321472000


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତଦିନେ ପରିସ୍ରାର ରଙ୍ଗ ଏପରି ଦେଖାଯାଉଛି କି, ହୋଇପାରେ…

ନୂଆଦିଲ୍ଲୀ,୨୪।୧୨: ଶୀତଦିନ ଆସିବା ସହିତ ଶରୀରରେ ଅନେକ ପରିବର୍ତ୍ତନ ଘଟେ । ଥଣ୍ଡା ବଢ଼ିବା ସହିତ ଖାଦ୍ୟପେୟ, ପାନୀୟ ଅଭ୍ୟାସ ଏବଂ ଦୈନନ୍ଦିନ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସେ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ, ଏହିଦିନ ବନ୍ଦ ରହିବ ଟି- ସେତୁ

କଟକ,୨୪।୧୨: ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୧୪ରୁ ୧୭ ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri