Posted inଫୁରସତ

ଆମେ କେତେ ଓଡ଼ିଆ

ଆମେ ଓଡ଼ିଆ- ଅନ୍ୟକୁ ଏହି ପରିଚୟ ଦେବାରେ ଆଜି ଆମକୁ କୁଣ୍ଠା ଲାଗୁଛି। କେହି ଆମକୁ ‘ଓଡ଼ିଆ’ କହିଦେଲେ ଆମ ମନ ଭିତରେ କେମିତି ଗୋଟାଏ ନୂ୍ୟନମନ୍ୟତା ଛାଏଁ ଛାଏଁ ସୃଷ୍ଟି ହୋଇଯାଉଛି। ଆପଣା ଲୋକ ସହ କଥା ହେବାବେଳେ ଇଂଲିଶ ଦି’ପଦ ଯୋଡ଼ିଦେଇ ନିଜକୁ କୃତ୍ୟ କୃତ୍ୟ ମଣୁଛୁ।
ସ୍ତରରେ କେହି ଓଡ଼ିଆକୁ ଗୋଟିଏ ବିଷୟ ନେଇ ପାଠ ପଢ଼ିଲେ ଭିନ୍ନ ଭାଷା ନେଇ ପଢ଼ୁଥିବା ସହପାଠୀମାନେ ନାକ ଟେକୁଛନ୍ତି। ଅନ୍ୟପକ୍ଷରେ ଓଡ଼ିଆ ବିଷୟ ନେଇ ଉଚ୍ଚ ଶିକ୍ଷା ପାଇଥିବା ଛାତ୍ରଟି ପାଇଁ ସେମିତି କିଛି ଆଖିଦୃଶିଆ କର୍ମସଂସ୍ଥାନର ବ୍ୟବସ୍ଥା ନାହିଁ। ସବୁଠି ଯେମିତି ଓଡ଼ିଆକୁ ହତାଦର।
ଦିନ ଥିଲା, ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାରେ ଆମେ ଆନନ୍ଦ ଓ ଗର୍ବ ଅନୁଭବ କରୁଥିଲୁ। କୋଣାର୍କର ଶିଳ୍ପକଳା, କଟକର ତାରକସି କାମ, ପିପିଲିର ଚାନ୍ଦୁଆ, ମାଣିଆବନ୍ଧ ପାଟ, ସମ୍ବଲପୁରୀ ଶାଢ଼ି (ଯାହା ଏକଦା ବାଉଁଶ ନଳାରେ ପଶି ବିଦେଶକୁ ରପ୍ତାନି ହେଉଥିଲା) ଆଦି ସବୁ କାହାଣୀ ହୋଇରହିଛି। କଳାର ଉତ୍କର୍ଷ ଦୃଷ୍ଟିରୁ ଓଡ଼ିଶାର ଅନ୍ୟ ନାମ ଉତ୍କଳ ବୋଲି ଖ୍ୟାତ ହୋଇଥିଲା। ଦିଗ୍‌ବିଜୟୀ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧରେ ଓଡ଼ିଆଙ୍କ ବୀରତ୍ୱର ପାଦ ତଳେ ନିଜର ପରାଜୟ ସ୍ବୀକାର କରିଥିଲେ। ଓଡ଼ିଆ ସମ୍ରାଟ ମହାମେଘବାହନ ଖାରବେଳଙ୍କ ଅନନ୍ୟ ବୀରତ୍ୱ ଓ ଉଦାରତା ଆଜି ବିସ୍ମୃତ। ଉତ୍କଳର ଗଜପତି ପୁରୁଷୋତ୍ତମ ଦେବଙ୍କ ସମ୍ମାନାର୍ଥେ ନିଜେ ସ୍ବୟଂ ଜଗନ୍ନାଥ କାଞ୍ଚତ୍ ଅଭିଯାନରେ ପାଇକ ସାଜିଥିବାର କାହାଣୀ କିମ୍ବଦନ୍ତୀ ଓଡ଼ିଆମାନେ ଭୁଲିଗଲେଣି। ଭାରତର ଅନ୍ୟାନ୍ୟ ପ୍ରଦେଶ ଇଂରେଜ ଅଧୀକୃତ ଥିବାବେଳେ ଓଡ଼ିଶା ତା’ର ବୀରତ୍ୱ ପାଇଁ ବହୁ ପଛରେ ଅର୍ଥାତ୍‌ ୧୮୦୩ ମସିହାରେ ପରାଧୀନତା ସ୍ବୀକାର କରିଥିଲା। ଏସବୁ ଆଜି ଇତିହାସ ହୋଇରହିଛି।
ଓଡ଼ିଆ! ପଖାଳ ଆମ ଜୀବନ। ପଖାଳ ସାଙ୍ଗକୁ ଶାଗ, ଆମ୍ବଚଟଣି କି ବଡ଼ିଚୂରା ନ ହେଲେ ଆମ୍ବୁଲ ଫଡାଏ ପାଣି କରିଦେଲେ ତା’ ସହିତ କୋଉ ବିଦେଶୀ ବ୍ୟଞ୍ଜନ ସରି ହେବ। କିନ୍ତୁ ପ୍ରିୟ ପଖାଳକୁ ଭୁଲିଗଲୁଣି। ଓଡ଼ିଆ ସାଧବର ନୌଯାତ୍ରାରେ ବେଶିଦିନ ସତେଜ ଓ ତିଷ୍ଠି ରହୁଥିବା ଆରିସା ପିଠା, ଚୁଡ଼ା, ମୁଢ଼ି ଆଦିର ବ୍ୟବହାର ଅତୀତର କଥାବସ୍ତୁ ହୋଇଗଲାଣି।
ଓଡ଼ିଆ। ଦୁଃଖ ଆମର ସହଚର। ନଅଙ୍କ ଦୁର୍ଭିକ୍ଷ, ନଈବଢ଼ି, ମରୁଡ଼ି, ମହାବାତ୍ୟା ପରି ବହୁ ଦୁଃଖକଷ୍ଟକୁ ଆମେ ମଥାପାତି ସହିଛୁ। ଶିକ୍ଷା କ୍ଷେତ୍ରରେ ଆମେ ପର ଦେଖାଶିଖାରେ ପାଗଳ ଭଳି ମାତିଛୁ। ପାଠପଢ଼ା ପାଇଁ ବହୁଳ ଅର୍ଥ ବ୍ୟୟ କରି ପିଲାଟି ମୁହଁରୁ ଇଂଲିଶ ଗୀତ ଦି’ପଦ ଶୁଣି ଆମେ ନିଜକୁ ଧନ୍ୟ ମନେକରୁଛୁ। ଆମେ ଆମର ରାଧାନାଥ, ଫକୀରମୋହନ, ମଧୁସୂଦନ, ଗୋପବନ୍ଧୁ ଆଦି ପ୍ରାତଃସ୍ମରଣୀୟ ମହାନ୍‌ ବ୍ୟକ୍ତିତ୍ୱଙ୍କୁ ଭୁଲିଯାଉଛୁ।
ଓଡ଼ିଆ। ଆମର ପାଇକପଣ, ଆମର ଗଡ଼ଖାଇ ଦୁର୍ଗ, ଆମର ବୀରତ୍ୱ କେଉଁ ଏକ ଅପଦେବତାର ଅଭିଶାପରେ ଆଜି ଅଥର୍ବ ଓ ସ୍ଥାଣୁ ପାଲଟିଯାଇଛି। କର୍ପୂର ଉଡ଼ିଯାଇଛି, କେବଳ କନାର ଗନ୍ଧକୁ ଜାବୁଡ଼ି ଧରି ଓଡ଼ିଆ ଧ୍ୱଜା ଉଡ଼ାଇବାକୁ ଅଗତ୍ୟା ବାହାଦୁରି ମଣିଛୁ।
ଆମେ ଓଡ଼ିଆ। ସ୍ବତନ୍ତ୍ର ପ୍ରଦେଶ ହେବାର ୮୬ ବର୍ଷ ପରେ ବି ପ୍ରଚୁର ପ୍ରାକୃତିକ ସମ୍ପଦକୁ ସମ୍ବଳ କରି ଆମେ ତଥାପି ଗରିବ ଓ ଦୁଃଖୀ ହୋଇ ବଞ୍ଚତ୍ରହିଛୁ। ଆମର ଯଥେଷ୍ଟ ସମ୍ପତ୍ତି ଥାଇ ଆମେ ଦରିଦ୍ରର ବାନା ଉଡ଼ାଇଚାଲିଛୁ। ଆଜି ଗାଉଛି ଓଡ଼ିଆ ପର ସଙ୍ଗୀତ, ନିଜେ ନ ଜାଣୁଛି ନିଜର ବିତ୍ତ। ଏଭଳି ଦୁଃସ୍ଥିତିରେ କବି ଗୋଦାବରୀଶଙ୍କ ମହାନ୍‌ ଚେତାବନୀ-ବାଣୀ ଆଜି ଅନିବାର୍ଯ୍ୟ ହୋଇପଡ଼ିଛି-
‘ଉଠ କଙ୍କାଳ, ଛିଡୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି,
ପୂରିଉଠୁ ସେହି ହୃତ ଗୌରବ, ମୃତ ଗୌରବ, ଗତ ଗୌରବ ରାଜି।
-ରାଧାମୋହନ ମହାପାତ୍ର
ମୋ: ୯୮୬୧୧୮୯୯୩୬


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri