ସରକାରଙ୍କୁ ରିପୋର୍ଟ ତଲବ

ନୂଆଦିଲ୍ଲୀ/କଟକ ଅଫିସ, ୧୬।୯:  ଓଡ଼ିଶା ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ(ଓଏଟି) ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲାର ବୁଧବାର ଶୁଣାଣି ହୋଇଛି। ଓଏଟିକୁ ଉଚ୍ଛେଦ କରାଯାଇ ଏଠାରେ ଥିବା ସମସ୍ତ ମାମଲାକୁ ହାଇକୋର୍ଟକୁ ସ୍ଥାନାନ୍ତର କରାଯିବା ଘଟଣାକୁ ପ୍ରତିବାଦ କରି ଓଡ଼ିଶା ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ବାର୍‌ ଆସୋସିଏଶନ ପକ୍ଷରୁ ସର୍ବୋଚ୍ଚ ଅଦାଲତରେ ଆବେଦନ କରାଯାଇଥିଲା। ଉକ୍ତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି। କେଉଁ ପରିସ୍ଥିତିରେ ଟ୍ରିବ୍ୟୁନାଲ ଉଚ୍ଛେଦ କରାଗଲା, ସେନେଇ ୮ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବିଚାରପତି ଏଲ୍‌.ନାଗେଶ୍ୱର ରାଓ, ସଞ୍ଜୀବ ଖାନ୍ନା ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ରକୁ କହିଛନ୍ତି।
ଜେନେରାଲ କ୍ଲଜେସ୍‌ ଆକ୍ଟ-୧୮୯୭(ଜିସିଏ)ର ଧାରା ୨୧ର କ୍ଷମତା ଅନୁସାରେ କେନ୍ଦ୍ର ସରକାର ବିଜ୍ଞପ୍ତି ମାଧ୍ୟମରେ ଓଏଟିକୁ ଉଚ୍ଛେଦ କରିଛନ୍ତି। ହେଲେ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ଆକ୍ଟ-୧୯୮୫(ଏଟି)ରେ କେନ୍ଦ୍ର ସରକାରଙ୍କ ଉକ୍ତ କ୍ଷମତାକୁ ହଟାଇ ଦିଆଯାଇଛି ବୋଲି ସର୍ବୋଚ୍ଚ ଅଦାଲତରେ ଆବେଦନକାରୀ ଦର୍ଶାଇଛନ୍ତି। ଏହି ଆବେଦନକୁ ଗୁରୁତର ସହ ଗ୍ରହଣ କରି ଓଏଟି ଉଚ୍ଛେଦ ସମ୍ପର୍କିତ ନିଷ୍ପତ୍ତି ଉପରେ ବିଚାର କରାଯିବାର ଆବଶ୍ୟକ ରହିଛି ବୋଲି ଖଣ୍ଡପୀଠ କହିଛନ୍ତି। ପୂର୍ବରୁ ଆବେଦନକାରୀ ଏହି ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ହାଇକୋର୍ଟ ଏହାକୁ ଉପରଠାଉରିଆ ଭାବେ ଗ୍ରହଣ କରିବା ସହ ଏହାକୁ ପ୍ରଶାସନିକ କାର୍ଯ୍ୟ ବୋଲି ଦର୍ଶାଇ ଆବେଦନକୁ ଖାରଜ କରିଦେଇଥିଲେ। ଆବେଦନକାରୀଙ୍କ କହିବା ହେଲା ଏଟି ଆକ୍ଟରେ ନିଷେଧ ହୋଇଥିବା ପ୍ରତ୍ୟକ୍ଷ କ୍ଷମତାକୁ କେନ୍ଦ୍ର ଜିସିଏର ଧାରା ୨୧ ଅନୁସାରେ ପରୋକ୍ଷ ଭାବେ ଗ୍ରହଣ କରିଛନ୍ତି। ଏପରି କି ବେଆଇନ ଏବଂ ସ୍ବେଚ୍ଛାଚାରିତା ଭାବେ ଓଏଟିକୁ ଉଚ୍ଛେଦ କରିଛନ୍ତି। ପାର୍ଲାମେଣ୍ଟର ୪୨ତମ ସାମ୍ବିଧାନିକ ସଂଶୋଧନ ଏବଂ ସମ୍ବିଧାନର ୩୨୩(ଏ) ଧାରା ଅନୁସାରେ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ଆକ୍ଟ ପ୍ରଚଳନ ହୋଇଥିଲା। ବିଶେଷ କରି ଦୁଇଟି ଉଦ୍ଦେଶ୍ୟରେ ଏହାକୁ ଗଠନ କରାଯାଇଥିଲା। ପ୍ରଥମତଃ ଏହା ହାଇକୋର୍ଟର ମାମଲା ବୋଝକୁ ହ୍ରାସ କରିବ ଏବଂ ଦ୍ୱିତୀୟରେ ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବାରେ ସହାୟକ ହେବ। କେନ୍ଦ୍ର ସରକାର ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ସହ ରାଜ୍ୟର ଅନୁରୋଧ ଅନୁଯାୟୀ ଷ୍ଟେଟ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରିବା ଆବଶ୍ୟକ। ହେଲେ ଏଠାରେ ବିନା କାରଣରେ ଉଚ୍ଛେଦ କରାଯାଉଛି। ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଯେପରି କେନ୍ଦ୍ର ସରକାରଙ୍କ ଆଡ୍‌ମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ପ୍ରତିଷ୍ଠା ଏବଂ ବିଜ୍ଞପ୍ତି ପ୍ରକାଶ କରିବାର କ୍ଷମତା ରହିଛି। ଏହାକୁ ଉଚ୍ଛେଦ କରିବାବେଳେ ମଧ୍ୟ ସେହିଭଳି ନିୟମ ଅନୁସରଣ କରିବା ଆବଶ୍ୟକ ବୋଲି ଆବେଦନକାରୀ ଯୁକ୍ତି ବାଢ଼ିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆତ୍ମାରାମ୍‌ ନାଡ୍‌କର୍ନି ଏହାକୁ ଗୁରୁତର ସହ ଗ୍ରହଣ କରିବାକୁ ସର୍ବୋଚ୍ଚ ଅଦାଲତରେ ପ୍ରାର୍ଥନା କରିବା ପରେ କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନୋଟିସ୍‌ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri