ଆମେରିକାକୁ ଆଇଏସ୍‌ ବିପଦ

କାବୁଲ/ଓ୍ବାଶିଂଟନ,୨୮ା୮: ଅଗଷ୍ଟ ୩୧ ସୈନ୍ୟ ଅପସାରଣ ଡେଡ୍‌ଲାଇନ୍‌ ପୂର୍ବରୁ କାବୁଲ ବିମାନବନ୍ଦରରେ ଆମେରିକା ନେତୃତ୍ୱାଧୀନ ବିଦେଶୀ ସାମରିକ ମେଣ୍ଟ ଉପରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ତାଲିବାନ ଶାସନ ଭୟରେ ଆଫଗାନିସ୍ତାନ ଛାଡ଼ି ପଳାୟନ କରୁଥିବା ଆଫଗାନ୍‌ ଓ ଆମେରିକୀୟଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ହ୍ବାଇଟ୍‌ହାଉସ୍‌ ପ୍ରେସ୍‌ ସେକ୍ରେଟାରି ଜେନ୍‌ ସାକି ସୂଚନା ଦେଇଛନ୍ତି। ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ସର୍ବାଧିକ ନିରାପତ୍ତା ପଦକ୍ଷେପ ନିଆଯାଉଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ତାଙ୍କ ଜାତୀୟ ସୁରକ୍ଷା ଟିମ୍‌ ଏନେଇ ଅବଗତ କରାଇଛି।ଦୀର୍ଘ ୨୦ ବର୍ଷର ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇ ଆଫଗାନିସ୍ତାନରୁ ଓହରିଯାଉଛି ଆମେରିକା। ତାଲିବାନ୍‌ ଏକ କାମଚଳା ୟୁନିଟି ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିସାରିଥିବାରୁ ଆମେରିକା ନେତୃତ୍ୱାଧୀନ ବିଦେଶୀ ସାମରିକ ବଳ ତୁରନ୍ତ କାବୁଲ ଏୟାରପୋର୍ଟକୁ ଖାଲି କରନ୍ତୁ ବୋଲି ଚାହୁଁଛି। ଇତିମଧ୍ୟରେ ଆଫଗାନ୍‌ ଓ ଅନ୍ୟ ଦେଶର ନାଗରିକଙ୍କୁ ଏୟାରଲିଫ୍ଟିଂ ଚାଲିଥିବାବେଳେ ଏଥିରେ ବାଧା ସୃଷ୍ଟି କରିଛି ତାଲିବାନ୍‌ର ଚିରଶତ୍ରୁ ଇସ୍‌ଲାମିକ୍‌ ଷ୍ଟେଟ୍‌ ଖୋରାସାନ୍‌ (ଆଇଏସ୍‌-କେ)। କାବୁଲ ଏୟାରପୋର୍ଟରେ ଗୁରୁବାର ଆଇଏସ୍‌-କେ ଆମତ୍ଘାତୀ ବିସ୍ଫୋରଣ ଘଟାଇବା ପରେ ବାଇଡେନ୍‌ ପ୍ରତିଶୋଧ ପାଇଁ ଶପଥ ନେଇଛନ୍ତି। କାବୁଲ ଏୟାରପୋର୍ଟରେ ଆମେରିକୀୟଙ୍କ ଉପରେ ଏଭଳି ଆହୁରି ଏକାଧିକ ଆକ୍ରମଣ ହୋଇପାରେ ବୋଲି ଗୋଇନ୍ଦା ସଂସ୍ଥାଗୁଡ଼ିକ ସତର୍କ କରାଇଛନ୍ତି।
କାବୁଲର ହମିଦ କାର୍‌ଜାଇ ଏୟାରପୋର୍ଟରେ ୧୩ ଆମେରିକୀୟ ସୈନ୍ୟଙ୍କ ଜୀବନ ନେଇ ୧୮ ଜଣଙ୍କୁ ଲହୁଲୁହାଣ କରିଥିବା ଜଣେ ଆମତ୍ଘାତୀ ବିସ୍ଫୋରଣକାରୀ ଇସ୍‌ଲାମିକ୍‌ ଷ୍ଟେଟ୍‌କୁ ଉଭୟ ଇସ୍‌ଲାମିକ୍‌ ତାଲିବାନ୍‌ ଓ ପାଶ୍ଚାତ୍ୟର ଶତ୍ରୁ ଭାବେ ଅଭିହିତ କରିଛନ୍ତି। ସେହିପରି ଆମେରିକାକୁ ଆଗକୁ ମଧ୍ୟ ଏଭଳି ଟାର୍ଗେଟ କରାଯାଇପାରେ। ଏନେଇ ମିଳୁଥିବା ଗୋଇନ୍ଦା ସୂଚନା ତାଲିବାନ୍‌ ସହ ଶେୟାର କରାଯାଉଛି ବୋଲି ଫ୍ଲୋରିଡା ହେଡ୍‌କ୍ୱାର୍ଟର୍ସରୁ ସମଗ୍ର ସ୍ଥାନାନ୍ତର ପ୍ରକ୍ରିୟା ଉପରେ ନଜର ରଖିଥିବା ସେଣ୍ଟ୍ରାଲ କମାଣ୍ଡ୍‌ ଚିଫ୍‌ ଜେନେରାଲ ଫ୍ରାଙ୍କ ମେକ୍‌କେନ୍‌ଜିଏ ସତର୍କ କରାଇଛନ୍ତି। ବ୍ରିଟେନ ପ୍ରତିରକ୍ଷା ସଚିବ ବେନ୍‌ ଓ୍ବାଲେସ୍‌ କହିଛନ୍ତି, ଏୟାରଲିଫ୍ଟ ଏବଂ ଅପସାରଣ ପ୍ରକ୍ରିୟା ଶେଷ ହୋଇଆସୁଥିବାରୁ ପାଶ୍ଚାତ୍ୟର ସୁରକ୍ଷା ବଳ ଉପରେ ଆତଙ୍କବାଦୀମାନେ ଆହୁରି ଆକ୍ରମଣ କରିପାରନ୍ତି। ତେବେ ଆଇଏସ୍‌କୁ ଦୃଢ଼ହସ୍ତରେ ଦମନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକର ଭୟ ହେଉଛି ୨୦୦୧ରେ ଆମେରିକାର ଆଫଗାନିସ୍ତାନ ଦଖଲ ପୂର୍ବରୁ ଅଲ୍‌-କାଏଦାକୁ ଘଉଡ଼ାଇଦେଇଥିବା ତାଲିବାନ୍‌ ଯୁଦ୍ଧ ପ୍ରଭାବିତ ଦେଶକୁ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ବ୍ୟବହାର ପାଇଁ ଅନୁମତି ଦେଇପାରେ। କିନ୍ତୁ ତାଲିବାନ୍‌ ଏହି ଆଶଙ୍କାକୁ ଖଣ୍ଡନ କରୁଛି। ପ୍ରକାଶ ଯେ, ଆଇଏସ୍‌-କେ ପୂର୍ବରୁ କେବଳ ପାକିସ୍ତାନ ସୀମାରେ ସୀମିତ ଥିଲା। ପରେ ଏହା ଆଫଗାନିସ୍ତାନର ଉତ୍ତର ଭାଗରେ ଦ୍ୱିତୀୟ ସାମ୍ମୁଖ୍ୟ ପ୍ରତିଷ୍ଠା କରିଥିଲା। ଆଇଏସ୍‌-କେ’ରେ ପାକିସ୍ତାନ, ଉଜ୍‌ବେକିସ୍ତାନ ଓ ଆଫଗାନିସ୍ତାନର କଠୋରପନ୍ଥୀମାନେ ସାମିଲ ଥିବା ଓ୍ବେଷ୍ଟ ପଏଣ୍ଟ୍‌ କମ୍ବାଟିଂ ଟେରରିଜମ୍‌ ସେଣ୍ଟର ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ପେଣ୍ଟାଗନ୍‌ରେ ଆର୍ମି ମେଜର ଜେନେରାଲ ଓ୍ବିଲିୟମ୍‌ ଟେୟଲର କହିଛନ୍ତି, ବିସ୍ଫୋରଣରେ ଦୁଇଜଣ ନୁହେଁ, ଜଣେ ଆତଙ୍କବାଦୀ ଜଡ଼ିତ। ବାରେରାନ୍‌ ହୋଟେଲ ନିକଟରେ ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା ବୋଲି ଯାହା କୁହାଯାଉଛି ତାକୁ ଆମେ ବିଶ୍ୱାସ କରୁନାହୁଁ। ଏହା ଜଣେ ଆମତ୍ଘାତୀ ଆତଙ୍କବାଦୀଙ୍କ କାଣ୍ଡ।

‘ଚାଇନା ଚକିତ’

କାବୁଲ ବିସ୍ଫୋରଣକୁ ନେଇ ଚାଇନା ଚକିତ ହୋଇଯାଇଛି। ଆଫଗାନିସ୍ତାନରେ ସୁରକ୍ଷା ସ୍ଥିତି ଜଟିଳ ରହିଛି। ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଏଡ଼ାଇବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ସହ ବେଜିଂ କାମ କରିବ ବୋଲି ଚାଇନା ବହିର୍ବ୍ୟାପାର ମୁଖପାତ୍ର ଝାଓ ଲିଜିଆନ୍‌ ସ୍ପଷ୍ଟ କରିଛନ୍ତି।

ମୁଁ ରାଷ୍ଟ୍ରପତି ଥିଲେ…

ବାଇଡେନ୍‌ ପ୍ରଶାସନର ଆଫଗାନିସ୍ତାନ ନୀତିର ବଡ଼ ସମାଲୋଚକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି, ସେ କ୍ଷମତାରେ ଥିଲେ କାବୁଲ ବିସ୍ଫୋରଣ ଘଟି ନ ଥାନ୍ତା। ସୈନ୍ୟ ପ୍ରତ୍ୟାହାର ପୂର୍ବରୁ ଯୁଦ୍ଧ ପ୍ରଭାବିତ ଦେଶରୁ ଆମେରିକୀୟମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶକୁ ଫେରାଇ ଆଣିବା ଜରୁରୀ ଥିଲା। କିନ୍ତୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରେ ସମସ୍ତ ଏୟାରବେସ୍‌କୁ ବନ୍ଦ କରିଦେଇ ସମ୍ପୂର୍ଣ୍ଣ ସୈନ୍ୟ ଅପସାରଣ ନିଷ୍ପତ୍ତି ନେଲେ। ଟ୍ରମ୍ପ୍‌ ଆହୁରି କହିଛନ୍ତି, ସେ ଆଇଏସ୍‌କୁ ୧୦୦% ପରାସ୍ତ କରିଥିଲେ। କିନ୍ତୁ ଏବେ ଏକ ଆଇଏସ୍‌-କେ ଉଭା ହୋଇଛି। ଆଇଏସ୍‌ରୁ ଅଲଗା ହୋଇ ଏପରି ଗୋଷ୍ଠୀ ଜନ୍ମ ନେଉଥିବା ସେ କହିଛନ୍ତି।

ଏୟାରପୋର୍ଟ ଚଳାଇବାକୁ ତୁର୍କୀକୁ ଅନୁରୋଧ କଲା ତାଲିବାନ୍‌

କାବୁଲସ୍ଥିତ ହମିଦ୍‌ କାର୍‌ଜାଇ ବିମାନବନ୍ଦରକୁ ତୁର୍କୀ ପରିଚାଳନା କରୁ ବୋଲି ତାଲିବାନ୍‌ ଅନୁରୋଧ କରିଛି। ଏନେଇ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ ଶୁକ୍ରବାର ସୂଚନା ଦେଇଛନ୍ତି। ଏର୍ଡୋଗାନ୍‌ କହିଛନ୍ତି, କାବୁଲସ୍ଥିତ ତୁର୍କୀ ଦୂତାବାସରେ ତାଲିବାନ୍‌ ସହ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। କାବୁଲ ବିମାନବନ୍ଦର ଚଳାଇବା ପାଇଁ ତାଲିବାନ୍‌ର ଅନୁରୋଧ ସମ୍ପର୍କରେ କିଛି ନିଷ୍ପତ୍ତି ହୋଇନାହିଁ। ଏହା ଉପରେ ଆମେ ବିଚାର କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri