ରାମ୍‌କୋ ସିମେଣ୍ଟ ପାଇଁ ନିୟମ ଭିନ୍ନ

ଯାଜପୁର ଅଫିସ,୧୬।୩: ପ୍ରଭାବିତ ଓ କ୍ଷତିଗ୍ରସ୍ତ ଲୋକଙ୍କ ସହିତ ଜନଶୁଣାଣି ନ କରି ସିମେଣ୍ଟ ପ୍ରସ୍ତୁତକାରୀ କମ୍ପାନୀ ରାମ୍‌କୋକୁ ରାଜ୍ୟ ସରକାର ସମସ୍ତ ପ୍ରକାର ଅନୁମତି ପ୍ରଦାନ କରିଛନ୍ତି। କଞ୍ଚାମାଲ ଓ ଉପତ୍ାଦିତ ସାମଗ୍ରୀର ପରିବହନ ରେଳପଥରେ କରାଯିବ ବୋଲି ଦର୍ଶାଇ ରାମ୍‌କୋ ଜନଶୁଣାଣିକୁ ବାଦ୍‌ ଦେଇ ପରିବେଶଗତ ଅନୁମତି ହାତେଇଥିବା ପୂର୍ବରୁ ଅଭିଯୋଗ ହୋଇଛି। ଏବେ ଉତ୍ପାଦିତ ସାମଗ୍ରୀ ଓ କଞ୍ଚାମାଲ ସଡ଼କ ପଥରେ ପରିବହନ ହେଉଛି। ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାସପୁରଠାରେ କାରଖାନା ପ୍ରତିଷ୍ଠା ପାଇଁ ଚଞ୍ଚକତା ସହିତ ପ୍ରାୟ ୨ ଏକର ଗୋଚର ଜମିକୁ ଅଣଗୋଚର ଜମି ଭାବେ ପରିବର୍ତ୍ତନ କରିବା ପାଇଁ ତତ୍କାଳୀନ ଥାନୁଆଳ ସରପଞ୍ଚ ଅମୂଲ୍ୟଧନ ଜେନା ଓ ଆରୁହା ସରପଞ୍ଚ ହରିହର ରାଉତଙ୍କ ଦସ୍ତଖତ ଜାଲିଆତି କରାଯାଇଛି। ଏନେଇ ଉଭୟ ସରପଞ୍ଚ ୨୦୧୯ ଫେବୃୟାରୀରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ହେଲେ ଅର୍ଥ ବଳରେ ଅଭିଯୋଗଗୁଡ଼ିକ ଚପାଇ ଦିଆଯାଇଥିବା ଜଣାପଡ଼ିଛି।
ରାମ୍‌କୋ ସିମେଣ୍ଟ ଲିଃ ୨୫ା୬ା୨୦୧୮ରେ ‘ଗୋ ସ୍ବିଫ୍ଟ’ ପୋର୍ଟାଲ ଜରିଆରେ ପିପିଏସ୍‌ସି ପାଇଁ ଆବେଦନ କରିଥିଲା। ଏହାପୂର୍ବରୁ କମ୍ପାନୀ ୧୦ା୫ା୨୦୧୭ରେ ଫେରୋ ଆଲଏଜ କର୍ପୋରେଶନଠାରୁ ଜମି କିଣିଥିଲା। ୨୦୧୮ ନଭେମ୍ବର ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ରାମ୍‌କୋ ସିମେଣ୍ଟ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କମ୍ପାନୀ ବାର୍ଷିକ ୦.୯ ମିଲ୍‌ିୟନ ଟନ ପୋର୍ଟଲାଣ୍ଡ ସ୍ଲାଗ୍‌ ସିମେଣ୍ଟ, ପୋର୍ଟଲାଣ୍ଡ ପୋଜୋଲାନା ସିମେଣ୍ଟ ଓ ଅର୍ଡିନାରି ପୋର୍ଟଲାଣ୍ଡ ସିମେଣ୍ଟ ଉପତ୍ାଦନ କରିବାକୁ ଲକ୍ଷ୍ୟ ରଖିଥିଲା। ଏହି କାରଖାନାରେ ସିଧାସଳଖ ୬୩ ଓ ପରୋକ୍ଷ ଭାବେ ୩୦୦ ଜଣ ନିଯୁକ୍ତି ପାଇବେ ବୋଲି କମ୍ପାନୀ ରିପୋର୍ଟରେ ଦର୍ଶାଯାଇଥିଲା। ଏଥିପାଇଁ ୫୧୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିଲା। ଏଥିରେ ଜମି ଓ ଜମି ଉନ୍ନତୀକରଣ ପାଇଁ ୬୦ କୋଟି, ବିଲ୍‌ଡିଂ ଓ ସିଭିଲ କାର୍ଯ୍ୟ ଲାଗି ୫୬.୫ କୋଟି ଟଙ୍କା, ବିଦ୍ୟୁତ୍‌କରଣ ନିମନ୍ତେ ୫୦ କୋଟି ଟଙ୍କା, ଯନ୍ତ୍ରପାତି ପାଇଁ ୩୧୬ କୋଟି ଓ ଭିତ୍ତିଭୂମି ଉନ୍ନତୀକରଣ ସକାଶେ ୩୨ କୋଟି ଟଙ୍କା ରହିଥିଲା। କିନ୍ତୁ ଜନଶୁଣାଣି ନ କରି କନସେଣ୍ଟ ଟୁ ଏଷ୍ଟାବ୍ଲିଶ୍‌, ପରିବେଶଗତ ଅନୁମତି, ଭୂତଳ ଜଳ ବ୍ୟବହାର ଅନୁମତି, ନେସ୍କୋରୁ ବିଦ୍ୟୁତ୍‌ ସଂଯୋଗ, ଶ୍ରମିକ ପଞ୍ଜୀକରଣ ଆଦି ଚଞ୍ଚକତା କରି କମ୍ପାନୀ ହାତେଇ ନେଇଥିବା ଅଭିଯୋଗ ହୋଇଆସୁଛି। ଉଲ୍ଲେଖଯୋଗ୍ୟ, ଜନଶୁଣାଣିରେ ଲୋକଙ୍କ ସମର୍ଥନ ପରେ ପରିବେଶଗତ ଅନୁମତି ମିଳିବା କଥା। କିନ୍ତୁ କେଉଁ ଆଧାରରେ ପରିବେଶଗତ ଅନୁମତି ମିଳିଛି ତାହାର ତଦନ୍ତ କରାଯାଉ ବୋଲି ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଦାବି କରିଛନ୍ତି। ଏପରି କି କମ୍ପାନୀ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକ ମଧ୍ୟ ଅଧିକାଂଶ ବିନା ଇନ୍ସ୍ୟୁରାନ୍ସରେ ଚାଲିଛି ବୋଲି ବେହୁରା ଅଭିଯୋଗ କରିଛନ୍ତି।
ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଇମାମି, ଜେଏସ୍‌ଡବ୍ଲ୍ୟୁ ଓ ସାଗର ସିମେଣ୍ଟ କାରଖାନା ପ୍ରତିଷ୍ଠା ପୂର୍ବରୁ ସେହି କମ୍ପାନୀଗୁଡ଼ିକ ଜନଶୁଣାଣିରେ ଲୋକଙ୍କ ସମର୍ଥନ ହାସଲ କରିଥିଲା। ହେଲେ ଅଣଓଡ଼ିିଆ ସଂସ୍ଥା ରାମ୍‌କୋ ପାଇଁ ଜନଶୁଣାଣି ଛାଡ଼ ହେବା ପଛରେ କମ୍ପାନୀ, ପ୍ରଶାସନ ଓ ପ୍ରଭାବଶାଳୀ ନେତାଙ୍କ ମେଣ୍ଟ ରହିଥିବା ସ୍ଥାନୀୟ ଲୋକେ ବୁଝିପାରୁଛନ୍ତି। କିନ୍ତୁ ଏହାର କୁପରିଣାମ ଏବେ ସ୍ଥାନୀୟ ବାଟିଜଙ୍ଗା, ଟେଲର, ଥାନୁଆଳ, ଜୋଗଡ଼ା, ମୁରାରୀପୁର, ନାନପୁର, ହରିଦାସପୁର, ଉଡଙ୍ଗା, ବାଜବାଟି, ଭାତୁରୁପୋଷି, ନେଉଳପୁର ଓ ରଥିଆ ଗ୍ରାମବାସୀ ଭୋଗୁଛନ୍ତି। ରାମ୍‌କୋ କାରଖାନାରୁ ଦୈନିକ ପ୍ରାୟ ୧୫ରୁ ୨୦ ଗାଡ଼ିରେ ବିଷାକ୍ତ କଞ୍ଚାମାଲ ପରିବହନ ହେଉଥିବାରୁ ଲୋକେ ପ୍ରଦୂଷଣ ଯାତନାରେ ଅତିଷ୍ଠ ହୋଇ ପଡ଼ିଛନ୍ତି। ଏପରିକି ଆଖପାଖରେ ଥିବା ଚାଷଜମିର ଉବର୍ର୍ରତା ମଧ୍ୟ ନଷ୍ଟ ହେଉଥିବା କେତେଜଣ ଚାଷୀ ଅଭିଯୋଗ ଆଣିଛନ୍ତି। ଏହିସବୁ ଦୃଷ୍ଟିରୁ ଜନଶୁଣାଣିର ଆବଶ୍ୟକତା ନିହାତି ରହିଥିଲା ବୋଲି ପ୍ରଭାବିତ ଲୋକେ ମତପ୍ରକାଶ କରିଛନ୍ତି।
ଜମି ଜାଲିଆତି ନେଇ ଅଭିଯୋଗ ଅନୁଯାୟୀ, ରାମ୍‌କୋ ଅଧୀନରେ ଥିବା ଧର୍ମଶାଳା ତହସିଲ ଅନ୍ତର୍ଗତ ବାଟିଜଙ୍ଗା, ନାନପୁରର ଓ ଜୋଗରଡ଼ା ମୌଜାର ପ୍ରାୟ ୨ ଏକର ଗୋଚର ଜମିକୁ ୨୦୧୯ ଫେବୃୟାରୀରେ ଅଣଗୋଚର ଜମି ଭାବେ ପରିବର୍ତ୍ତନ ହୋଇଥିଲା। ଏଥିପାଇଁ ଜାରି ହୋଇଥିବା ସର୍ବସାଧାରଣ ନୋଟିସରେ ୨୦ଜଣ ସ୍ଥାନୀୟ ଲୋକ ଏବଂ ଉପର ଲିଖିତ ୨ ଜଣ ସରପଞ୍ଚଙ୍କ ଦସ୍ତଖତକୁ ତହସିଲ କର୍ମଚାରୀ ଜାଲିଆତି କରିଥିଲେ। ପରେ ତହସିଲ ପ୍ରଶାସନ ପକ୍ଷରୁ ଉକ୍ତ ଜମି ଇଡ୍‌କୋକୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ତତ୍କାଳୀନ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ତହସିଲ ଅଫିସର ପ୍ରୋସେସର୍ଭର ହେମନ୍ତ କୁମାର ନନ୍ଦଙ୍କ ସମେତ ଥାନୁଆଳ ସରପଞ୍ଚ ଜେନା ଓ ଆରୁହା ସରପଞ୍ଚ ରାଉତଙ୍କୁ ନେଇ ତଦନ୍ତ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଜାଲିଆତିକୁ ଚପାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ରାମ୍‌କୋ ସିମେଣ୍ଟ କାରଖାନାର ଜେନେରାଲ ମ୍ୟାନେଜର ଅଜିତ ପଲଙ୍କ ମତାମତ ନେବାକୁ ତାଙ୍କ ମୋବାଇଲ ନମ୍ବର ୭୮୯୩୬୫୧୯୧୯ରେ ମଙ୍ଗଳବାର ସନ୍ଧ୍ୟା ୬ଟା ୩୯ରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri