ଟେଲିଫୋନ୍‌ର ମଜା ଶହେ କୋଶରୁ…

ଶେଖ୍‌ ଫରିଦ୍‌ଉଦ୍ଦିନ

ପିଲାମାନଙ୍କ ଛବି ବହିରେ ଲେଖାଥିଲା ‘ଟେଲିଫୋନ୍‌ର ମଜା, ଶହେ କୋଶରୁ ଆଈ ସାଥିରେ କଥା ହେଉଛି ଅଜା…’। ଆଜି ସମୟର ଅଜାମାନେ ସ୍ମାର୍ଟଫୋନ୍‌ରେ ଆଈ ସହ ସୁଖଦୁଃଖ ହୋଇପାରୁଛନ୍ତି। କରୋନା ବିଭୀଷିକା ଟେଲିଫୋନ୍‌ର ବ୍ୟବହାରକୁ ଦ୍ୱିଗୁଣିତ କରିଦେଇଛି। ୧୯୧୮ରେ ଜର୍ମାନ ରୋଡୱେଜ୍‌ ତରଫରୁ ବର୍ଲିନରୁ ଯୋସେନ ମଧ୍ୟରେ ଚାଲୁଥିବା ମିଲିଟାରୀ ଟ୍ରେନ୍‌ଗୁଡ଼ିକରେ ଓ୍ବେରଲେସ ଫୋନ୍‌ ଆରମ୍ଭ ହୋଇଥିଲା। ୧୯୨୪ରେ ବର୍ଲିନ୍‌ରୁ ହାମ୍‌ବର୍ଗ ମଧ୍ୟରେ ଚାଲିଥିବା ଯାତ୍ରୀବାହୀ ଟ୍ରେନ୍‌ରେ ମଧ୍ୟ ତାରବିହୀନ ଫୋନ୍‌ ଆରମ୍ଭ କରାଯାଇଥିଲା। ବେତାର ଫୋନ୍‌ ଭାବେ ହ୍ୟାଣ୍ଡ୍‌ହେଲ୍‌ଡ ରେଡିଓ ଟ୍ରାନ୍ସିଭରସ୍‌ ୧୯୪୦ ଯାଏ ବ୍ୟବହାର କରାଯାଉଥିଲା। ଆମେରିକାର ଫେଲଲ୍ୟାବ୍‌ ୧୭ ଜୁନ୍‌ ୧୯୪୬ରେ ମୋବାଇଲ ଫୋନ୍‌ ସେବା ଆରମ୍ଭ କରିଥିବାର ଜଣାଯାଏ। ମସ୍କୋର ଜଣେ ଇଞ୍ଜିନିୟର ଲିଓନିଡ୍‌ କୁପ୍ରିୟାନୋଭିକ୍‌ ୧୯୫୭ରୁ ୧୯୬୧ ମଧ୍ୟରେ ପକେଟ ସାଇଜ୍‌ କମ୍ୟୁନିକେଶନ ରେଡିଓ ନିର୍ମାଣ ସହିତ ପରୀକ୍ଷାନିରୀକ୍ଷା ଆରମ୍ଭ କରିଥିଲେ। ମୋର୍ଟଲା କମ୍ପାନୀର ଇଞ୍ଜିନିୟର ମାର୍ଟିନ କୁପର୍‌ଙ୍କୁ ସେଲ୍‌ ଫୋନ୍‌ର ଜନକ ବୋଲି କୁହାଯାଏ। ଏପ୍ରିଲ ୧୯୭୩ରେ କୁପର୍‌ ଗୋଟେ ମୋବାଇଲ ସେଟ୍‌ ଯୋଗେ ପ୍ରଥମେ କଥାବାର୍ତ୍ତା ହୋଇଥିଲେ। ଜର୍ମାନୀ, ଆମେରିକା, ରୁଷିଆ ଆଦି ଦେଶ ତୁଳନାରେ ଭାରତକୁ ବହୁ ପରେ ମୋବାଇଲ ସେବା ଆସିଥିଲା। ୧୯୯୪ରେ ପ୍ରଥମଥର ପାଇଁ ଆମ ଦେଶରେ ବେସରକାରୀ ସଂସ୍ଥାଗୁଡ଼ିକୁ ସେଲୁଲାର ଓ ରେଡିଓ ପେଜିଂ ସେବା ପାଇଁ ଅନୁମତି ମିଳିଥିଲା । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ସ୍ପେକ୍ଟ୍ରମ ନିଲାମ କରାଯାଇଥିଲା। ୧୯୯୫ରେ କୋଲକାତାରେ ପ୍ରଥମେ ମୋଦି ଟେଲଷ୍ଟ୍ରା କମ୍ପାନୀ ମୋବାଇଲ ନେଟୱର୍କ ସ୍ଥାପନ କରିଥିଲା। ସେହିବର୍ଷ ଜୁଲାଇ ୩୧ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁ ମୋବାଇଲ ଫୋନ ମାଧ୍ୟମରେ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ସୁଖରାମଙ୍କ ସହିତ କଥା ହୋଇଥିଲେ। ଏହାକୁ ଆମ ଦେଶର ପ୍ରଥମ ଫୋନ୍‌ କଲ୍‌ ବୋଲି କୁହାଯାଏ। ଦୂରସଞ୍ଚାର ସେବାର ନିୟନ୍ତ୍ରଣ ପାଇଁ ୧୯୯୭ରେ ଟେଲିକମ୍‌ ରେଗୁଲେଟରି ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ) ଗଠନ କରାଗଲା। ୧୯୯୯ରେ ସରକାର ନୂଆନୀତି ଆଣିବା ଫଳରେ ଅପରେଟର ସଂସ୍ଥା ସରକାରଙ୍କ ସହିତ ରାଜସ୍ବ ଭାଗ ବାଣ୍ଟ କରିବାର ନିୟମ ରହିଲା। ଦିନେ ଲୋକଙ୍କୁ ଗୋଟେ ମିନିଟ କଥା ହେବାକୁ ଚବିଶ ଟଙ୍କା ଗଣିବାକୁ ପଡ଼ୁଥିବାବେଳେ ଆଜି ବିଶ୍ୱରେ ସବୁଠୁ ଶସ୍ତାରେ ଭାରତୀୟମାନେ ମୋବାଇଲ ଫୋନ୍‌ରେ କଥା ହୋଇପାରୁଛନ୍ତି। ୨୦୦୧ ବେଳକୁ ଫିକ୍ସଡ୍‌ ଲାଇନ ସେବା ଯୋଗାଉଥିବା ସଂସ୍ଥାଗୁଡ଼ିକୁ ମଧ୍ୟ ମୋବାଇଲ ସେବା ପାଇଁ ଅନୁମତି ମିଳିଗଲା।
ସ୍ମାର୍ଟଫୋନ୍‌ ମାଧ୍ୟମରେ ମନୋରଞ୍ଜନ, ଟିକେଟ ବୁକିଂ, ଖାଦ୍ୟପେୟ ଅର୍ଡର, ନିତିଦିନିଆ ସାମଗ୍ରୀ କିଣାବିକା, ସ୍ବାସ୍ଥ୍ୟ ପରୀକ୍ଷା, ପାଠପଢ଼ା, ପାଣିପାଗ ସୂଚନା, ଖବରକାଗଜ ଓ ବହି ପଢ଼ିବା, ଟିଭି, ସିନେମା ତଥା ଜ୍ଞାନବିଜ୍ଞାନର ସବୁ ପ୍ରକାର ତଥ୍ୟ ଓ ସୁବିଧା ମିଳୁଛି। ପ୍ରତିଦିନ ନୂଆ ପ୍ରକାର ଆପ୍ଲିକେଶନ ନିର୍ମିତ ହେଉଛି। ମୋବାଇଲ ସେବାରେ ୨ଜି, ୩ଜି ଏବଂ ୪ଜି ଆଦି ଟେକ୍ନୋଲୋଜି ବ୍ୟବହୃତ ହୋଇଥାଏ। ତେବେ ଜି’ର ଅର୍ଥ ଜେନେରେଶନ। ଗୋଟେ ଜେନେରେଶନରୁ ଆଉ ଗୋଟେ ଜେନେରେଶନକୁ ଗଲାବେଳେ ମୋବାଇଲ ଫୋନରେ ଅଧିକ ଉନ୍ନତ ଏବଂ ଆଧୁନିକ ଜ୍ଞାନକୌଶଳ ବ୍ୟବହୃତ ହେଉଛି। ଏବେ ଭାରତରେ ୪ଜି ମୋବାଇଲ ଫୋନ୍‌ ବହୁଳ ମାତ୍ରାରେ ବ୍ୟବହୃତ ହେଉଛି। ୫ଜି ଟେକ୍ନୋଲୋଜି କାର୍ଯ୍ୟକ୍ଷମ ହେବାକୁ ଯାଉଛି।
ଫାର୍ଷ୍ଟ ଜେନେରେଶନ-୧-ଜି ମୋବାଇଲ ନେଟୱର୍କରେ ଆନାଲଗ୍‌ ଟେକ୍ନୋଲୋଜି ବ୍ୟବହୃତ। ଏଥିରେ କେବଳ କଥାବାର୍ତ୍ତା ହୋଇପାରିବାର ସୁବିଧା ଥିଲା। ୨-ଜି ସେବାରେ କଥାବାର୍ତ୍ତା, ମେସେଜ୍‌ ତଥା ସୀମିତ ଡାଟା ପଠାଇବାର ସୁବିଧା ଉପଲବ୍ଧ। ୧୯୯୦ରେ ଏହା ଆରମ୍ଭ ହୋଇଥିଲା। ଏଥିରେ ଡାଟା ପ୍ରେରଣର ବେଗ ବହୁତ କମ୍‌ ରହୁଥିଲା। ୩-ଜିରେ ଇଣ୍ଟରନେଟ ସ୍ପିଡ ବଢ଼ିବା ସହିତ ଡାଟା ଡାଉନ୍‌ଲୋଡ୍‌ କରିବା ସୁବିଧାଜନକ ହେଲା। ଏହି ପିଢ଼ିର ଫୋନ୍‌ରେ ଏଚ୍‌ଏସ୍‌ପିଏ (ହାଇସ୍ପିଡ୍‌ ପ୍ୟାକେଟ ଆସେସ୍‌) ଟେକ୍ନୋଲୋଜି ଦ୍ୱାରା ଡାଉନ୍‌ଲିଙ୍କ ସ୍ପିଡ ୧୪.୪ ଏମ୍‌ବିପିଏସ୍‌ (ମେଗା ବାଇଟ୍‌ ପର ସେକେଣ୍ଡ) ଏବଂ ଅପଲିଙ୍କ୍‌ ସ୍ପିଡ ୫.୬୭ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଲା। ୪-ଜି ରେ ଏଲ୍‌ଟିଇ (ଲଙ୍ଗ୍‌ ଟର୍ମ ଇଭୋଲ୍ୟୁଶନ) ଟେକ୍ନୋଲୋଜି ବ୍ୟବହୃତ। ୪-ଜିରେ ୩-ଜି ଅପେକ୍ଷା ଇଣ୍ଟରନେଟ୍‌ ସ୍ପିଡ ବହୁଗୁଣିତ ହେଲା। ଏପରି କି ଡାଉନ୍‌ ଲିଙ୍କ ସ୍ପିଡ୍‌ ୩୦୦ ଏମ୍‌ବିପିଏସ୍‌ ପର୍ଯ୍ୟନ୍ତ ବଢ଼ିଗଲା। ୫-ଜି ମୋବାଇଲ ଫୋନ୍‌ର ବ୍ୟବହାର ଏ ପର୍ଯ୍ୟନ୍ତ ଭାରତରେ ଆରମ୍ଭ ହୋଇନାହିଁ। କିନ୍ତୁ ରିଲାଏନ୍ସ ଜିଓ କମ୍ପାନୀ କହିଛି ଯେ, ସରକାର ସ୍ପେକ୍ଟ୍ରମ ଯୋଗାଇ ଦେଲା ମାତ୍ରକେ ୫-ଜି ସେବା ଆରମ୍ଭ କରିବ। ଏଥିପାଇଁ କମ୍ପାନୀ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ରଖିଛି। ଏଥିରେ ନିଉ ରେଡିଓ ଏନ୍‌ଆର ଟେକ୍ନୋଲୋଜିର ଉପଯୋଗ କରାଯାଇଥାଏ। ଡାଉନଲୋଡିଂ ସ୍ପିଡ ସେକେଣ୍ଡ୍‌ ପ୍ରତି ୧୦ଜିବି ପର୍ଯ୍ୟନ୍ତ ରହିପାରିବ।
ଦକ୍ଷିଣ କୋରିଆରେ ଏପ୍ରିଲ ୨୦୧୯ରେ ୫-ଜି ମୋବାଇଲ ନେଟୱର୍କ ଆରମ୍ଭ କରାଯାଇଥିଲା। ୨୦୧୯-୨୦ର ଅର୍ଥନୈତିକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଦେଶରେ ୯୧.୯% ଲୋକ ମୋବାଇଲ ଫୋନ୍‌ ବ୍ୟବହାର କରୁଥିବା ବେଳେ ଓଡ଼ିଶାରେ ୭୯.୫୮%ରେ ସୀମିତ ରହିଛି।
ଦୂରସଞ୍ଚାର ଭବନ, ଲିଙ୍କରୋଡ୍‌, କଟକ ମୋ:୯୪୩୭୦୦୪୮୮୮


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ବଣ୍ଡାଇ

ଅଷ୍ଟ୍ରେଲିଆର ବେଳାଭୂମିରେ ୧୪ ଡିସେମ୍ବରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଗୁଳି ଚଳାଇଥିବା ତିନି...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri