ଦୋଛକିରେ ପିଲାଙ୍କ ସ୍ବାସ୍ଥ୍ୟ, ଭବିଷ୍ୟତ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୧ ତାରିଖରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏଥିସହ ଏସ୍‌ଓପି ମଧ୍ୟ ଜାରି ହୋଇଛି। କରୋନା କଟକଣାକୁ କିଭଳି କଡ଼ାକଡ଼ି ଭାବେ ପାଳନ କରି ପିଲାଙ୍କ ପାଠପଢ଼ା ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଶିକ୍ଷା ସହିତ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ତେଣୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲୁଛନ୍ତି। ତେବେ ରାଜ୍ୟରେ ଏବେ ବି କୋଭିଡ୍‌ ସଂକ୍ରମଣ ଭୟ ଲାଗି ରହିଛି। ଦୈନିକ ପ୍ରାୟ ୫ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଅପରପକ୍ଷରେ ୧୮ବର୍ଷରୁ କମ୍‌ ବୟସର ପିଲାଙ୍କୁ ଏଯାବତ୍‌ କୋଭିଡ୍‌ ଟିକା ଦିଆଯାଇ ନାହିଁ। ନଭେମ୍ବରରେ ଟିକା ଦିଆଯିବା ପାଇଁ କୁହାଯାଇଥିଲେ ସୁଦ୍ଧା ସରକାର ଏନେଇ କିଛି ସ୍ପଷ୍ଟ କରିନାହାନ୍ତି। ଏପରିସ୍ଥିତିରେ ପିଲାମାନେ କରୋନା କଟକଣାକୁ କିଭଳି ସ୍କୁଲ ପରିସରରେ ମାନି ପାଠପଢ଼ିବେ ତାହା ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଥିବାବେଳେ ପିଲାଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତକୁ ନେଇ ଅଭିଭାବକମାନେ ଚିନ୍ତାରେ ଅଛନ୍ତି।
କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ପ୍ରଥମେ ଦଶମ ଓ ଦ୍ୱାଦଶ ଏବଂ ପରେ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଥିଲେ। କ୍ଲାସ୍‌ ଆରମ୍ଭ ହେବା ପରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ସ୍କୁଲରେ ପିଲା ସଂକ୍ରମିତ ହୋଇଥିବା ନଜରକୁ ଆସିଛି। ପିଲାଙ୍କୁ ଟିକା ଦିଆଯାଇ ନ ଥିବାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବହୁ ଅଭିଭାବକ ସ୍କୁଲ ଛାଡ଼ିବା ପାଇଁ ଭୟ କରୁଛନ୍ତି। ଏ ନେଇ ବେବିରାଣୀ ସାହୁ ନାମ୍ନୀ ଜଣେ ଅଭିଭାବକ କହିଛନ୍ତି, ଦୀର୍ଘ ମାସ ହେଲାଣି ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ହୋଇଛି। ପିଲାମାନେ ଘରେ ରହି ବୋର୍‌ ହେଲେଣି ଓ ସ୍କୁଲ ଯିବା ପାଇଁ ଚାହୁଁଛନ୍ତି। ସ୍କୁଲ ଖୋଲିବା ଭଲ ପଦକ୍ଷେପ। କିନ୍ତୁ କରୋନାକୁ ନେଇ ଭୟ ଲାଗୁଛି। ପିଲାମାନେ ସାଙ୍ଗସାଥୀଙ୍କ ସହ ମିଶିଲେ ସାମାଜିକ ଦୂରତାକୁ ମାନିବେ ନାହିଁ। ପିଲା ସ୍କୁଲ ଯିବା ବିପଦ ବୋଲି ମନେ ହେଉଛି। ଯଦି ସ୍କୁଲରେ କରୋନା କଟକଣାକୁ କଡ଼ାକଡ଼ି ପାଳନ କରାଯାଏ ଓ ତାକୁ ତଦାରଖ କରାଯାଏ, ତେବେ ପିଲାମାନେ ଠିକ୍‌ରେ ରହିପାରିବେ। ନଚେତ୍‌ ପୁଣି ସ୍କୁଲରେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିବ ବୋଲି ବେବିରାଣୀଙ୍କ ଭଳି ଅନ୍ୟ ଅଭିଭାବକମାନେ କହିଛନ୍ତି।
ସେପଟେ ଏ ସଂକ୍ରାନ୍ତରେ ଶିକ୍ଷାବିତ୍‌ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି, ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ସବୁ ଶ୍ରେଣୀର ପିଲାଙ୍କ ପାଇଁ ଏବେ ସ୍କୁଲ ଖୋଲିଯିବା ଦରକାର। କିନ୍ତୁ ସ୍କୁଲରେ ସମସ୍ତ କରୋନା କଟକଣା ଠିକ୍‌ରେ ପାଳନ କରିବା ସହିତ ପିଲାମାନଙ୍କୁ ଜଗିବା ଉଚିତ। ସେହିଭଳି ଶିକ୍ଷାବିତ୍‌ ଅମରେନ୍ଦ୍ର ଦାସ କହିଛନ୍ତି, ସବୁ ପିଲା ଅନ୍‌ଲାଇନ ଶିକ୍ଷା ପାଇପାରୁ ନାହାନ୍ତି। ବିଶେଷକରି ଗ୍ରାମୀଣ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା ଓ ଆର୍ଥତ୍କ ଅନଗ୍ରସର ପିଲାଙ୍କ ପାଇଁ ସ୍ମାର୍ଟ ଫୋନର ଅଭାବ ଯୋଗୁ ସେମାନେ ପାଠପଢ଼ାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ସ୍କୁଲ ଖୋଲିଲେ ପିଲାମାନେ ପାଠ ପଢ଼ି ଭବିଷ୍ୟତ ଗଢ଼ି ପାରିବେ। ନଚେତ୍‌ ବହୁ ପିଲା ପାଠପଢ଼ା ଛାଡ଼ିଦେବାର ଆଶଙ୍କା ରହିଛି। ତେବେ ସ୍କୁଲ ଖୋଲିବା ପୂର୍ବରୁ ସମସ୍ତ ଗାଇଡ୍‌ଲାନକୁ ଠିକ୍‌ରେ ପାଳନ କରାଯାଉଛି କି ନାଁ ତାହା ଯାଞ୍ଚ ହେବା ଉଚିତ। ଅଭିଭାବକମାନେ ମଧ୍ୟ ସ୍କୁଲ ଯାଇ ସବୁ ସୁବିଧା ଦେଖି ପିଲାଙ୍କୁ ଛାଡ଼ିବା ଦରକାର। ଓଷ୍ଟାର ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବା ଭଲ ପଦକ୍ଷେପ। କିନ୍ତୁ ରାଜ୍ୟରେ କରୋନାର ସ୍ଥିତି ଏବେ ଯେମିତି ଅଛି ଅନ୍ତତଃ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ସରକାର ଚିନ୍ତା କରନ୍ତୁ। କାରଣ ଓଡ଼ିଶାରେ ପିଲାମାନେ ଅନ୍‌ଲାଇନ୍‌ରେ ପାଠ ପଢ଼ିବା ସମ୍ଭବ ନୁହେଁ।
ସୂଚନାଯୋଗ୍ୟ, ଆସନ୍ତା ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ପିଲା ସ୍କୁଲ୍‌ ଯିବେ। ସଂକ୍ରମଣମୁକ୍ତ ଶିକ୍ଷାଦାନ ଲାଗି ଉଭୟ ଗଣଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗ ମନିଟରିଂ କରିବେ। ସ୍ପେଶାଲ ସର୍ଭିଲାନ୍ସ ଟିମ୍‌ ପିଲାଙ୍କ ଉପରେ ନଜର ରଖିବ। ଲକ୍ଷଣ ଥିବା ପିଲାଙ୍କର ଟେଷ୍ଟିଂ କରାଯିବ। ଶିକ୍ଷକ ଓ କର୍ମଚାରୀ ଡବଲ୍‌ ଡୋଜ୍‌ ଟିକା ନେଇଛନ୍ତି ନା ନାହିଁ, ତା’ଉପରେ ତୀକ୍ଷ୍ଣ ନଜର ରଖିବ ସ୍ବାସ୍ଥ୍ୟ ବିଭାଗ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri