Posted inଖେଳ

୨୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିବା ବୋଲର୍‌ ଭାରତୀୟ ଦଳରେ ସାମିଲ୍‌: ବିଜୟ ଆଶାରେ ବିରାଟବାହିନୀ

ଓଭାଲ,୨।୯: ଚତୁର୍ଥ ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି। ଦ୍ରୁତ ବୋଲର ପ୍ରସାଦ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି। ଏ ପର୍ଯ୍ୟନ୍ତ ସେ ରିଜର୍ଭ ଖେଳାଳି ଭାବରେ ଦଳ ସହିତ ଥିଲେ। ଏଭଳି ପରିସ୍ଥିତିରେ ସେ ଚତୁର୍ଥ ଟେଷ୍ଟରେ ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି। ତୃତୀୟ ଟେଷ୍ଟରେ ଟିମ ଇଣ୍ଡିଆ ପରାସ୍ତ ହୋଇଥିଲା। ଏବେ ୫ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ରେ ବରାବର ହୋଇଛି । ପ୍ରଥମ ଟେଷ୍ଟ ଡ୍ର ଥିଲାବେଳେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟକୁ ଟିମ ଇଣ୍ଡିଆ ଜିତିଥିଲା।
ପ୍ରସିଦ୍ଧ କ୍ରିଷ୍ଣା ନିଜର ପ୍ରଥମ ଦିନିକିଆ ମ୍ୟାଚ୍‌ ଘରୋଇ ପଡ଼ିଆରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲା। କ୍ରିଷ୍ଣା ଏହି ମ୍ୟାଚ୍‌ରେ ୪ଟି ଉଇକେଟ୍‌ ନେଇଥିଲେ। ସେ ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ ମ୍ୟାଚ୍‌ରେ ୪ ଉଇକେଟ୍‌ ନେଇଥିବା ପ୍ରଥମ ଭାରତୀୟ ବୋଲର ଥିଲେ। କ୍ରିଷ୍ଣା ୮.୧ ଓଭରରେ ୫୪ ରନ୍‌ ଦେଇ ୪ ଉଇକେଟ୍‌ ନେଇଥିଲେ। କ୍ରିଷ୍ଣା ଡେବ୍ୟୁ ମ୍ୟାଚ୍‌ରେ ନୋଏଲ ଡେଭିଡଙ୍କ ୨୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିଲେ। ୧୯୯୭ରେ ସ୍ପିନ୍‌ ବୋଲର୍‌ ଡେଭିଡ୍‌ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨୧ ରନ୍‌ ଦେଇ ୩ଟି ଉଇକେଟ୍‌ ନେଇଥିଲେ। ଭାରତୀୟ ବୋଲିଂରେ ଡେବ୍ୟୁ ମ୍ୟାଚ୍‌ ଏହା ସର୍ବଶ୍ରେଷ୍ଟ ବୋଲିଂ ଫିଗର୍‌ ଥିଲା। ଅର୍ନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁ ମ୍ୟାଚ୍‌ରେ ୧୬ ଜଣ ଭାରତୀୟ ୩-୩ ଉଇକେଟ୍‌ ନେଇଛନ୍ତି। କିନ୍ତୁ କେହି ୪ ଉଇକେଟ ନେଇ ନ ଥିଲେ।
୨୫ ବର୍ଷୀୟ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା କେବଳ ୯ ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବାର ଅଭିଜ୍ଞତା ଅଛି। ସେ ୯ ଟି ମ୍ୟାଚରେ ୩୪ ଉଇକେଟ ନେଇଛନ୍ତି। ସେ ଗତ ବର୍ଷ ମାର୍ଚ୍ଚରେ ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ। ସେ ଟିମ ଇଣ୍ଡିଆ ପାଇଁ ଦିନିକିଆରେ ଅବତରଣ କରିଛନ୍ତି। ସେ ୩ଟି ଦିନିକିଆରେ ୬ଟି ଉଇକେଟ ନେଇଥିଲେ। ଏହା ବ୍ୟତୀତ ସେ ୫୧ତାଲିକା ଏ ମ୍ୟାଚରେ ୮୭ ଉଇକେଟ ନେଇଛନ୍ତି। ଟି -୨୦ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ ୪୭ ଟି ମ୍ୟାଚରେ ୪୧ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri