Posted inଖେଳ

ଭାରତୀୟ ଚୟନକର୍ତ୍ତାଙ୍କୁ ପରାମର୍ଶ ଦେଲେ କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ଖେଳାଳି

ନୂଆଦିଲ୍ଲୀ, ୧୨ା୯- ଟିମ୍‌ ଇଣ୍ଡିଆର ମିଡ୍‌ଲ ଅର୍ଡରରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସ୍ଥାନ ଦେବା ଉଚିଚ୍‌। ଏହା ଦ୍ୱାରା ମଧ୍ୟକ୍ରମ ଶକ୍ତିଶାଳୀ ହେବ। ଭାରତର ଏହି ଭେଟରାନ ଅଫ୍‌ ସ୍ପିନର ଅଲରାଉଣ୍ଡର ନିଜକୁ ସମସ୍ତ କଣ୍ଡିଶନରେ ଜଣେ ମ୍ୟାଚ୍‌ ଓ୍ବିନର ପ୍ରମାଣ କରି ସାରିଛନ୍ତି। ତାଙ୍କୁ ଚୟନକର୍ତ୍ତାମାନେ ଅଣଦେଖା କରିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ଇଆନ ଚାପେଲ।

ଭାରତୀୟ ଦଳରେ ବହୁ ଅଲରାଉଣ୍ଡର ଅଛନ୍ତି। ଅଷ୍ଟ୍ରେଲିଆରେ କ୍ରମାଗତ ଦୁଇଟି ସିରିଜ ଜିତିବା ଏବଂ ବର୍ତ୍ତମାନ ଇଂଲଣ୍ଡରେ ସଫଳତା ହେଉଛି ଏହାର ପ୍ରମାଣ। ଭାରତକୁ ନିଜ ଦେଶରେ ପରାସ୍ତ କରିବା ସହଜ ନୁହେଁ। ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ଗୁଡ଼ିକ ଲାଗି ଅଶ୍ୱିନଙ୍କ ପରିବର୍ତ୍ତେ ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କୁ ଖେଳାଇଥିଲା। ଜାଡେଜା, ଅଶ୍ୱିନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତ ଉପସ୍ଥିତ ରହିଲେ ଭାରତର ଲୋୟର ମିଡ୍‌ଲ ଅର୍ଡର ଖୁବ୍‌ ଶକ୍ତିଶାଳୀ ହୋଇପାରିବ। ଓଭାଲ ଟେଷ୍ଟ ପାଇଁ ମିଡ୍‌ଲ ଅର୍ଡରରେ ଡାହାଣ ଓ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଯାଇ ହୁଏତ ଟିମ୍‌ ମ୍ୟାନେଜମେଣ୍ଟ ଜାଡେଜାଙ୍କୁ ୫ମ ସ୍ଥାନରେ ବ୍ୟାଟିଂ ପାଇଁ ମନୋନୀତ କରିଥାଇପାରନ୍ତି। ଲଣ୍ଡନର ଓଭାଲଠାରେ ଭାରତ ଓ ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା। ଜାଡେଜା ଯଦି ତାଙ୍କ ସ୍ଥାନରେ ଉପଯୁକ୍ତ ମନେ ହୁଅନ୍ତି ତେବେ ଦଳରେ ଯେଉଁ ସିମ୍‌ ବୋଲର ଅଲରାଉଣ୍ଡରଙ୍କୁ ନିଆଯିବ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ଏକ୍ଷେତ୍ରରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍‌ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଉପଯୁକ୍ତ ମନେହୁଅନ୍ତି। ସେମାନଙ୍କ ପାଇଁ ଦ୍ୱିତୀୟ ବିକଳ୍ପ ରହିଛନ୍ତି ଶାର୍ଦ୍ଦୁଳ ଠାକୁର। ମିଡ୍‌ଲ ଅର୍ଡରରେ ଜାଡେଜା, ରିଷଭ ପନ୍ତ ଓ ଅଶ୍ୱିନ ରହିଲେ ଏମାନଙ୍କଠାରୁ ଭଲ ସ୍କୋର ଆଶା କରାଯାଇ ପାରିବ। ଏହା ପରେ ୩ ଫାଷ୍ଟ ବୋଲର ବ୍ୟାଟିଂ କରିବାକୁ ଆସିବେ। ଦଳ ବେଶ୍‌ ସନ୍ତୁଳିତ ହୋଇପାରିବ ବୋଲି ଚାପେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri