Posted inଖେଳ

କ୍ରିକେଟ ଅଷ୍ଟ୍ରେଲିଆ ଇଲେଭେନରେ ୪ ଭାରତୀୟ

ମେଲବୋର୍ନ, ୩୧ା୧୨- କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଇଲେଭେନ ଅଫ୍‌ ଦି ଇୟରରେ ଭାରତର ହ୍ବାଇଟ ବଲ୍‌ ଅଧିନାୟକ ରୋହିତ ଶର୍ମା ଓ ପ୍ରମୁଖ ଅଫ୍‌ ସ୍ପିନର ଆର. ଅଶ୍ୱିନଙ୍କ ସମେତ ଦେଶର ୪ଜଣ ଖେଳାଳି ସ୍ଥାନ ପାଇଛନ୍ତି। ରୋହିତ ଓ ଅଶ୍ୱିନଙ୍କ ବ୍ୟତୀତ ଉଇକେଟକିପର-ବ୍ୟାଟର ରିଷଭ ପନ୍ତ ଓ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କୁ ଏଥିରେ ସ୍ଥାନ ମିଳିଛି। ରୋହିତଙ୍କ ସହ ଓପନର ଭାବେ ସ୍ଥାନ ପାଇଛନ୍ତି ଶ୍ରୀଲଙ୍କାର ଦିମୁଥ କରୁଣାରନେତ୍। ୩ ନମ୍ବର ଲାଗି ଅଷ୍ଟ୍ରେଲିଆନ ବ୍ୟାଟର ମାର୍ନସ ଲାବୁସେନେଙ୍କୁ ବଛା ଯାଇଛି। ଷ୍ଟ୍ରେଲିଆର ଏକମାତ୍ର ଖେଳାଳି ଭାବେ ଲାବୁସେନଙ୍କୁ ଏହି ଦଳରେ ସ୍ଥାନ ପାଇଛନ୍ତି। ବ୍ୟାଟିଂ ଅର୍ଡରରେ ତାଙ୍କ ପଛକୁ ପଛ ରହିଛନ୍ତି ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍‌, ପାକିସ୍ତାନର ଫାଓ୍ବାଦ ଆଲାମ ଓ ପନ୍ତ।

୨୦୨୧ରେ ରୁଟ୍‌ଙ୍କ ପରେ ରୋହିତ ସବୁଠାରୁ ଅଧିକ ରନ ସଂଗ୍ରହ କରିଛନ୍ତି। ସେ ଏକାଧିକ ଥର ଦଳକୁ ଭଲ ଆରମ୍ଭ ଦେବା ସହ ଆକର୍ଷଣୀୟ ଶତକ ମଧ୍ୟ ହାସଲ କରିପାରିଛନ୍ତି। ରୋହିତ ଶେଷ କରିଥିବା ତାଙ୍କ ୧୯ଟି ଇିନଂସ ମଧ୍ୟରୁ ୧୪ଟିରେ ୨୦ କିମ୍ବା ତଦୁର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ତାଙ୍କର ଦୁଇଟି ଶତକ ମଧ୍ୟରୁ ଗୋଟିଏ ସେ ଚେନ୍ନାଇରେ ହାସଲ କରିଥିଲେ।

ପନ୍ତଙ୍କୁ ଉଇକେଟକିପର ଭାବେ ଦଳରେ ସ୍ଥାନ ଦିଆଯିବା ପଛରେ ମୁଖ୍ୟ କାରଣ ହେଲା ଚଳିତବର୍ଷ ତାଙ୍କର ବ୍ୟାଟିଂ ରେକର୍ଡ। ସିଡ୍‌ନୀଠାରେ ୯୭ ରନ, ବ୍ରିସ୍‌ବେନ୍‌ଠାରେ ଅପରାଜିତ ୮୯ ଏବଂ ଚେନ୍ନାଇରେ ୯୧ ରନର ପାଳି ପାଇଁ ତାଙ୍କ ନାମ ବିଚାରକୁ ନିଆଯାଇଥିଲା। ବର୍ଷ ଆରମ୍ଭରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ତାଙ୍କ ପ୍ରଦର୍ଶନ ଏତେ ଉଚ୍ଚ କୋଟୀର ରହିଥିଲା ଯେ, ତାଙ୍କୁ ମହାନ ଉଇକେଟ କିପର ଆଡାମ ଗିଲକ୍ରିଷ୍ଟଙ୍କ ସହିତ ଅନେକ ତୁଳନା କରିଥିଲେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ କହିଛି। ସ୍ପିନ ବିଭାଗରେ ଭାରତର ଦୁଇଜଣ ଅଶ୍ୱିନ ଓ ଅକ୍ଷର ସ୍ଥାନ ପାଇଛନ୍ତି। ଅଶ୍ୱିନଙ୍କୁ ଚଳିତ ବର୍ଷ ଟେଷ୍ଟରେ ସର୍ବାଧିକ ଟେଷ୍ଟ ଉଇକେଟହାସଲକାରୀ ବୋଲର ବିବେଚନା କରାଯାଉଛି। ଅକ୍ଷର ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଦର୍ଶନୀୟ ପ୍ରଦର୍ଶନ କରିଥିଲେ। ଚଳିତବର୍ଷ ସେ ୭ଟି ମ୍ରାଚରେ ୫୪ ଉଇକେଟ ନେଇଥିବା ବେଳେ ଅକ୍ଷର ୫ଟିରେ ୨୭ ଉଇକେଟ ସଫଳତା ପାଇଛନ୍ତି।

କ୍ରିକେଟ ଅଷ୍ଟ୍ରେଲିଆ ଇଲେଭେନ ଅଫ୍‌ ୨୦୨୧: ରୋହିତ ଶର୍ମା, ଦୁମୁଥ କରୁଣାରନେତ୍ (ଅଧିନାୟକ), ମାର୍ନସ ଲାବୁସେନ୍‌, ଜୋ ରୁଟ୍‌, ଫଓ୍ବାଦ ଆଲାମ, ରିଷଭ ପନ୍ତ (ଉଇକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, କାଇଲ ଜେମିସନ, ଅକ୍ଷର ପଟେଲ, ହସଲ ଅଲି, ଶାହିନ ଶାହା ଆଫ୍ରିଦୀ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଯାତ୍ରା ପୂବରୁ ଆଖିବୁଜିଲେ ଖଳନାୟକ, ଛାତିରେ ହେଲା ଯନ୍ତ୍ରଣା…

ନୂଆପଡ଼ା/ଜଗତସିଂହପୁର,୨୬।୧୨(ମକାରୁ ବେମାଲ ): ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଅଭିନୟ କରିବାକୁ ନୂଆପଡ଼ା ଯାଇଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ହୋଇଥିଲା।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri